ସଙ୍କୁଚିତ ସ୍ମାର୍ଟ ରାସ୍ତା ସମ୍ପୂର୍ଣ୍ଣ ପାଇଁ ୨ ମାସ ବଢ଼ିଲା ଅବଧି

ବ୍ରହ୍ମପୁର ଅଫିସ,୨୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୫ଟି ସ୍ଥାନରେ ସ୍ମାର୍ଟ ରାସ୍ତା କାର୍ଯ୍ୟ ଚାଲିଛି। କିନ୍ତୁ ଏଥି ନିମନ୍ତେ ଅବଧି ସମୟ ଶେଷ ହୋଇଥିବା ସତ୍ତ୍ୱେ ଏ ଯାଏ କୌଣସି ଗୋଟିଏ ବି ରାସ୍ତା କାର୍ଯ୍ୟ ଶେଷ ହୋଇ ନାହିଁ। ଏଣୁ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ୨ ମାସ ଅବଧି ବୃଦ୍ଧି କରାଯାଇଥିବା ସେ କହିଛନ୍ତି।
ଅନ୍ୟପଟେ କେତେବେଳେ ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଉ କେଉଁଠାରେ ବନ୍ଦ ହୋଇଛି। ଫଳରେ ସହରବାସୀ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବିଭିନ୍ନ ଗଳିକନ୍ଦି ରାସ୍ତା ଦେଇ ଯିବାକୁ ପଡୁଛି। ଦୀର୍ଘ ଦିନ ଧରି କାର୍ଯ୍ୟ ଲାଗି ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ତେବେ ସହରରେ ୫ଟି ସ୍ଥାନରେ ନିର୍ମାଣାଧୀନ ରାସ୍ତା ପ୍ରଶସ୍ତୀକରଣ ବଦଳରେ ସଙ୍କୁଚିତ ହୋଇଛି। ଆଗାମୀ ଦିନରେ ଯାନବାହନ ଯାତାୟାତରେ ସମସ୍ୟା ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ୩ କୋଟି ୫୩ ଲକ୍ଷ ୪୩ ହଜାର ୧୩୫ ଟଙ୍କା ବ୍ୟୟରେ ସୁବାରାଓ ଛକଠାରୁ ଷ୍ଟେଟ ବ୍ୟାଙ୍କ ଓ ସେଣ୍ଟ ଭିନ୍‌ସେଣ୍ଟ୍‌ ସ୍କୁଲ ସ୍ମାର୍ଟ ରାସ୍ତା ନିର୍ମାଣ ଚାଲିଛି। ଏହାର ଲମ୍ବ ୬୦୦ ମିଟର। ସେହିଭଳି ୩ କୋଟି ୮୦ ଲକ୍ଷ ୯୦ ହଜାର ୯୦୭ ଟଙ୍କା ବ୍ୟୟରେ ୭୩୦ ମିଟର ବିଶିଷ୍ଟ ଅନ୍ନପୂର୍ଣ୍ଣା ମାର୍କେଟଠାରୁ ବିିଶାଲ ମେଗା ମାର୍ଟ ରାସ୍ତା, ୨ କୋଟି ୨୬ ଲକ୍ଷ ୫୯ ହଜାର ୮୦୦ ଟଙ୍କା ବ୍ୟୟରେ ୫୫୫ ମିଟର ରାସ୍ତା, ୩ କୋଟି ୫ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟରେ ୫୨୦ ମିଟର ରାସ୍ତା, ୨ କୋଟି ୧୦ ଲକ୍ଷ ୭୯ ହଜାର ଟଙ୍କା ବ୍ୟୟରେ ୫୧୦ ମିଟର ବିଶିଷ୍ଟ ସ୍ମାର୍ଟ ରାସ୍ତା ନିର୍ମାଣାଧୀନ ରହିଛି। ଏହି ସବୁରେ ପେଭର, ଫୁଟପାଥ ପେଭର ବ୍ଲକ, ସାଇକେଲ ଟ୍ରାକ୍‌, ରାସ୍ତା ଦୁଇ ପାର୍ଶ୍ୱରେ ଆରସିସି ଡ୍ରେନ, ପାର୍କିଂ ଓ ସବୁଜୀକରଣ, ୱାଲ ପେଣ୍ଟିଂ, ୧ମିଟର ବିଶିଷ୍ଟ ୱାକିଂ ଟ୍ରାକ, ୨ଟି କଲଭର୍ଟ ଓ ଡ୍ରେନେଜରେ ଘୋଡଣିର ବ୍ୟବସ୍ଥା ରହିବ। ରାସ୍ତା କାର୍ଯ୍ୟ ନିମନ୍ତେ ୨୦୨୧ ଡିସେମ୍ବର ୨୬ରେ ଶିଳାନ୍ୟାସ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ ସରିବା ପାଇଁ ୩ ମାସ ଅବଧି ରଖାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ସରିଲା ନାହିଁ। ଫଳରେ ବିଏମ୍‌ସି ପକ୍ଷରୁ ଜୁନ ୧୫ ଯାଏ ସମୟ ଅବଧି ବୃଦ୍ଧି କରାଯାଇଥିଲା। ଅବଧି ସମୟ ଶେଷ ହୋଇ ୧ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନ ଥିବା ଦେଖିବାକୁ ମିଳିଛି। ତେବେ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ସମୟ ସୀମା ୨ ମାସ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଆସନ୍ତା ଅକ୍ଟୋବରରେ ଶେଷ ହେବ ବୋଲି ବିଏମ୍‌ସି ପକ୍ଷରୁ ଆଶା ପୋଷଣ କରାଯାଇଛି।
ଏ ନେଇ କନିଷ୍ଠ ଯନ୍ତ୍ରୀ ତପନ କୁମାର ରୟଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ରାସ୍ତା ୨ ପାର୍ଶ୍ୱରେ ପାର୍କିଂ ସୁବିଧା ସହ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇଛି। ଯାହାଦ୍ୱାରା ସହରବାସୀ ଉପକୃତ ହୋଇପାରିବେ। ରାସ୍ତା ସଙ୍କୁଚିତ ହୋଇ ନାହିଁ। ସ୍ମାର୍ଟ ରାସ୍ତା ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସର୍ବସାଧାରଣ ଯାତାୟାତ ନିମନ୍ତେ ସୁଗମ ରାସ୍ତା ରହିଛି। ଲଗାଣ ବର୍ଷା ଓ ବିଭିନ୍ନ ସମସ୍ୟାରୁ କାର୍ଯ୍ୟରେ ବାଧା ଉପୁଜୁଛି। ଏଣୁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ୨ ମାସ ଅବଧି ବୃଦ୍ଧି କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri