ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ପୁଣି ୨ଟି ଟ୍ରାପ୍‌ କ୍ୟାମେରା ଚୋରି ହୋଇଥିବା ନେଇ ଘଟଗଁା ଫରେଷ୍ଟର ଜତିନ୍ଦ୍ର ସାହୁ ଥାନାରେ ଏତଲା ଦେଇଛନ୍ତି। ଜଙ୍ଗଲର କାଦବାହାଳି ଉତ୍ତର ବିଟ୍‌ ଅଞ୍ଚଳରୁ ଏହି ଚୋରି ହୋଇଛି।
ସୂଚନା ଅନୁଯାୟୀ, ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘର ଗତିବିଧି ଜାଣିବା ପାଇଁ ମୋଟ ୫୫ଟି ଟ୍ରାପ୍‌ କ୍ୟାମେରା ଲାଗିଛି । ପ୍ରତି ୧୫ ଦିନରେ ଥରେ କ୍ୟାମେରା ଖୋଲି ଯାଞ୍ଚ କରାଯାଉଛି। ତେବେ ଯାଞ୍ଚ ସମୟରେ ୨ଟି କ୍ୟାମେରା ନ ଥିବା ଜଣାପଡିଛି। ଏଥିପୂର୍ବରୁ ମାର୍ଚ୍ଚ ମାସ ୯ ତାରିଖରେ ପାଟଣା ରେଞ୍ଜ ତଣ୍ଡୋ ବିଟ୍‌ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍‌ ଆସି ଏହି କ୍ୟାମେରା ଲଗାଇଥିଲେ। ଏହି ୧୦ଟି କ୍ୟାମେରା ମଧ୍ୟରୁ ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ୨ଟି ଚୋରି ହୋଇଥିବା ବନ ବିଭାଗ ନଜରକୁ ଆସିବା ପରେ ପାଟଣା ଫରେଷ୍ଟର ଚିତ୍ତରଞ୍ଜନ ପରିଡା ଘଟଗଁା ଥାନାରେ ଏତଲା ଦେଇଥିଲେ। ଅଟେଇ ସଂରକ୍ଷିତ ଜଙ୍ଗଲର ରୋହିଣୀଦୁମା ଏବଂ ବଡପିଛୁଳାରେ ୨ଟି ଟ୍ରାପ କ୍ୟାମେରା ଚୋରି ହୋଇଥିବା ବନ ବିଭାଗ ଜାଣିବା ପରେ ଏତଲା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରଙ୍କୁ ଠାବ କରିବାରେ ପୋଲିସ ଏବଂ ବନ ବିଭାଗ ସଫଳ ହୋଇନାହିଁ। ଏହାପରେ ପୁଣି ଏକ ଟ୍ରାପ କ୍ୟାମେରା ଚୋରି ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଛି । ଘଟଗାଁ ରେଞ୍ଜ ଦେଓବନ୍ଧ ସେକ୍ସନ ବାରବାଙ୍କ ସଂରକ୍ଷିତ କୁଆଝରଣ ଘାଟି ଅଣ୍ଡରପାସ ନିକଟରେ ଗତ ୮ତାରଖରେ ଗୋଟିଏ ଟ୍ରାପ କ୍ୟାମେରାକୁ କେହି ଭାଙ୍ଗି ଦେଇଥିବା ଜଣାପଡିଛି। ଭାଙ୍ଗି ଯାଇଥିବା ଟ୍ରାପ କ୍ୟାମେରା ବନ ବିଭାଗ ଉଦ୍ଧାର କରିଛି। ତେବେ କିଏ ଏବଂ କାହିଁକି ଜଙ୍ଗଲ ଭିତରେ ପଶି ଟ୍ରାପ କ୍ୟାମେରା ଚୋରି କରିଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ସହ କଲାରାପତରିଆ ବାଘ ରହିଥିବାବେଳେ ଏହି ଘଟଣା ପରେ ବାଘର ସୁରକ୍ଷା ନେଇ ପରିବେଶବିତମାନେ ଚିନ୍ତାପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri