ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ୧୩ ତାରିଖ ଯାଏ ପ୍ରବଳ ଶୀତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ କରାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାରଦ ୩ ଡିଗ୍ରୀ ସେଲ୍‌ସିୟସ ଛୁଇଁବା ସହ ୧୫ ସହରରେ ରାତି ତାପମାତ୍ରା ୧୦ଡିଗ୍ରୀଠାରୁ କମ୍‌ ରେକର୍ଡ କରାଯାଇଛି। ରାଜ୍ୟର ସର୍ୱନିମ୍ନ ତାପମାତ୍ରା ସେମିଳିଗୁଡ଼ାରେ ରେକର୍ଡ ହୋଇଛି।

ଅପରପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ତଳମୁହାଁ ହେବାରେ ଲାଗିଛି। ଡିସେମ୍ୱର ୫ରେ ଭୁବନେଶ୍ୱରରେ ସର୍ୱନିମ୍ନ ତାପମାତ୍ରା ୧୪ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ୬ ତାରିଖରେ ୧୩ଡିଗ୍ରୀ, ୭ରେ ୧୧.୯, ୮ରେ ୧୨.୧, ୯ରେ ୧୩.୭, ୧୦ରେ ୧୩ ଏବଂ ୧୧ ତାରିଖରେ ୧୧.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

କଟକରେ ମଧ୍ୟ ତାପମାତ୍ରା ହ୍ରାସ ପାଇଥିବାବେଳେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅପରପକ୍ଷେ ଆଗାମୀ ୨ଦିନ ପାଇଁ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଭଦ୍ରକ ଏବଂ କଳାହାଣ୍ଡି ଜିଲାରେ ଘନ କୁହୁଡ଼ି ଦେଖାଦେବା ନେଇ ପାଣିପାଗ ବିଭାଗ ଓ୍ୱାର୍ନିଂ ଜାରି କରିଛି।

ସେହିପରି ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଆଦି ଜିଲାରେ ଶୀତ ଲହରି ନେଇ ଓ୍ୱେଲୋ ଓ୍ୱାର୍ନିଂ ଜାରି କରାଯାଇଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri