ପୁରୀ,୩୦।୩(ଅଜିତ୍ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ହେଲେ ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ ।
ସୋମବାର ପୂର୍ୱାହ୍ନରେ ସେକ୍ଟର ୧୪ ଲାଇଟ୍ ହାଉସ୍ ସମ୍ମୁଖ ବେଳାଭୂମିରେ ଏହି ଅଘଟଣ ଘଟିଛି । ଗାଧୋଇଥିବା ବେଳେ ବଡ ଲହଡ଼ି ମାଡ଼ରେ ୨ଜଣ ପର୍ଯ୍ୟଟକ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ। ଲାଇଫ୍ ଗାର୍ଡ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେସାନଙ୍କୁ ମୃତ ଘୋଷଣା କରିଛନ୍ତି।
ତେବେ କିଛି ଦିନ ମଧ୍ୟରେ ଏହା ତୃତୀୟ ଘଟଣା ହୋଇଛି। ପ୍ରତିଦିନ ପୁରୀ ବେଳାଭୂମିରେ ଏପରି ଅଘଟଣ ଘଟୁଥିବା ବେଳ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

