୨୦ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଚମ୍ପଟ

ବ୍ରହ୍ମଗିରି,୨୬ା୧୧(ଡି.ଏନ.ଏ): ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଥିବା ସମୟରେ ଏହାକୁ ଅବାଧରେ ଶିକାର କରିବାକୁ ପକ୍ଷୀ ଶିକାରୀମାନେ ମାତିଲେଣି। ଏ ନେଇ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବାବେଳେ ଶୁକ୍ରବାର ଘଟକୁଢ଼ିରେ ଚଢ଼ାଉ ବେଳେ ୨୦ ମୃତ ପକ୍ଷୀଙ୍କୁ ବନ ବିଭାଗ ଜବତ କରିଛି। କିନ୍ତୁ ଘଟଣାସ୍ଥଳରୁ ପକ୍ଷୀ ଶିକାରୀମାନେ ଚମ୍ପଟ ମାରିଛନ୍ତି। ପ୍ରକାଶ ଥାଉକି, ଚିଲିକାକୁ ବର୍ତ୍ତମାନ ବିଦେଶୀ ପକ୍ଷୀଙ୍କ ସମାଗମ ହେବାରେ ଲାଗିଛି। ଏଥିସହ ଏହି ପକ୍ଷୀମାନେ ଚିଲିକା କୂଳବର୍ତ୍ତୀ ଗ୍ରାମଞ୍ଚଳ, ଜଳାଶୟକୁ ଖାଦ୍ୟ ଅନ୍ବେଷଣରେ ଚାଲିଆସୁଛନ୍ତି। ଏହାର ସୁଯୋଗ ନେଇ ସ୍ଥାନୀୟ ପକ୍ଷୀ ଶିକାରୀମାନେ ବିଷ, ଫାଶ ଦ୍ୱାରା ଅବାଧରେ ପକ୍ଷୀ ଶିକାର କରିଚାଲିଛନ୍ତି। ଖବରପାଇ ବ୍ରହ୍ମଗିରି ବନ ବିଭାଗ ଅଧିକାରୀ ଜନାର୍ଦ୍ଦନ ମିଶ୍ର ଓ ବନପାଳ ପ୍ରଶାନ୍ତ କୁମାର ମିଶ୍ର ମିଳିତ ଭାବେ ବନକର୍ମଚାରୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିଲେ। ହେଲେ ଶୁକ୍ରବାର ଘଟକୁଢ଼ିଠାରେ ପକ୍ଷୀ ଶିକାର ହେଉଥିବା ଜାଣି ବନ ବିଭାଗର ଏକ ଟିମ୍‌ ଚଢ଼ାଉ କରିବାବେଳେ ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ମୃତ ପକ୍ଷୀକୁ ଛାଡ଼ି ଚମ୍ପଟ ମାରିଥିଲେ। ଫଳରେ ଘଟଣାସ୍ଥଳରୁ ବନ ବିଭାଗ ୨୦ଟି ମୃତ ବିଦେଶୀ ପକ୍ଷୀକୁ ଜବତ କରି ବ୍ୟବଚ୍ଛେଦ କରିଛି। ଏହି ପକ୍ଷୀ ଶିକାର ରୋକିବା ସମ୍ପର୍କରେ ରେଞ୍ଜ ଅଧିକାରୀ ଜନାର୍ଦ୍ଦନ ମିଶ୍ର କୁହନ୍ତି, ଏବେ ବିଦେଶୀ ପକ୍ଷୀଙ୍କ ଆଗମନ ବଢୁଥିବାରୁ କିଛି ଗ୍ରାମାଞ୍ଚଳରେ ଶିକାର କରୁଛନ୍ତି। ଏଥିପାଇଁ ପ୍ରତ୍ୟେକ ଦିନ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଜାରି ରଖିବୁ। ଏଥିସହ ଶିକାର ନ କରିବା ପାଇଁ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକକୋଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପିଏମ୍ ଶ୍ରୀ ଉତ୍ସବ’ ପାଳିତ

ଥୁଆମୂଳ ରାମପୁର,୨୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଡାକକୋଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ‘ପିଏମ୍ ଶ୍ରୀ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri