କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ ଲୋକଙ୍କ ବାଡ଼ିକୁ ପରିବା ଖାଇବାକୁ ଆସିଥିବା ଦୁଇଟି ଜଙ୍ଗଲି ବାରହା ଏକ କୂଅରେ ପଡ଼ିଯାଇଥିଲେ ।
ଆଜି ସକାଳେ କୂଅରେ ଦୁଇ ବାରହା ଦେଖି ବନ ବିଭାଗକୁ ଜଣାଇଥିଲେ ସ୍ଥାନୀୟ ଲୋକେ। ବନ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ତେବେ ସେତେବେଳକୁ ଦୁଇଟି ଯାକ ବାରହାଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରିବା ଖାଇବାକୁ ଉକ୍ତ ଅଞ୍ଚଳରେ ବାରହାମାନେ ଜଙ୍ଗଲରୁ ଚାଲି ଆସନ୍ତି । କୂଅଟି ଖୋଲା ଥିବାରୁ ଖସିପଡ଼ି ବାରହାଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଜବତ କରି ବନ ବିଭାଗ ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦେଇଛି । ତେବେ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଚମ୍ପୁଆ ରେଞ୍ଜ ଅଧିକାରୀ ଛତ୍ରିଆ କହିଛନ୍ତି ।

