ଆଠଗଡ଼,୧୪।୧୦: କଟକ ଜିଲା ତିଗିରିଆ ଥାନା ପୁରୁଣା ତିଗିରିଆ ଗାଁରେ ଦୀପାବଳି ପୂର୍ବରୁ ଏକ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।
ଖବର ପାଇଁ ତିଗିରିଆ ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ କେଉଁ ପରିସ୍ଥିତିରେ ବାଣ ବିସ୍ଫୋରଣର ଘଟିଲା ତାହା ସ୍ପଷ୍ଟ ଜଣାପଡି ନାହିଁ।


