ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତ ସ୍ରାବ ହେଉଥିବାର ଏକ ଭାଇରାଲ ଭିଡିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୂରିି ବୁଲୁଛି। ଉକ୍ତ ଭିଡିଓରେ ଉଭୟ ଶିକ୍ଷୟିତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଘଟଣାର ଦୃଶ୍ୟ ଉତ୍ତୋଳନ କରିବାକୁ କହୁଥିବା ଦେଖାଯାଇଛି। ତେବେ ମିଳିଥିବା ସୂଚାନା ଅନୁସାରେ, ବିଦ୍ୟାଳୟରେ କୌଣସି ସଫେଇ କାର୍ଯ୍ୟକୁ ନେଇ ଉଭୟ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରି ମାଡ଼ପିଟରେ ରୂପାନ୍ତରିତ ହୋଇଥିଲା। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଖବର ମିଳିଛି। ଅପରପକ୍ଷରେ ଘଟଣାର ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଆରସିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଇଓ କରନ ଶର୍ମା କହିଛନ୍ତି। ରିପୋର୍ଟ ଆସିବା ପରେ ଆାବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀଙ୍କ ଏଭଳି ମାଡ଼ପିଟକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଏଭଳି ଘଟଣାରୁ ଛାତ୍ରୀଛାତ୍ର କ’ଣ ଶିକ୍ଷା ଗ୍ରହଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ସେନାର ବୀରତ୍ୱ ସହ ଦୃଷ୍ଟି ଆକର୍ଷଣ କରିବ ‘ବାକ୍ଟ୍ରିଅନ୍‌ ଓଟ’

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷ, ଗଣତନ୍ତ୍ର ଦିବସ ପରେଡ ଦେଶର ସାମରିକ ଶକ୍ତି, ଭୌଗୋଳିକ ବିବିଧତା ଏବଂ ବୀରତ୍ୱପୂର୍ଣ୍ଣ ଦକ୍ଷତାକୁ ଏପରି ଭାବରେ ପ୍ରଦର୍ଶନ କରିବ ଯାହା...

ଚେତାବନୀ ଦେଲେ ମାଲିକ ସଂଘ, ୨୪ରୁ ବଡ଼ିବନି ଘରୋଇ ବସ୍‌ !

ଭୁବନେଶ୍ୱର,୧୭।୧: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ...

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭।୧: ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ...

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର: ଭୁଲ ଭୁଲେୟା କାହାଣୀ…

ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ...

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ଗ୍ରୀନ ସିଗନାଲ ଦେଲେ ମୋଦି, ଜାଣନ୍ତୁ କେଉଁ ରାଜ୍ୟକୁ ମିଳିବ ଏହାର ଲାଭ

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୭ ତାରିଖରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଟି...

୩ ଲକ୍ଷର ଓ୍ବାଟର ପ୍ୟୁରିଫାୟାର ଧରି ବୁଲୁଛନ୍ତି ଗିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ପାଇଁ ଇନ୍ଦୋରରେ ପହଞ୍ଚିଛି। ଇନ୍ଦୋର ସମ୍ପ୍ରତି ଏଠାରେ ଥିବା ଦୂଷିତ ପାଣି ଯୋଗୁ ସାରା...

ବେଆଇନ ଗୋରୁ ମାଫିଆଙ୍କ ଘରେ ବଡ଼ଧରଣର ଚଢାଉ

କେନ୍ଦୁଝର,୧୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ସମନ୍ବିତ ଚଢାଉ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri