ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର/ପାଟଣା,୧୧ା୩(ସ୍ବ.ପ୍ର.): ମହାବଳ ବାଘର ଗତିବିଧି ନିରୀକ୍ଷଣ ପାଇଁ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ଲଗାଯାଇଥିବା ୨ ଟ୍ରାପ୍‌ (ସିସିଟିଭି) କ୍ୟାମେରା ଚୋରି ହୋଇଯାଇଛି। ଦୁଇ କ୍ୟାମେରା ରୋହିଣୀଦୁମା ଜଙ୍ଗଲରେ ଲଗାଯାଇଥିଲା। ଚୋରି ପଛରେ ସ୍ଥାନୀୟ ଲୋକ କିମ୍ବା ଶିକାରୀଙ୍କ ହାତ ଥିବା ବନ ବିଭାଗ ସନ୍ଦେହ କରୁଛି। ଚୋରି ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଡିଏଫ୍‌ଓ ଏଚ୍‌.ଡି.ଧନରାଜ କହିଛନ୍ତି।
ପ୍ରକାଶ ଯେ, କିଛି ମାସ ତଳେ ପାଟଣା ବନାଞ୍ଚଳ ଅନ୍ତର୍ଗତ ଉକ୍ତ ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ରାସ୍ତାରୁ ମିଳିବା ପରେ ବାଘ ଆତଙ୍କ ଦେଖାଦେଇଥିଲା। କିନ୍ତୁ ବାଘ ଆକ୍ରମଣ ନୁହେଁ ଏହା ଏକ ହତ୍ୟାକାଣ୍ଡ ବୋଲି ବନ ବିଭାଗ କହି ଆସୁଥିଲା। ବ୍ୟବଚ୍ଛେଦ ରିପୋର୍ଟରେ କ’ଣ ବାହାରିଲା ତାହାର ଯାଞ୍ଚ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମତପ୍ରକାଶ ପାଉଛି। ଅଭିଯୋଗ ପରେ କେନ୍ଦୁଝର ବନଖଣ୍ଡର ପାଟଣା ଓ ଘଟଗଁା ରେଞ୍ଜରେ ମହାବଳ ବାଘ ନିରୀକ୍ଷଣ ପାଇଁ ସମୁଦାୟ ୫୫ଟି ସିସିଟିଭି ବା ଟ୍ରାପ୍‌ କ୍ୟାମେରା ବିଭିନ୍ନ ଗଛରେ ଲଗାଯାଇଥିଲା। ସେଥି ମଧ୍ୟରୁ ଦୁଇ କ୍ୟାମେରା ମିଳୁ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ଟ୍ରାପ୍‌ କ୍ୟାମେରା ଲାଗିବା ଫଳରେ ଅଟେଇ ଜଙ୍ଗଲରେ ଶିକାରୀମାନଙ୍କ ଚଳପ୍ରଚଳ ଉପରେ ଅଂକୁଶ ଲାଗିଛି। ଏଣୁ ଏହି ଚୋରି ପଛରେ ଶିକାରୀ କିମ୍ବା ସ୍ଥାନୀୟ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କିଛି ଦିନ ତଳେ ମହାବଳ ବାଘର ଏକ ଫଟୋକୁ ନେଇ ବନ ବିଭାଗ ପକ୍ଷରୁ ଘଟଗଁା ଅଞ୍ଚଳରେ ବାଘର ଉପସ୍ଥିତି ନେଇ ଦାବି କରାଯାଇଥିଲା। କିନ୍ତୁ ଅଦ୍ୟାବଧି ବାଘର ଉପସ୍ଥିତି ନେଇ କୌଣସି ସୂଚନା ମିଳୁନାହିଁ। ଏନେଇ ବନ ବିଭାଗ ଅଧିକ ସିସିଟିଭି କ୍ୟାମେରା ଲଗାଇଥିଲେ ହେଁ ବାଘର ଫଟୋ କୌଣସି କ୍ୟାମେରାରେ କଏଦ ହୋଇ ନ ଥିବା ସମସ୍ତଙ୍କୁ ଚକିତ କରିଛି। ଆଖପାଖ ଜଙ୍ଗଲରେ ବାଘର ଉପସ୍ଥିତିକୁ ନେଇ ସେଭଳି ପାରିପାର୍ଶ୍ୱିକ ପ୍ରମାଣ ଯଥା ଲୋକଙ୍କୁ ଆକ୍ରମଣ, ବାଘର ଗର୍ଜନ, ଗୋରୁ ବା ମଇଁଷିକୁ ଆକ୍ରମଣ ଆଦି ମଧ୍ୟ ମିଳୁନାହିଁ। ଏଣୁ ମହାବଳ ବାଘର ଉପସ୍ଥିତିର ସତ୍ୟତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବାଘର କୌଣସି ଫଟୋ ଉତ୍ତୋଳନ ହୋଇ ନ ଥିବାରୁ ବାଘଟି ପୁଣି ନିଜ ବାସସ୍ଥାନକୁ ଚାଲିଯାଇଥାଇ ପାରେ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri