କୁଏଟ୍‌ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ପୁଅଙ୍କ ଜୀବନ, କାହିଁକି ଏଠାକୁ ଖଟିବାକୁ ଯାଆନ୍ତି ଭାରତୀୟ, ଦରମା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୪।୬: କୁଏଟ୍‌ର ଏକ ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪୫ଜଣ ଭାରତୀୟ। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ପୁଅ ମଧ୍ୟ ଅଛନ୍ତି। କୁଏଟ୍‌ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ମହମ୍ମଦ ଜହୁରଙ୍କ ପରିବାରରେ ଘୋଟିଯାଇଛି କଳା ବାଦଲ। ଆଉ ୩ ୪ ମାସ ପରେ ତାଙ୍କ ପରିବାରରେ ପାଦ ଥାପିଥାନ୍ତା ଜୁହୁର ଓ ତାଙ୍କ ସ୍ତ୍ରୀଙ୍କ ସନ୍ତକ। ତାଙ୍କ ସ୍ତ୍ରୀ ୭ମାସର ଗର୍ଭବତୀ ଅଛନ୍ତି। ଏବେ ସାରା ପରିବାର ଜୁହୁରଙ୍କ ବିୟୋଗରେ ଦୁଖରେ ବୁଡି ଯାଇଛି।

ସେହିଭଳି କୁଏଟ୍‌ରେ ଆଉ ଜଣେ ଓଡ଼ଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ କୁଏଟ୍‌ରେ କାମ କରୁଥିଲେ । ବୁଧବାର ଦିନ ନିଜ କାମ ସାରି ନିଜେ ରହୁଥିବା ଘରକୁ ଫେରିଥିଲେ । ଆଉ ସେହି କାଳରାତିରେ ଶୋଇଥିବା ବେଳେ ଅଗ୍ନିକାଣ୍ଡରେ ତାଙ୍କର ପ୍ରାଣ ଚାଲିଯାଇଛି। ସନ୍ତୋଷଙ୍କ ଦୁଇଟି ଛୋଟ ପିଲା ଅଛନ୍ତି । ସେ ପରିବାରର ଗୋଟିଏ ବୋଲି ରୋଜଗାରିଆ ପୁଅ ଭାବେ କୁଏତ ଯାଇ କାମ କରୁଥିଲେ । ଗତ ଦୁଇ ବର୍ଷ ହେଲା ସେ କୁଏତରେ ଥିଲେ । ତେବେ ଦୁଇ ଜଣଙ୍କର ମୃତଦେହ ଆଜି ଭୁବନେଶ୍ୱରରେ ପହଞ୍ଚିବାକୁ ଯାଉଛି।

କେବେ ଆପଣ ଭାବିଛନ୍ତି ଭାରତରୁ ହେଉ କି ଆମ ରାଜ୍ୟରୁ ଏତେ ସଂଖ୍ୟକ ଲୋକ କୁଏତ ଏବଂ ସାଉଦି ଆରବ ଭଳି ଦେଶକୁ କାହିଁକି କାମ କରିବାକୁ ଯାଆନ୍ତି? ବିଶେଷକରି, କୁଏତରେ ଏପରି କେଉଁ ଚାକିରୀ ଅଛି ଯାହାର ସର୍ବାଧିକ ଚାହିଦା ରହିଛି ଆଉ ଏଥିପାଇଁ କେତେ ବେତନ ମିଳୁଛି। ଜାଣନ୍ତୁ…

ଲିଙ୍କଡିନ ଅନୁଯାୟୀ, କୁଏଟ୍‌ରେ ବ୍ୟବସାୟ ପ୍ରଶାସକଙ୍କ ସର୍ବାଧିକ ଚାହିଦା ରହିଛି। ଏଠାରେ ବ୍ୟବସାୟ ଏତେ ଦ୍ରୁତ ଗତିରେ ଦୌଡୁଛି ଯେ ଅନେକ ବିଦେଶୀ କମ୍ପାନୀ ଏଠାରେ ବ୍ୟବସାୟ କରୁଛନ୍ତି । ଆଉ ଏଠାରେ କାମ କରୁଥିବା ଲୋକମାନେ ପ୍ରତି ମାସରେ ହାରାହାରି ୪୦୦ କୁଏତ ଡିନାର ପାଇଥାନ୍ତି । ଭାରତୀୟ ମୁଦ୍ରାରେ ୧,୦୯.୦୫୫ ଟଙ୍କା ହେବ।

କୁଏଟ୍‌ରେ ଦ୍ୱିତୀୟ ଡିମାଣ୍ଡିଂ ଚାକିରି ହେଉଛି ମଲ ମ୍ୟାନେଜର । କୁଏଟ୍‌ ଏବଂ ସାଉଦି ଆରବରେ ମଲ ସଂସ୍କୃତି ଦ୍ରୁତ ଗତିରେ ବ୍ୟାପୁଛି ଏବଂ ସେଠାରେ ବିଶ୍ୱର ସର୍ବୋତ୍ତମ ସପିଂ ସେଣ୍ଟର ମଧ୍ୟ ନିର୍ମାଣ କରାଯାଉଛି । ତେବେ ଏଠାରେ ସପିଂ ସେଣ୍ଟର ଚଳାଇବା ପାଇଁ ମଲ ମ୍ୟାନେଜର ନିଯୁକ୍ତ ହେଉଛି। ଏହି କାମ ପାଇଁ ଜଣେ ପ୍ରତି ମାସରେ ୫୦୦ କୁଏତ ଡିନାର ପାଇଥାଏ, ଯାହା ଭାରତରେ ୧,୩୬,୩୧୯ ଟଙ୍କା ସହିତ ସମାନ ହେବ ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୁଏଟ୍‌ରେ ଯଦିଓ ଆରବୀ ଏବଂ ପାର୍ସୀ ଭାଷା କୁହାଯାଏ, ସେଠାରେ ଇଂରାଜୀ ଶିକ୍ଷକମାନଙ୍କ ପାଇଁ ବହୁତ ଚାହିଦା ରହିଛି । ଜଣେ ଇଂରାଜୀ ଶିକ୍ଷକ ପ୍ରତି ମାସରେ ୩୦୦ ରୁ ୩୫୦ କୁଏତ ଡିନାର୍‌ (ପ୍ରାୟ ୯୫,୪୨୩ ଟଙ୍କା) ପାଇଥା’ନ୍ତି ।

କୁଏଟ୍‌ରେ ସର୍ବାଧିକ ଦରମା ଇଞ୍ଜିନିୟରିଂ କ୍ଷେତ୍ରରେ ମିଳିଥାଏ । ଇଞ୍ଜିନିୟରିଂର ଯେକୌଣସି କାମ ପାଇଁ ହାରାହାରି ଜଣେ ପ୍ରତି ମାସରେ ୬୦୦ ରୁ ୭୫୦ କୁଏତ ଡିନାର୍‌ (୧,୬୩ ଲକ୍ଷରୁ ୨,୦୪ ଲକ୍ଷ ଟଙ୍କା) ମିଳିଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri