କଟକ,୨୪।୫: ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗରେ ଚାଉଳିଆଗଞ୍ଜ ଥାନା ପୋଲିସ ଶନିବାର ୨ଜଣ ଯୁବକଙ୍କୁ ଗିରଫ କରିଛି।
ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ପାକିସ୍ତାନ ସପକ୍ଷରେ ୨ଜଣ ଯୁବକ ନାରା ଦେଇଥିଲେ। ଏପରିକି ଏହାର ଭିଡିଓ ଭାଇରାଲ କରିଥିଲେ। ପୋଲିସ ଘଟଣାର ତଦନ୍ତ ପରେ ୨ଜଣ ଯୁବକଙ୍କୁ ଗିରଫ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।


