୨ ପ୍ରଯୋଜକ ଗୋଷ୍ଠୀ ମୁହଁାମୁହିଁ, ଯୁକ୍ତିତର୍କରୁ ହାତାହାତି

ଭୁବନେଶ୍ୱର,୨୯।୭(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେ ପ୍ରଯୋଜକଙ୍କୁ ନେଇ ଗଠିତ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସି)ରେ ଏବେ ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଞ୍ଚତ୍ଛି। ୟୁସିସି ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏଶନ (ଓଏଫ୍‌ପିଏ)ରେ ଆର୍ଥିକ ଅନିୟମିତତାକୁ ନେଇ କୋର୍ଟ ଓ ଥାନାରେ ମାମଲା ପହଞ୍ଚତ୍ଥିବାବେଳେ ଏହାକୁ ନେଇ ଶୁକ୍ରବାର ୟୁସିସି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ପୋଲିସ ପହଞ୍ଚତ୍ ଖବରଦାତା ସମ୍ମଳନୀକୁ ଅଧାରୁ ବନ୍ଦ କରିଦେଇଥିଲା। ଏଥିସହ ଉଭୟ ପକ୍ଷକୁ ଥାନାକୁ ଡାକି ବୁଝାଶୁଝା କରିବା ସହ ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ଗଣମାଧ୍ୟମରେ କେହି ବିବୃତି ଦେଇପାରିବେ ନାହିଁ ବୋଲି ତାଗିଦ୍‌ କରାଯାଇଛି।
ଗତ ସୋମବାର ୟୁସିସିର ୬ଜଣ ସଦସ୍ୟ କଟକ ପୁରୀଘାଟ ଥାନାରେ ଓଏଫ୍‌ପିଏ ନାଁରେ ଏକ ଅଭିଯୋଗ କରିଥିଲେ। ଏହା ଏକ ପଞ୍ଜୀକୃତ ସଂସ୍ଥା ହୋଇ ନ ଥିଲେ ମଧ୍ୟ ସଦସ୍ୟ ଦେୟ ବାବଦରେ ୫୦ହଜାର ଟଙ୍କା ନେଇ ୩କୋଟିର ଆର୍ଥିକ ଅନିୟମିତତା କରାଯାଇଥିବାବେଳେ ନିର୍ବାଚନ ନ କରି ମନମୁଖି କାର୍ଯ୍ୟ କରାଯାଉଥିବା ନେଇ ମଙ୍ଗଳବାର ସେମାନେ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀ କରି ଗଣମାଧ୍ୟମକୁ ଏ ପ୍ରସଙ୍ଗରେ ଜଣାଇଥିଲେ। ଏହାର ଜବାବ ଦେବାକୁ ୟୁସିସି ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆଉ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିଲା। ୟୁସିସି ସଭାପତି ଯୁଗଳ ଦେବତା, ଉପସଭାପତି ଅଜୟ କୁମାର ରାଉତରାୟ, ଯୁଗ୍ମ ସଚିବ ସଚ୍ଚିକାନ୍ତ ଜେନା, ସଦସ୍ୟ ସମରେଶ ରାଉତରାୟ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଅଭିଯୋଗର ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ସେମାନେ କହିଥିଲେ, ୟୁସିସିର ୩ଟି ବିଭାଗରୁ ପ୍ରଯୋଜକ ସଂଘ (ଓଏଫ୍‌ପିଏ) ଗୋଟିଏ ବିଭାଗ। କିଛି ସଦସ୍ୟ ନିଜର ସ୍ବାର୍ଥ ସାଧନ ପାଇଁ ଆମକୁ ନ ପଚାରି, ଆମଠାରୁ ଅନୁମତି ନ ନେଇ ଗଣମାଧ୍ୟମ ଆଗରେ ବହୁତ ଭୁଲ୍‌ ତଥ୍ୟ ଦେଇ ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଯୋଜକ ସଂଘର ଆଜୀବନ ସଦସ୍ୟ ଦେୟ ୫୦ହଜାର ଟଙ୍କା, ଯାହା ମାତ୍ର ଥରେ ଦେବାକୁ ପଡ଼େ। ଏହା ବାଦ୍‌ ସଂଘର ବିକାଶମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୫୦୦ଟଙ୍କା ଦେବାକୁ ହୁଏ। ଏହା ଜେନେରାଲ ବଡି ମିଟିଂରେ ଗ୍ରହଣ ହୋଇସାରିଛି। ମାତ୍ର ୩ କୋଟିର ହେରଫେର ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା କଥା। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି ଓ ସମସ୍ତ ଦସ୍ତାବିଜ୍‌ ଆମେ ନ୍ୟାୟାଳୟରେ ଦାଖଲ କରିଛୁ। ରସିଦ ବହିରେ କେବଳ ବାର୍ଷିକ ଦେୟ ନଗଦ ଟଙ୍କା ଆକାରରେ ଆଦାୟ କରାଯାଏ। ଯଦି କେହି ସଦସ୍ୟ କୋଟି କୋଟି ଟଙ୍କା କୌଣସି ସଦସ୍ୟଙ୍କ ବ୍ୟାଙ୍କ୍‌ ଖାତାରେ ଜମା କରିଛନ୍ତି ବା କୌଣସି ପ୍ରକାରରେ ଦେଇଛନ୍ତି ତେବେ ପ୍ରମାଣ ସହ କୁହନ୍ତୁ। ୟୁସିସି ଏହାର ତୁରନ୍ତ ପଦକ୍ଷେପ ନେବ। ଏହାଛଡା ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରତିବର୍ଷ କରାଯାଏ, ପ୍ରତିଦ୍ବନ୍ଦ୍ୱୀ କେହି ରୁହନ୍ତି ନାହିଁ। ତେଣୁ ପୂର୍ବ ପଦପଦବୀକୁ କାୟମ ରଖୁ। ଚଳିତବର୍ଷ ସବୁ ଦିଗକୁ ଆଖି ଆଗରେ ରଖି ସଂଘର ନିର୍ବାଚନକୁ ନିୟମ ଅନୁସାରେ ପୋଲିସ ସହାୟତାରେ ସୁଚାରୁରୂପେ ଶେଷ କରାଯାଇଛି। ଯଦି କାହାର କିଛି ଅଭିଯୋଗ ଥିଲା ସେନେଇ ୟୁସିସିକୁ ଲିଖିତ ଭାବେ ଜଣାଇଥିଲେ ସମାଧାନ କରାଯାଇପାରିଥାନ୍ତା ବୋଲି ସେମାନେ କହିଥିଲେ। ହେଲେ ଏହାକୁ ୟୁସିିସିର ସଦସ୍ୟ ଥିବା ଅଭିଯୋଗକାରୀ ପ୍ରଯୋଜକମାନେ ବିରୋଧ କରିବା ସହ ସେମାନଙ୍କ ଯୁକ୍ତି ବାଢ଼ିଥିଲେ। ଲିଖିତ ଭାବେ ଅଭିଯୋଗ ପରେ ସମାଧାନ ନ ହେବାରୁ କୋର୍ଟ ଓ ଥାନାର ଦ୍ୱାରସ୍ଥ ହୋଇଛୁ। ନିର୍ବାଚନ କରାଯାଉନାହିଁ, ସଦସ୍ୟ ଦେୟ ଟଙ୍କା କୁଆଡ଼େ ଯାଉଛି ବୋଲି ଅଭିଯୋଗକାରୀ ପ୍ରଯୋଜକ ସଞ୍ଜୟ ନାୟକ, ବିନି ସମାଲ, ଏନ୍‌. ଜି ରେଡ୍ଡୀ ପ୍ରମୁଖ ଯୁକ୍ତି କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କରୁ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ହୋହଲ୍ଲା ସହ ଠେଲାପେଲା ମଧ୍ୟ ହୋଇଥିଲା। ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଏହା ଶୁଣି ଅଟକି ଯାଇଥିଲେ। ଓଭରବ୍ରିଜ୍‌ ଉପରୁ ମଧ୍ୟ ଲୋକେ ଠିଆ ହୋଇ ଭିତରର ଦୃଶ୍ୟ ଦେଖିବାକୁ ଚେଷ୍ଟା କରିଥିଲେ। ନିକଟରେ ଥିବା ଶହୀଦନଗର ଥାନା ଏହା ଜାଣିବା ପରେ ଉକ୍ତ ହୋଟେଲରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା। ଅନ୍ୟପକ୍ଷରେ ଓଡ଼ିଆ ସିନେମାର ସ୍ଥିତି ସୁଧୁରିବାବେଳେ ସିନେ ପ୍ରଯୋଜକଙ୍କ କଳି ଓଲିଉଡ୍‌କୁ ବଦନାମ କରୁଛି ବୋଲି ସିନେପ୍ରେମୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri