Categories: Video

ଶପଥ ନେଲେ ଦୁଇ ଓଡ଼ିଆ

ଆଜି ପ୍ରଧାନମନ୍ତ୍ରୀଙ୍କ ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନି ବୈଷ୍ଣବ। ସେ ଆଜି କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ଆଜିର ଶପଥ ପାଠ ଉତ୍ସବରେ ପ୍ରଥମେ ନାରାୟଣ ଟାଟୁ ରାଣେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।