Posted inଜାତୀୟ

୨୦୫୦ ସୁଦ୍ଧା ୨ ଗୁଣା ପ୍ଲାଷ୍ଟିକ୍‌ ବର୍ଜ୍ୟ

ନୂଆଦିଲ୍ଲୀ,୧୬ା୧୧(ପି.ଟି.):ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏହାର ସମାଧାନ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ନିମନ୍ତେ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି। ପୁନଃଚକ୍ରଣଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ଏବଂ ବର୍ଜ୍ୟ ପରିଚାଳନାରେ ପୁଞ୍ଜି ନିବେଶ ଦ୍ୱାରା ପ୍ଲାଷ୍ଟିକ୍‌ ବର୍ଜ୍ୟ ୯୦ ପ୍ରତିଶତରୁ ଅଧିକ ହ୍ରାସ ପାଇବା ସହ ଏ ସମ୍ପର୍କିତ ଉତ୍ସର୍ଜନକୁ ଏକ-ତୃତୀୟାଂଶ କମାଯାଇପାରିବ ବୋଲି ଏକ ନୂଆ ଅଧ୍ୟୟନରେ କୁହାଯାଇଛି।
ଜାତିସଂଘ ପ୍ଲାଷ୍ଟିକ୍‌ ଚୁକ୍ତିନାମା ସ୍ବାକ୍ଷର ହେବା ପୂର୍ବରୁ ସାଇନ୍ସ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ପ୍ଲାଷ୍ଟିକ୍‌ ବର୍ଜ୍ୟ ଉପରେ ବିଶ୍ୱର ପ୍ରଥମ ଚୁକ୍ତିନାମା ଖୁବ୍‌ଶୀଘ୍ର ସ୍ବାକ୍ଷର ହେବାକୁ ଯାଉଛି। ଏନେଇ ଚୂଡ଼ାନ୍ତ ବୁଝାମଣା ପାଇଁ ନଭେମ୍ବର ୨୫ରୁ ଡିସେମ୍ବର ୧ ପର୍ଯ୍ୟନ୍ତ କୋରିଆର ବୁସନଠାରେ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ୧୯୦ରୁ ଊର୍ଦ୍ଧ୍ୱ ଦେଶର ପ୍ରତିନିଧି ଯୋଗଦେବେ। ଏହା ପୂର୍ବରୁ ଗତ ଏପ୍ରିଲରେ କାନାଡାର ଓଟ୍ଟାଓ୍ବାଠାରେ ଏଭଳି ଏକ ବୈଠକ ବସିଥିଲା।
ପ୍ଲାଷ୍ଟିକ୍‌ ସଙ୍କଟର ମୁକାବିଲା ନିମନ୍ତେ ଉପରୋକ୍ତ ଅଧ୍ୟୟନ ଏକ ଗୁରୁତ୍ୱପୂର୍ଣ୍ଣ ନୀଳନକ୍ସା ପ୍ରଦାନ କରିପାରିବ ବୋଲି
ଆମେରିକାର କାଲିଫର୍ନିଆ ୟୁନିଭର୍ସିଟିର ଗବେଷକ କହିଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟ କୁପରିଚାଳନା ହ୍ରାସ କରିବା ପାଇଁ ୪ଟି ନୀତି ଯଥେଷ୍ଟ। ତାହା ହେଲା ୪୦ ପ୍ରତିଶତ ବ୍ୟବହାର ପରବର୍ତ୍ତୀ ରିସାଇକ୍ଲଡ୍‌ ପ୍ଲାଷ୍ଟିକ୍‌ରେ ନୂଆ ପ୍ଲାଷ୍ଟିକ୍‌ ସାମଗ୍ରୀ ତିଆରି ହେଉ, ନୂଆ ପ୍ଲାଷ୍ଟିକ୍‌ ଉତ୍ପାଦନକୁ ୨୦୨୦ ସ୍ତରରେ ସୀମିତ କରାଯାଉ, ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ପର୍ଯ୍ୟାପ୍ତ ନିବେଶ ହେଉ ଏବଂ ପ୍ଲାଷ୍ଟିକ୍‌ ପ୍ୟାକେଜିଂ ଉପରେ ଦେୟ ଧାର୍ଯ୍ୟ ହେଉ। ପ୍ଲାଷ୍ଟିକ୍‌ ବର୍ଜ୍ୟର ବର୍ତ୍ତମାନର ଧାରା ଜାରି ରହିଲେ ଏହା ସହ ଜଡ଼ିତ ସବୁଜଗୃହ ବାଷ୍ପ ନିର୍ଗମନ ୨୦୨୦ ସ୍ତର ତୁଳନାରେ ୩୭ ପ୍ରତିଶତ ବୃଦ୍ଧି ପାଇ ୨୦୫୦ର ୩.୩୫ ଗିଗାଟନ୍‌ ଅଙ୍ଗାରକାମ୍ଳ ସମତୁଲ୍ୟ ହେବ ବୋଲି ଗବେଷକମାନେ କହିଛନ୍ତି। ମେଶିନ୍‌ ଲର୍ନିଂ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ୨୦୫୦ ବେଳକୁ ବାର୍ଷିକ କୁପରିଚାଳିତ ପ୍ଲାଷ୍ଟିକ୍‌ ଓ୍ବେଷ୍ଟ ପରିମାଣ ପାଖାପାଖି ୨ ଗୁଣା ହୋଇ ୧୨୧ ଟନ୍‌ରେ ପହଞ୍ଚତ୍ବ। ପ୍ଳାଷ୍ଟିକ ବର୍ଜ୍ୟ ମାଇକ୍ରୋ ଏବଂ ନାନୋ ପ୍ଲାଷ୍ଟିକ୍‌ରେ ପରିଣତ ହୋଇ ପରିବେଶକୁ ନଷ୍ଟ କରିବା ସହ ସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri