ବନ୍ଧାହେଲେ ୨ ମହିଳା: ୬୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ମମତା ଦଳେଇଙ୍କୁ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଛି। ଅବକାରୀ ମାମଲା ନଂ.୪୦/୨୫-୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତାଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ସକାଳ ପ୍ରାୟ ସାଢେ ୭ ଟାରେ ସିପାଦେଇ, ଅରଖପଦା, ଗୁମା,ବିଦ୍ୟାଧରପୁର ପ୍ରଭୃତି ଜନଜାତି ବହୁଳ ଗ୍ରାମଗୁଡ଼ିକରେ ଅବକାରୀ ଇନ୍ସପେକ୍ଟର ସଦଳବଳେ ପାଟ୍ରୋଲିଂ କରି ଫେରୁଥିବା ବେଳେ ବିଦ୍ୟାଧରପୁର ଗ୍ରାମର ମମତା ଦଳେଇ ତାଙ୍କ ଘର ବାରିପଟେ ସନ୍ଦେହଜନକ ଭାବେ ୨ଟି ପ୍ଲାଷ୍ଟିକ ଜାରକିନ ଲୁଚାଉଥିବାବେଳେ ମହିଳା କନେଷ୍ଟବଳ ସୁଚିତା ଡୁଙ୍ଗଡୁଙ୍ଗ ସେଠାରେ ପହଞ୍ଚି ଖାନତଲାସ କରିବାରୁ ୨ ଟି ଜାରକିନ ରେ ୪୦ ଲିଟର ଦେଶୀମଦ ଥିବା ଜଣାପଡିଥିଲା।

ଘଟଣାସ୍ଥଳରେ ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ମଦକୁ ପରୀକ୍ଷା କରାଯିବା ପରେ ମମତାଙ୍କୁ ଦିଗପହଣ୍ଡି ଅବକାରୀ ଥାନାକୁ ଅଣାଯାଇଥିଲା। ସେ ଗାଁରେ ବିକ୍ରି ପାଇଁ ମଦ ରଖିଥିବା ସ୍ବୀକାର କରିବା ପରେ ତାଙ୍କୁ ଅବକାରୀ ଇନ୍ସପେକ୍ଟର ଗିରଫ କରିଥିଲେ ।

ସେହିପରି ଦିଗପହଣ୍ଡି ଅବକାରୀ ଓଆଇସି ଅନୀତା ପ୍ରଧାନ ସଦଳବଳେ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତର ବିଭିନ୍ନ ଇଲାକାରେ ପାଟ୍ରୋଲିଂ କରୁଥିବାବେଳେ ଜନଜାତି ବହୁଳ ବଗଡ ଗାଁ ରାସ୍ତାକଡରୁ ଗ୍ରାମର ସୁକୁମାରୀ ଶବରଙ୍କ ନିକଟରୁ ଏକ ପ୍ଲାଷ୍ଟିକ ଜାରକିନରେ ଥିବା ୨୦ ଲିଟର ଦେଶୀମଦ ଜବତ କରିଥିଲେ। ଘଟଣାସ୍ଥଳରେ ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ଜବତ ମଦ ପରୀକ୍ଷା କରାଯିବା ପରେ ତାଙ୍କୁ ଗିରଫ କରାଯାଇ ଅବକାରୀ ମାମଲା ନଂ.୯୬/୨୫-୨୬ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri