Categories: ବାଣିଜ୍ୟ

ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଭର୍ଚୁଆଲ ପ୍ଲାଟଫର୍ମରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ସାରା ବିଶ୍ୱ ବର୍ତ୍ତମାନ ସମୟରେ ପରିବେଶ ପାଇଁ ଚିନ୍ତିତ। ଏହି ସମୟରେ ଇଥାନଲ ପରିବେଶ ଏବଂ ଚାଷୀଙ୍କ ଜୀବନ ଉପରେ ଉତ୍ତମ ପ୍ରଭାବ ପକାଉଛି। ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ଶନିବାର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପାଇଲଟ ପ୍ରକଳ୍ପ ଭାବେ ପୁଣେର ୩ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଇ-୧୦୦ ବିତରଣ ଷ୍ଟେସନର ଶୁଭାରମ୍ଭ କରିଛନ୍ତି।

Share