୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଅଫିସ,୨୫ା୩:ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ଦୁହେଁ ହେଲେ ମଙ୍କୁ ଓୟାମ୍‌(ଜୟରାମ) ଏବଂ ଲାଛୁ ମାଡ଼କାମ(ବିଶ୍ୱନାଥ)। ମଙ୍କୁଙ୍କ ଘର ଛତିଶଗଡ଼ର ବିଜାପୁର ଜିଲା କାରେମାର୍କା ଗ୍ରାମରେ। ସେହିପରି ଲାଛୁଙ୍କ ଘର ଆଡ଼ିସମେଟ ଗ୍ରାମରେ। ଦୁହେଁ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ମଙ୍କୁ ରାୟଗଡ଼ା ଓ କଳାହାଣ୍ଡି ଜିଲାର ୫ ହିଂସାକାଣ୍ଡ ଏବଂ ଲାଛୁ ୮ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ, ମଙ୍କୁ ସିପିଆଇ (ମାଓବାଦୀ) ମାନିପୁର-ନୂଆପଡ଼ା ଡିଭିଜନର ସୁନାବେଡ଼ା ଏରିଆ କମିଟି ସଦସ୍ୟ ଥିଲେ। ୨୦୧୧ରେ ସେ ସଙ୍ଗଠନର ସଦସ୍ୟଭାବେ ସାମିଲ ହୋଇଥିଲେ। ସେହିପରି ଲାଛୁ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼(କେକେବିଏନ୍‌) ଡିଭିଜନ ରାହୁଲା କମିଟି ସଦସ୍ୟଭାବେ ୨୦୧୫ରେ ଯୋଗ ଦେଇଥିଲେ। ପରେ ସେ କେକେବିଏନ୍‌ ଏବଂ ବିଜିଏନ୍‌ ଡିଭିଜନର ବିଭିନ୍ନ ଏରିଆ କମିଟିରେ କାମ କରୁଥିଲେ। ମାଓବାଦୀ ସଙ୍ଗଠନରେ ବଢ଼ୁଥିବା ଅତ୍ୟାଚାର, ଖାଦ୍ୟ ଅଭାବ ଏବଂ ପୋଲିସର କୋମ୍ବିଂ ଅପରେଶନ ଯୋଗୁ ସଙ୍ଗଠନ ଛାଡ଼ିଥିବା ଦୁହେଁ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିକଟରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଲାଛୁଙ୍କ ନାମରେ ୧ ଲକ୍ଷ ଟଙ୍କା ଏବଂ ମଙ୍କୁଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ହିଂସାର ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବାରୁ ଏମାନଙ୍କ ଥଇଥାନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri