୨ ହଜାର ଏକର ସରକାରୀ ଜମି ଜବରଦଖଲ

କଳିଙ୍ଗନଗର,୨୪ା୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦାନଗଦୀ ତହସିଲ ଅଞ୍ଚଳରେ ସରକାରୀ ଜମି ଜବରଦାଖଲକାରୀଙ୍କ କବ୍‌ଜାରେ ରହିଛି। କେବଳ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ତ୍ରିଜଙ୍ଗା ମୌଜାରେ ମୂଲ୍ୟବାନ ସରକାରୀ ଜମିରୁ ପ୍ରାୟ ୨ ହଜାର ଏକର ଜମିକୁ ଜବରଦଖଲ କରାଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏଠାକାର ଜମି ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ କେତେଜଣ ମୁଷ୍ଠିମେୟ ବ୍ୟକ୍ତିଙ୍କ ପାଇଁ ସରକାରୀ ଜମି ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି l ଗତ ଡିସେମ୍ବର ୧୪ରେ ତହସିଲ ପକ୍ଷରୁ ଶିଙ୍ଗାଡିଆ ବଜାରଠାରେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଏକ ବିରାଟ ବ୍ୟବସାୟିକ ପ୍ରତିଷ୍ଠାନ ଭାଙ୍ଗିବା କାମ ଆରମ୍ଭ ହୋଇଥିଲା l ପ୍ରାୟ ୫ ହଜାର ବର୍ଗଫୁଟ ସରକାରୀ ଜମିରେ ଆବାସିକ ଭଡ଼ା ଘର ଓ ଦୋକାନ ଘର ନିର୍ମାଣ ହୋଇଥିବା ବେଳେ ତହସିଲ ପକ୍ଷରୁ କେବଳ ଦୋକାନ ଘରଗୁଡିକୁ ଉଚ୍ଛେଦ କରାଯାଇଥିଲା l ଇତିମଧ୍ୟରେ ବହୁଦିନ ବିତିଥିଲେ ମଧ୍ୟ ବାକିଥିବା ଅନ୍ୟ ଅଂଶକୁ ଭାଙ୍ଗିବାକୁ ପ୍ରଶାସନ ଆଗ୍ରହ ପ୍ରକାଶ କରୁନାହାନ୍ତି l ଅନ୍ୟପକ୍ଷେ ଏହି ବଜାରରେ ରହିଥିବା ସବୁ ନିର୍ମାଣ ସରକାରୀ ଜମିରେ ହୋଇଛି ା ସେ ସବୁକୁ ଉଚ୍ଛେଦ ପାଇଁ ତହସିଲଦାର କାହିଁକି ଉଦ୍ୟମ କରୁ ନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଛି ା
ସୂଚନା ମୁତାବକ ଦାନଗଦୀ ତହସିଲ ଚାରିପାଖରେ ଥିବା ସମସ୍ତ ସରକାରୀ ଜମି ମାଫିଆଙ୍କ କବ୍‌ଜାରେ ରହିଛି l ପରିଣାମ ସ୍ବରୂପ ଏଠାରେ ଯେକୌଣସି ସରକାରୀ କାର୍ଯ୍ୟାଳୟଟିଏ ସ୍ଥାପନ କରିବାକୁ ଜମିର ଉତ୍କଟ ଅଭାବ ଦେଖିବାକୁ ମିଳୁଛି। ଏପରିକି ଦାନଗଦୀ ବଜାରରେ ଜମି ଅଭାବ ପାଇଁ ପ୍ରସ୍ତାବିତ ଏକ ଶୌଚାଳୟ ନିର୍ମାଣ ହୋଇ ପାରୁନାହିଁ। ଦାନଗଦୀ ମୁଖ୍ୟାଳୟର ତ୍ରିଜଙ୍ଗା ମୌଜାରେ ୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଶାବକ ଖାତାକୁ ନଜର କଲେ ୧୯୯୧ ବନ୍ଦୋବସ୍ତରେ ସାମିଲ୍‌ ଥିବା କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତକରି କେତେଜଣ ପ୍ରଭାବଶାଳୀ ଲୋକ ବେଆଇନ୍‌ ଭାବେ ଜମିର ପଟ୍ଟା କରି ନେବାରେ ସକ୍ଷମ ହୋଇଛନ୍ତି ା ଅନ୍ୟ କେତେକ ଜମିକୁ ଲୋକେ ବଳ ପୂର୍ବକ ନିଜ ଦଖଲରେ ରଖିଛନ୍ତି l ଶାବକ ଖତିଆନ୍‌ ନମ୍ବର ୧୬୪ ରେ ମୋଟ ୧୫ଶହ ଏକରରୁ ଅଧିକ ଶାଳ ଜଙ୍ଗଲ କିସମର ଜମି ରହିଛି ା ଶାବକ ଓ ହାଲ୍‌ ଖାତାକୁ ନିରୀକ୍ଷଣ କଲେ ସେଠାରେ ଜମି ଜାଲିଆତିର ଏକ ବିରାଟ ଚିତ୍ର ଦେଖିବାକୁ ମିଳିଛି l ସରକାରୀ ରେକର୍ଡ ସୂଚନା ମୁତାବକ ମୋଟ ୫୦୭ଏକର ସରକାରୀ ଜମି ଜବରଦଖଲରେ ରହିଛି। ଏହି ଜମି ମଧ୍ୟରୁ ୧୭୦ ଏକର ୪୦ ଡିସିମିଲ୍‌ ଅନାବାଦୀ କିସମର ହୋଇଥିବା ବେଳେ ୩୭୬ ଏକର ୯୨ ଡିସିମିଲ୍‌ ଜମି ଗୋଚର ଏବଂ ୬୦ ଏକର ଜମି ଜଙ୍ଗଲ କିସମର ବୋଲି ଉଲ୍ଲେଖ ରହିଛି ା
ରାଜନେତା, ସରକାରୀ ଅଧିକାରୀ ଓ କର୍ମଚାରୀ, କାରଖାନା କର୍ମଚାରୀ ଓ କେତେଜଣ ବ୍ୟବସାୟୀ ମୂଲ୍ୟବାନ୍‌ ସରକାରୀ ଜମିକୁ ହାତେଇ ଜବରଦଖଲ କରି ବଡ଼ ବଡ଼ କୋଠା ଓ ବ୍ୟବସାୟୀକ ଗୃହମାନ ନିର୍ମାଣ କରିଛନ୍ତି ା ସୂଚନା ମୁତାବକ ୨୦୧୦ ରୁ ୨୦୧୮ ମସିହା ମଧ୍ୟରେ ତହସିଲ ପକ୍ଷରୁ ମୋଟ ୯୩ ଜଣ ଜବରଦଖଲକାରୀଙ୍କୁ ଫାରମ୍‌ (ଖ)ରେ ଉଚ୍ଛେଦ ନୋଟିସ ଜାରି ହୋଇଥିଲା। ନୋଟିସ ଲାଗିଥିବା ଏହି ସଂଖ୍ୟା ଏବେ ଦୁଇଗୁଣା ଅତିକ୍ରମ କରି ସାରିଛି l ମାତ୍ର ସେଗୁଡିକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଆଗଭର ହେଉ ନ ଥିବାରୁ ନୋଟିସ ଲାଗିଥିବା ଘର ଉପରେ ମହଲା ପରେ ମହଲା ନିର୍ମାଣ ହେଉଛି l ନୋଟିସ ଲାଗିଥିବା ଜମିରେ ବିରାଟ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି l ଅପରପକ୍ଷେ ଦାନଗଦୀ ତହସିଲ୍‌କୁ ଦୀର୍ଘ ୩ ମାସ ହେବ ଆର୍‌ଟିଆଇରେ ଜବରଦଖଲ ସମ୍ପର୍କରେ ତଥ୍ୟ ମାଗିଥିଲେ ବି ତହସିଲ୍‌ ପକ୍ଷରୁ କୌଣସି ସୂଚନା ନ ଦେବାକୁ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ବୋଲି ଅଭିଯୋଗ ହୋଇଛି। ମୂଲ୍ୟବାନ ସମସ୍ତ ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଦାନଗଦୀ ତହସିଲ କର୍ତ୍ତୃପକ୍ଷଙ୍କ ନିକଟରେ ସାଧାରଣରେ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri