‘୨ ଭାକ୍ସିନ୍‌ ୧୧୦% ନିରାପଦ’

ନୂଆଦିଲ୍ଲୀ, ୪।୧: କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକାକୁ ସାରା ଦେଶ ଦୀର୍ଘଦିନ ହେଲା ପ୍ରତୀକ୍ଷା କରିଥିବାବେଳେ ଏବେ ତାହାର ଅନ୍ତ ହୋଇଛି। କରୋନା ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ନିମନ୍ତେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ରବିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ମହାମାରୀ ଦ୍ୱାରା ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଭାରତରେ ଟିକାକରଣ ଲାଗି ପଥ ପରିଷ୍କାର ହୋଇଯାଇଛି। ଏହି ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଡିସିଜିଆଇ ଭି.ଜି. ସୋମାନି କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକ ଓ ଟିକା ସହ ସମ୍ପୃକ୍ତ ଅନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସ୍ବାଗତ କରିଛି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମୋଦନ କରାଯାଇଥିବା ଡିସିଜିଆଇ ସୋମାନି ଗଣମାଧ୍ୟମକୁ କହିଛନ୍ତି। ଟିକାର ନିରାପତ୍ତାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ସୁରକ୍ଷାକୁ ନେଇ ସାମାନ୍ୟତମ ତ୍ରୁଟି ଥିଲେ କଦାପି ଅନୁମୋଦନ କରାଯାଇ ନ ଥାନ୍ତା। ତେବେ ସାମାନ୍ୟ ଜ୍ୱର, ଯନ୍ତ୍ରଣା, ଆଲର୍ଜି ଭଳି ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣ ଭାବେ ପ୍ରତ୍ୟେକ ଟିକାରେ ଦେଖାଯାଇଥାଏ ବୋଲି ସେ କହିଛନ୍ତି।
ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଡ୍‌ ଟିକା ୭୦.୪୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡିଛି। କୋଭାକ୍ସିନ୍‌ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଟିକା। ଭାରତ ବାୟୋଟେକ୍‌ ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି। ପ୍ରଥମେ ଏହି ଟିକାର ନିରାପତ୍ତା ଓ ରୋଗ ପ୍ରତିରୋଧକ ଶକ୍ତିର ପରୀକ୍ଷା ମୂଷା, ଠେକୁଆ ଆଦି ଉପରେ କରାଯିବା ପରେ ମାନବ ଶରୀରରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ହୋଇଥିଲା। ୮୦୦ ଲୋକଙ୍କ ଉପରେ ପରୀକ୍ଷା ପରେ ଟିକା ନିରାପଦ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପ୍ରମାଣିତ ହୋଇଥିଲା ବୋଲି ଡିସିଜିଆଇ କହିଛନ୍ତି। ଶନିବାର ବିଶେଷଜ୍ଞ କମିଟି ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ପରେ ମଞ୍ଜୁରୀ ଲାଗି ସୁପାରିସ କରିଥିଲା। ସେହିପରି ଶୁକ୍ରବାର ବିଶେଷଜ୍ଞ କମିଟି ସେରମ୍‌ ଇନ୍‌ଷ୍ଟିଚ୍ୟୁଟର କୋଭିଶିଲ୍ଡକୁ ଅନୁମୋଦନ ଲାଗି ଡିସିଜିଆଇଙ୍କୁ ସୁପାରିସ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଜନସାଧାରଣଙ୍କୁ ଟିକା ଦେବା ଲାଗି ସରକାର ଯୋଜନା କରିଛନ୍ତି। ପ୍ରଥମେ ସ୍ବାସ୍ଥ୍ୟସେବା କର୍ମଚାରୀ, ପୋଲିସ ଓ ଅନ୍ୟ ଆଗଧାଡ଼ିର କର୍ମଚାରୀଙ୍କୁ ଏହି ଟିକା ଦିଆଯିବ।

ନିର୍ଣ୍ଣାୟକ ମୋଡ଼: ପ୍ରଧାନମନ୍ତ୍ରୀ

କୋଭାକ୍ସିନ ଓ କୋଭିଶିଲ୍ଡ ଟିକାକୁ ଜରୁରୀ ବ୍ୟବହାର ଲାଗି ଡିସିଜିଆଇ ମଞ୍ଜୁରୀ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକ, ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡ୍‌-୧୯ ମହାମାରୀ ବିରୋଧରେ ଭାରତ ଲଢ଼େଇ ଜାରି ରଖିଥିବାବେଳେ ଟିକାକୁ ମଞ୍ଜୁରୀ ପ୍ରଦାନ ଏକ ନିର୍ଣ୍ଣାୟକ ମୋଡ଼ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ କୋଭିଡ୍‌ ମୁକ୍ତ କରିବା ପ୍ରକ୍ରିୟାକୁ ଏହା ତ୍ୱରାନ୍ବିତ କରିବ। ଉଭୟ କରୋନା ଟିକା ଭାରତରେ ପ୍ରସ୍ତୁତ ହୋଇଥିବାରୁ ଏହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି।

କୋଭାକ୍ସିନର ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକାକୁ ଜରୁରୀ ବ୍ୟବହାର ଲାଗି ଅନୁମତି ମିଳିଥିବାରୁ କେତେଜଣ କଂଗ୍ରେସ ନେତା ଏହା ଉପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପୂର୍ବରୁ ଟିକାକୁ ଅନୁମୋଦନ କରିବା ଅପରିପକ୍ୱତା ଏବଂ ବିପଜ୍ଜନକ ପ୍ରମାଣିତ ହୋଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି। ପରୀକ୍ଷା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି। ସେହିପରି କଂଗ୍ରେସ ନେତା ଆନନ୍ଦ ଶର୍ମା ଓ ଜୟରାମ ରମେଶ ମଧ୍ୟ କୋଭାକ୍ସିନ୍‌କୁ ମଞ୍ଜୁରୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅପରିହାର୍ଯ୍ୟ ବିଧି ବ୍ୟବସ୍ଥା ଏବଂ ତଥ୍ୟ ଯାଞ୍ଚକୁ କ’ଣ ପାଇଁ ବାଦ୍‌ ଦିଆଗଲା, ସ୍ବାସ୍ଥ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେମାନେ କହିଛନ୍ତି।
ଏହାର ଜବାବ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ହର୍‌ଦୀପ ସିଂ ପୁରୀ କହିଛନ୍ତି, ବିରୋଧୀ ଦଳ ନେତାମାନେ ଟିକାକୁ ସ୍ଥାୟୀ ରାଜନୈତିକ ପ୍ରଭାବହୀନ କରିବା ସନ୍ଧାନରେ ଅଛନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଟିକାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। ଭାରତ ଯେତେବେଳେ କୌଣସି ପ୍ରଶଂସନୀୟ କାର୍ଯ୍ୟ କରେ ସେତେବେଳେ ବିରୋଧୀ ଦଳ ବିଚିତ୍ର ସୂତ୍ରର ଅବତାରଣା କରି ଏହାର ପରିହାସ କରିଥାଏ ବୋଲି ଭାଜପା ଅଧ୍ୟକ୍ଷ କହିଛନ୍ତି।

ଡବ୍ଲ୍ୟୁଏଚ୍‌ଓର ସ୍ବାଗତ

ଭାରତରେ କୋଭିଡ୍‌ ଟିକାକୁ ମଞ୍ଜୁରୀ ମିଳିଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ସ୍ବାଗତ କରିଛି। ଡବ୍ଲ୍ୟୁଏଚ୍‌ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ କୋଭିଡ୍‌ ଟିକାକୁ ଏହା ପ୍ରଥମ ଅନୁମୋଦନ। ଉକ୍ତ ଅଞ୍ଚଳରେ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇକୁ ବଢ଼ାଇବା ଓ ଶକ୍ତିଶାଳୀ କରିବାରେ ଏହା ସହାୟକ ହେବ ବୋଲି ଡବ୍ଲ୍ୟୁଏଚ୍‌ଓର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍‌ କ୍ଷେତ୍ରପାଳ ସିଂ କହିଛନ୍ତି। ମହାମାରୀ ରୋକିବାରେ ଟିକାକରଣ ସାଙ୍ଗକୁ ଅନ୍ୟାନ୍ୟ ପ୍ରତିକାର ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri