ର଼୍ୟାକେଟ୍‌ର ଆଉ ୨ ସଦସ୍ୟ ଗିରଫ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଜାଲ୍‌ ଦସ୍ତାବିଜ ଜରିଆରେ ଜମି ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି। ଏହି ର଼୍ୟାକେଟ୍‌ରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ମଙ୍ଗଳବାର ଇଓଡବ୍ଲ୍ୟୁ ଗିରଫ କରିଛି। ସେମାନେ ହେଲେ ଗାୟତ୍ରୀ ମଲ୍ଲିକ ଓ କୃଷ୍ଣଚନ୍ଦ୍ର ବେହେରା। ଉଭୟଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଦ୍ୱୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ମାମଲାରେ ପୂର୍ବରୁ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଅନ୍ତର୍ଯ୍ୟାମୀ ସେନାପତି, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବସରପ୍ରାପ୍ତ କର୍ମଚାରୀ ହଳଧର ଦାସଙ୍କ ସମେତ ୫ଜଣ ଗିରଫ ହୋଇ ଜେଲରେ ସଜା କାଟୁଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ନଶଡ଼ିପୁର ଗ୍ରାମର ଲିପିକା ଦାସଙ୍କ ଭୁବନେଶ୍ୱର ମଳିପଡ଼ା ମୌଜାସ୍ଥିତ ବସନ୍ତ ବିହାରରେ ଥିବା ୨ହଜାର ବର୍ଗଫୁଟ୍‌ର ଏକ ଜମିର ଜାଲ ଦସ୍ତାବିଜ୍‌ ତିଆରି କରି ଅଭିଯୁକ୍ତମାନେ ବିକ୍ରି କରିଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଫେବୃୟାରୀ ୨୧ରେ ଏକ ମାମଲା (ନଂ. ୭/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତମାନଙ୍କ ଜମି ଠକେଇ ଘଟଣା ଗୋଟିଏ ପରେ ଗୋଟିଏ ପଦାକୁ ଆସିଥିଲା। ସେହିପରି କଟକ ଜିଲା ଗୋବିନ୍ଦପୁର ଅଞ୍ଚଳର ସତ୍ୟଭାମା ଦାସଙ୍କ ଖୋର୍ଦ୍ଧା ଚନ୍ଦକା ନିକଟସ୍ଥ ମାଲିପଦି ମୌଜାରେ ଥିବା ୪ଟି ପ୍ଲଟକୁ ମଧ୍ୟ ଅଭିଯୁକ୍ତମାନେ ବିକ୍ରି କରିଦେଇଥିଲେ। ଏଥିରେ ଅଭିଯୁକ୍ତ ଗାୟତ୍ରୀ ମିଛ ମାଲିକ ବନିଥିଲେ। ଅଭିଯୁକ୍ତମାନେ ରାଜଧାନୀର ଉପକଣ୍ଠରେ ଥିବା ଜମିକୁ ନିଜ ନାମରେ କରି ଅନ୍ୟମାନଙ୍କୁ ବିକ୍ରି କରିଦିଅନ୍ତି। ଦୂର ସ୍ଥାନରେ ରହୁଥିବା ମାଲିକମାନଙ୍କ ଜମିକୁ ହିଁ ସେମାନେ ଟାର୍ଗେଟ କରୁଥିଲେ। ଜମି ବିକ୍ରିରୁ ମିଳୁଥିବା ବିପୁଳ ଟଙ୍କାକୁ ଅଭିଯୁକ୍ତମାନେ ନିଜ ନିଜ ମଧ୍ୟରେ ବାଣ୍ଟି ନିଅନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଥିଲା। ଇତିମଧ୍ୟରେ ଅଭିଯୁକ୍ତମାନେ କରିଥିବା ୮ରୁ ଜମି ଠକେଇ ଘଟଣା ଇଓଡବ୍ଲ୍ୟୁ ନଜରକୁ ଆସିଛି। ଏହି ଠକେଇ ଘଟଣା ଆଗକୁ ବଢ଼ିବା ନେଇ ଇଓଡବ୍ଲ୍ୟୁ ଆଶଙ୍କା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri