ବନ୍ଧୁକ ଧରି କାର୍‌ ଅଟକାଇବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ ୨ ଯୁବକ: ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ପାଟଣା,୨୨ା୧(ବୀର କିଶୋର ଦାଶ): ରାସ୍ତା ଉପରେ ପୋଲିସ କିମ୍ବା ଆର୍ମିର ବେଆଇନ ବନ୍ଧୁକ ଧରି ଏକ ବୋଲେରୋ ଓ ଏକ କାର୍‌କୁ ଅଟକାଇବା ଭଳି ଫଟୋ ଉଠାଇ ହାଟ୍ସଆପ ଷ୍ଟାଟସ୍‌ରେ ରଖିଛନ୍ତି। ଯେଉଁ ଫଟୋ କି ସ୍ଥାନୀୟ ପାଟଣା ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଫଟୋ ଆତଙ୍କସୃଷ୍ଟି ଉଦ୍ଦେଶ୍ୟରେ ଉଠାଇ ପୋଷ୍ଟ କରାଯାଇଛି ବୋଲି ଆଲୋଚନା ହେଉଛି। ଫଟୋ ଉଠାଇଥିବା ଆତଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ପୋଷ୍ଟ କରିଥିବା ୨ ଯୁବକ ହେଉଛନ୍ତି ପାଟଣା ବ୍ଲକ ବଡ଼ ପାଟଣାପଞ୍ଚାୟତ ସାନ ଜାମୂପୋଷି ଗ୍ରାମର ମେଘନାଦ ମହାନ୍ତ ଓ ନିଲୁ ମହାନ୍ତ। ଏହି ୨ ଯୁବକ ହାତରେ ପୋଲିସ କିମ୍ବା ଆର୍ମିର ବନ୍ଧୁକ ଧରି ରାସ୍ତା ଉପରେ ଛିଡ଼ା ହୋଇ ଫଟୋ ଉଠାଇ ନିଜ ହାଟ୍ସଆପ ଷ୍ଟାଟସ୍‌ରେ ରଖିଥିବା ଦେଖିବାକୁ ମିଳିଛି। ଏଭଳି ଆପତ୍ତିଜନକ ଫଟୋକୁ ସୋସିଆଲ ମିଡିଆରେ ଦେଖି ଲୋକେ ଆତଙ୍କିତ ହୋଇଥିବା ସହ ଫଟୋଟି ଆତଙ୍କ ଖେଳାଇବା ସହ ବନ୍ଧୁ ପରିଜନଙ୍କୁ ଭୟଭୀତ କରାଇଛି। ତେବେ ଏହି ବନ୍ଧୁକ ୭.୬୨ଏମ୍‌ଏମ ଇନ୍‌ ଷ୍ଟାଟ୍‌ ରାଇଫଲ ହୋଇଥିବା ବେଳେ ଏହି ବନ୍ଧୁକ ପୋଲିସ , ଆର୍ମି ଓ ସି.ଆର.ପି.ଏଫ୍‌ ଯବାନଙ୍କ ପାଇଁ ଉଦ୍ଦିଷ୍ଟ। ଉଭୟ ଏହି ବନ୍ଧୁକ କିଭଳି କେଉଁଠୁ ପାଇଲେ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ

ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ...

କଂଗ୍ରେସ ସହ ହାତ ମିଳାଇଲା ଭାଜପା, ନିର୍ୱାଚନ ଜିତିବାକୁ ଏହି ରାଜ୍ୟରେ କଲା ମେଣ୍ଟ

ମୁମ୍ୱାଇ,୨୨।୧: ଶୀର୍ଷ ନେତୃତ୍ୱର ଅସନ୍ତୋଷ ସତ୍ତ୍ୱେ, ମହାରାଷ୍ଟ୍ରର ଅମରାବତୀ ଜିଲାର ଅଚଳପୁର ପୌର ପରିଷଦରେ ବିଭିନ୍ନ କମିଟିର ଅଧ୍ୟକ୍ଷଙ୍କ ର୍ନିବିରୋଧୀ ନିର୍ୱାଚନ ସୁନିଶ୍ଚିତ କରିବା ପାଇଁ...

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ...

ସରସ୍ୱତୀ ପୂଜାରେ ବଡ଼ ସଂଯୋଗ, ୪ ରାଶିରେ ହଠାତ୍ ମିଳିବ ଖୁସି ଖବର

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ...

୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି...

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲେ ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ବର,୨୨ା୧: ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri