ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ସହିତ ୨ କୋଟି ଜରିମାନା ଦଣ୍ଡାଦେଶ !…

ମୁମ୍ବାଇ,୧୭।୨ : ‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକୃତରେ, ଚେକ ବାଉନ୍ସ ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ବ୍ୟତୀତ ଅଦାଲତ ତାଙ୍କୁ ଚେକ ରାଶି ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ମାତା ରାଜକୁମାର ଜାମନଗର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରି ନ ଥିଲେ। ଯେତେବେଳେ ଏହି ରାଶି ଫେରସ୍ତ ହୋଇ ନ ଥିଲା, ଅଶୋକଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି ବେଳେ ରାଜକୁମାରଙ୍କ ବିରୋଧରେ କୋର୍ଟ ଏହି ବଡ ରାୟ ଦେଇଛନ୍ତି।

ଏହି ସମଗ୍ର ବିଷୟ  ୨୦୧୫ ବର୍ଷର ଅଟେ । ୨୦୧୯ ମସିହାରେ ଜାମନଗର କୋର୍ଟ ରାଜକୁମାରଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ସେ କୋର୍ଟରେ ହାଜର ହୋଇଥିଲେ। ଏହା ପରେ ଅଶୋକଲାଲଙ୍କ ଓକିଲ କହିଥିଲେ  ରାଜକୁମାର ଏବଂ ଅଶୋକଲାଲ ବହୁତ ଭଲ ବନ୍ଧୁ।  ୨୦୧୫ରେ ଅଶୋକଲାଲ ତାଙ୍କୁ ଏକ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ କରିବାକୁ, ରାଜକୁମାର ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ ଚେକ ଦେଇଥିଲେ କିନ୍ତୁ ଏହି ଚେକ ଡିସେମ୍ବର ୨୦୧୬ରେ ବାଉନ୍ସ ହୋଇଥିଲା ।
ରିପୋର୍ଟ ଅନୁଯାୟୀ, ଓକିଲ ଆହୁରି କହିଛନ୍ତି ଚେକ ବାଉନ୍ସ ହେବା ପରେ ଅଶୋକ ଲାଲ  ରାଜକୁମାରଙ୍କ ସହିତ ଯୋଗାଯୋଗ କରିଥିଲେ, ସେତେବେଳେ ସେ କଥାବାର୍ତ୍ତା କରିପାରିବେ ନାହିଁ  ବୋଲି କହିଥିଲେ। ଏହା ପରେ ଅଶୋକଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାଏର କରିଥିଲେ।
ଚେକ ବାଉନ୍ସ ହେବା ପରେ ତାଙ୍କୁ ୧୫ ହଜାର ଟଙ୍କା ଦେବାକୁ ଜାମନଗର କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ବର୍ତ୍ତମାନ କୋର୍ଟ ତାଙ୍କୁ ଅଶୋକ ଲାଲଙ୍କଠାରୁ ନେଇଥିବା ଦୁଇଗୁଣା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ରାଜକୁମାର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା। ସେ ଦାମିନୀ, ଅଜବ ପ୍ରେମ କି ଗଜବ କାହାନି, ଖାକି, ଘାତକ ଏବଂ ଘାୟଲ ସମେତ ଅନେକ ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri