ବୁଲିବାକୁ ଆସି ଜଳପ୍ରପାତରେ ବୁଡ଼ିଗଲେ ୨ ନାବାଳକ: ଜଣେ ମୃତ, ଜଣଙ୍କର ପତ୍ତା ମିଳୁନି

କୋଟପାଡ଼,୧୬ା୬(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଛୋତର୍ଲା ପଞ୍ଚୟତ ନିକଟସ୍ଥ ଗୁଲମୀ ଜଳପ୍ରପାତରେ ଜଣେ ନାବାଳକ ବୁଡ଼ି ଯାଇ ପ୍ରାଣ ହରାଇଥିବାବେଳେ ଆଉ ଜଣେ ନିଖୋଜ ଅଛନ୍ତି। ମୃତ ନାବାଳକ ଜଣକ ହେଲେ ଆଲୋକ ରାଜ ସୁନା(୧୫)। କୋଟପାଡ଼ ଗୁଲମୀ ଜଳପ୍ରପାତଙ୍କୁ ରବିବାର ନବରଙ୍ଗପୁର ଜିଲା କୋଷଗୁମୁଡ଼ା ବ୍ଲକର ୫ ଜଣ ବୁଲିବାକୁ ଆସିଥିଲେ। ଗତ କିଛିଦିନ ହେବ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କୋଲାବ ନଦୀ ଜଳ ଗୁଲମୀ ଜଳପ୍ରପାତ ଦେଇ ପ୍ରବାହିତ ହେଉଛି ବୁଲୁବାକୁ ଆସିଥିବା ପିଲାମାନେ ଗୁଲମୀରେ ବିଭିନ୍ନ ସ୍ଥାନରେ ଫୋଟ ଉଠାଉ ଥିବା ସମୟରେ ଦୁଇ ନାବାଳକ ପ୍ରଖର ସ୍ରୋତରେ ଖସିି ପଡ଼ିଥିଲେ। ଫଳରେ ସାଙ୍ଗମାନେ ବହୁ ଖୋଜାଖୋଜି କଲା ପରେ କୋଟପାଡ଼ ଥାନାକୁ ଖବର ଦେଇଥିଲେ। କୋଟପାଡ଼ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନ ଥିଲେ। ସନ୍ଧ୍ୟା ହୋଇ ଆସୁଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ସୋମବାର ସକାଳେ ଜୟପୁର ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବାବେଳେ ଆଲୋକଙ୍କ ମୃତଦେହ ମିଳିଛି। ନିଖୋଜ ଜଣକ ହେଲେ କିରଣ ମିର୍ଗାନ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି l


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପାର ପ୍ରଚଣ୍ଡ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ/କଲିକତା,୫।୫: ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଐତିହାସିକ ବିଜୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା…

ଘର ସିଡି ପାହାଚରୁ ଖସିପଡ଼ିଲେ, ଚାଲିଗଲା ଆଇଟିଆଇ ଛାତ୍ରଙ୍କ ଜୀବନ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିର ଆଦିତ୍ୟ ମହାରଣା (୧୭) ଘର ଛାତ ସିଡ଼ି ପାହାଚରୁ ଖସି ସୋମବାର ଅପରାହ୍ନ…

ତ୍ରିଶାଙ୍କୁ ବିବାହ କରିବେ ଥାଲାପତି ବିଜୟ? ନିର୍ୱାଚନ ଜିତିବା ପରେ ଜଣାପଡିଲା…

ମୁମ୍ୱାଇ: ଥାଲାପତି ବିଜୟ ଏବଂ ତ୍ରିଶା କୃଷ୍ଣନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନିରନ୍ତର ଶିରୋନାମାରେ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଆରମ୍ଭ କରି ଗୁଜବ ପର୍ଯ୍ୟନ୍ତ,…

ଡିଜିଟାଲ ଇଣ୍ଡିଆ ନାରା ପ୍ରହସନ: ନେଟୱର୍କ ପାଇଁ ଗଛ ଉପରେ ମଞ୍ଚା, ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୋମଳମତି ଶିଶୁ

ଥୁଆମୂଳ ରାମପୁର,୫।୫ (ଦୁର୍ଗା କୀର୍ତ୍ତି): ସମଗ୍ର ଦେଶରେ ଡିଜିଟାଲ ବିପ୍ଳବ ଓ ୫-ଜି ସେବାର ଜୟଗାନ କରାଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରୁ ଆସିଛି…

ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ପ୍ରୋଭିଜନାଲ ପେନସନ ପ୍ରଦାନ କର…

ହାଟଡିହୀ/ଛେନାପଦୀ,୫।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ନରହରି ନାୟକଙ୍କୁ ପ୍ରୋଭିଜନାଲ ପେନସନ ପ୍ରଦାନ କରିବା ପାଇଁ ମାନ୍ୟବର ଓଡିଶା ହାଇକୋର୍ଟ…

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଜାଲ୍‌’ ବିଲ୍‌ ଆତ୍ମସାତ ଚିଠା : ବିନା କାମରେ କୋଟି କୋଟି ଟଙ୍କା ଲୁଟ୍‌, ଭିଜିଲାନ୍ସ ତଦନ୍ତ ଦାବି

ଥୁଆମୂଳ ରାମପୁର, ୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନକୁ ନେଇ ସାଂଘାତିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବ୍ଲକର…

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସ: ଶୀର୍ଷସ୍ଥାନ ବଜାୟ ରଖିଲା ଭାରତ, ଜାଣନ୍ତୁ ଦ୍ୱିତୀୟ, ତୃତୀୟ ସ୍ଥାନରେ କେଉଁ ଦେଶ…

ଦୁବାଇ,୫ା୫: ୩ ଥରର ବିଶ୍ୱକପ୍‌ ବିଜେତା ଭାରତ ମଙ୍ଗଳବାର ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷସ୍ଥାନ ବଜାୟ ରଖିଛି। ଗତ ମାର୍ଚ୍ଚରେ ଭାରତ ପ୍ରଥମ ଦଳ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri