ମେଳାରୁ ୨୦ କୋଟି କାରବାରର ଲକ୍ଷ୍ୟ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହଯୋଗୀ ସଂସ୍ଥା ଓର୍‌ମାସ ପକ୍ଷରୁ ଏକ ୧୭ଦିନିଆ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସ୍ଥାନୀୟ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଉକ୍ତ ପ୍ରଦର୍ଶନୀରେ ୨୪ଟି ରାଜ୍ୟ ଓ ଓଡ଼ିଶାର ୩୦ ଜିଲାର ସବୁବର୍ଗର ବ୍ୟବସାୟୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ଏସ୍‌ଏଚ୍‌ଜି ସମେତ ଅନେକ ସରକାରୀ ଉଦ୍ୟୋଗ ଓ ପ୍ରତିଷ୍ଠାନ ଏବଂ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି।

ବିଶେଷକରି ଶିଶିର ସରସରେ ମୋଟ ୩୫୬ ଷ୍ଟଲ ଥିଲାବେଳେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୦୮ ଜଣ ସବୁ ବର୍ଗର ବ୍ୟବସାୟୀ ଓ ୨୪ଟି ରାଜ୍ୟର ୧୨୦ ଜଣ ବ୍ୟବସାୟୀଙ୍କ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନର ୧୦୦ଟି ଷ୍ଟଲ ମଧ୍ୟ ସାମିଲ ହୋଇଛି। ସେହିଭଳି ପ୍ରଦର୍ଶନୀ ପରିସରକୁ ଆସୁଥିବା ଦର୍ଶକଙ୍କ ଭିଡକୁ ଆଖି ଆଗରେ ରଖି ଓରମାସ ପକ୍ଷରୁ ୨୮ଟି ଫୁଡ୍‌ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏପରିକି ଚଳିତ ବର୍ଷର ପ୍ରଦର୍ଶନୀକୁ ଅଧିକ ରୋମାଞ୍ଚ ଓ ଆକର୍ଷଣୀୟ କରିବା ପାଇଁ ଓରମାସ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ ସନ୍ଧ୍ୟା ସହ ଓ୍ବେଲଫି ଜୋନ ଏବଂ ହକି ପାଭିଲିୟନ ଭଳି ଅନେକ ସେବା ଓ ସୁବିଧା ଦର୍ଶକଙ୍କ ପାଇଁ ଆୟୋଜନ କରାଯାଇଛି।

ବିଶେଷକରି ଚଳିତ ବର୍ଷ ଏକା ସାଙ୍ଗରେ ହକି, ଶିଶିର ସରସ ଓ ଡଟ୍‌ ଫେଷ୍ଟ ଭଳି ପ୍ରମୁଖ ମନୋରଞ୍ଜନର ସମୟ ସବୁ ବର୍ଗର ଲୋକଙ୍କ ନିକଟରେ ପହଞ୍ଚତ୍ଛି। ସେଥିପାଇଁ ପ୍ରଦର୍ଶନୀରୁ ଭଲ କାରବାର ହେବାର ଆଶା କରାଯାଉଛି। ସେହିପରି କୋଭିଡ କଟକଣା ଯୋଗୁ ୨୦୨୦-୨୧ରେ ଶିଶିର ସରସ ହୋଇପାରି ନଥିଲା ହେଲେ ୨୦୨୧-୨୨ ବର୍ଷରେ ୮.୨ କୋଟି ଟଙ୍କା କାରବାର ହୋଇଥିଲା। କୋଭିଡ ଯୋଗୁ କାରବାର ମାନ୍ଦା ଥିଲେ ମଧ୍ୟ ବ୍ୟବସାୟୀ ସେମାନଙ୍କର ମୂଳ ସହ ଆଂଶିକ ଲାଭ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ଏପରିକି ୨୦୧୯-୨୦ ବର୍ଷରେ ପ୍ରାୟ ୧୪ କୋଟି ଟଙ୍କାର କାରବାର ହୋଇଥିଲା।

ଚଳିତ ଥର ଭୁବନେଶ୍ୱରରେ ଏକପ୍ରକାର ମହୋତ୍ସବର ମାହଲ ରହିଥିବାରୁ କାରବାର ଭଲ ହେବା ସହ ୨୦୨୨-୨୩ରେ ପ୍ରାୟ ୨୦ କୋଟି ଟଙ୍କାର କାରବାର ହେବ ବୋଲି ଓରମାସ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷରେ ମେଳାର ୩ୟ ଦିନରେ ମଧ୍ୟ ଜନସମାଙ୍ଗମ ରହିଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର ପ୍ରାୟ ୩ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଆକଳନ କରାଯାଉଛି। ବିଶେଷକରି ସାରା ଦେଶର ବ୍ୟବସାୟୀ ଗୋଟିଏ ସ୍ଥାନରେ ଏକତ୍ର ହେବା ଏବଂ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ସାଙ୍ଗକୁ କାରବାର ମଧ୍ୟ ସେହି ତୁଳନାରେ ହୋଇଥାଏ ବୋଲି ବ୍ୟବସାୟୀମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri