ଧାର୍ଯ୍ୟ ସମୟ ସରିବାକୁ ଆଉ ୨ ଦିନ: ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

କୋଟପାଡ଼,୨୮ା୬(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ନଷ୍ଟ ହେଉଥିବା ବେଳେ ଏହାକୁ ନିର୍ଦ୍ଧାରିତ ସମୟରେ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଏ ନେଇ ସୂତିପଦର ପଞ୍ଚାୟତ ଡଙ୍ଗିରି ୬୩ ନଂ ଜାତୀୟ ରାଜପଥରେ ଚାଷୀ ଧାନ ରଖି ଶନିବାର ରାସ୍ତାରୋକୋ କରିଥିଲେ। ନିର୍ଦ୍ଧାରିତ ସମୟରେ ପ୍ରଶାସନ ଧାନ ନ ଉଠାଉ ଥିବାରୁ ମଣ୍ଡିଗୁଡ଼ିକରେ ଗଚ୍ଛିତ ଧାନ ବର୍ଷାରେ ଭିଜି ନଷ୍ଟ ସହ ଗଜା ହେବା ସମସ୍ୟା ଦେଖାଦେଇଛି। କୋଟପାଡ଼ ଅଞ୍ଚଳରେ ଚଳିତ ଖରିଫରେ ଜୟପୁର ନିୟନ୍ତ୍ରିତ ବଜାର କମିଟି, କୋଟପାଡ଼ ସମବାୟ ବିଭାଗ ଓ କେତେକ ଏସ୍‌ଏସ୍‌ଜି ଦ୍ୱାରା ୧ ଲକ୍ଷ ୭୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଜୁନ୍‌ ୩୦ ମଧ୍ୟରେ କିଣିବାକୁ ଟାର୍ଗେଟ ରଖାଯାଇଥିଲା। ଧାର୍ଯ୍ୟ ସମୟ ସରିବାକୁ ୨ ଦିନ ଥିବା ବେଳେ ୫୦ ପ୍ରତିଶତ ଧାନ କିଣାଯାଇଛି ଓ ବଳକା ଧାନ ଉଠି ପାରିନାହିଁ।

ଏହାକୁ ନେଇ ବିଭିନ୍ନ ଚାଷୀ ସଂଗଠନ ଜିଲାପାଳ, ଉପଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନୀରବ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରୁ ଧାନ କିଣିବା ପାଇଁ ୪୩ଟି ମିଲରଙ୍କୁ ନିର୍ଦ୍ଦେଶ ରହିଥିବା ବେଳେ ମଣ୍ଡିଗୁଡ଼ିକରେ ଧାନ ଉଠାଇବାକୁ ଟ୍ରକ୍‌ ଆସୁ ନ ଥିବାରୁ ସମସ୍ୟା ଦେଖାଦେଇଥିବା ଜଣାପଡିଛି। ଏ ନେଇ ଜୟପୁର ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ମଣ୍ଡିରେ ଧାନ ଉଠାଇବାକୁ ଗାଡି ଆସୁ ନ ଥିବା ବେଳେ କିଛିଦିନ ହେବ ବର୍ଷା ଲାଗି ରହିଛି। ଧାନ ମଣ୍ଡିରେ ଭିଜୁଛି l

ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଚାଷୀ ଗୁହାରି କଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହା ପରେ ସ୍ଥାନୀୟ ତହସିଲଦାର, ଯୋଗାଣ ବିଭାଗ ଅଧିକାରୀ, ଲ୍ୟାମ୍ପ ଅଧିକାରୀ, ପୋଲିସ ପହଞ୍ଚି ବୁଝାଶୁଝା କରି ୩୦ ତାରିଖ ସୁଦ୍ଧା ସମସ୍ତ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଚାଷୀ ରାସ୍ତାରୁ ଉଠିଥିଲେ। ପ୍ରଶାସନ ପ୍ରତିଶ୍ରୁତି ପାଳନ ନ କଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri