ଚେନ୍ନାଇରେ ୨ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ବଲାଙ୍ଗୀର, ୧୨ା୧(ବୀରେନ୍ଦ୍ର କୁମାର ଝାଙ୍କର):ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି ତାହାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ଦେଖିବାକୁ ମିଳିଛି। ସାଧାରଣତଃ ସେମାନଙ୍କୁ ଶ୍ରମ ତୁଳନାରେ ପାରିଶ୍ରମିକ ମିଳି ନ ଥାଏ। ଏହାର ପ୍ରତିବାଦ କଲେ ସେମାନେ ପଣବନ୍ଦୀ, ଅଙ୍ଗଚ୍ଛେଦ ଓ ହତ୍ୟାର ଶିକାର ହୋଇଥାନ୍ତି। ତେବେ ଉମେଶ ଓ କୁନୁଙ୍କୁ ହତ୍ୟା ପଛର କାରଣ କ’ଣ ତାହା ଜଣାପଡ଼ି ନ ଥିବାବେଳେ ତା’ର ପର୍ଦ୍ଦାଫାଶ୍‌ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରେଳଧାରଣା କଡ଼ରୁ ଦୁହିଁଙ୍କ ମୃତଦେହ ମିଳିଥିବା ଶନିବାର ସକାଳେ ଉମେଶଙ୍କ ସମ୍ପର୍କୀୟ ଭଉଣୀ ଦ୍ରୌପଦୀଙ୍କୁ ଚେନ୍ନାଇର ଜଣେ ରେଲୱେ ପୋଲିସ ଅଧିକାରୀ ଫୋନ୍‌କରି ସୂଚନା ଦେବା ସହ ମୃତଦେହର ଫଟୋ ପଠାଇଥିଲେ। ଉମେଶଙ୍କ ମା’ ବାସନ୍ତୀ ପାଣ୍ଡେ କହିଛନ୍ତି, ପ୍ରାୟ ୪ବର୍ଷ ହେବ ଉମେଶ ତାମିଲନାଡୁର ତ୍ରିଶୂରକୁ ଦାଦନ ଖଟିବାକୁ ଯାଉଥିଲେ। ପ୍ରାୟ ଦେଢ଼ ମାସ ତଳେ ସେ ଘରକୁ ଫେରିଥିଲେ। ଚଳିତ ବର୍ଷ ଉମେଶଙ୍କ ବାହାଘର ପାଇଁ ଝିଅ ଦେଖିଥିଲେ। ବିବାହ ସ୍ଥିର ହେବା ପରେ କିଛି ଟଙ୍କା ଉପାର୍ଜନ କରିବା କଥା କହି ଗତ ୧ ତାରିଖ ରାତିରେ ଘର ପାଖ କୁନୁ ବନ୍‌ଛୋରଙ୍କ ସହ ସେ ଚେନ୍ନାଇ ଅଭିମୁଖେ ଯାଇଥିଲେ। ଗତ ୩ ତାରିଖ ଉଭୟେ ଚେନ୍ନାଇରେ ପହଞ୍ଚତ୍ଥିବା ଉମେଶ ତାଙ୍କ ଭଉଣୀ ଜ୍ୟୋତ୍ସ୍ନାଙ୍କୁ ଜଣାଇଥିଲେ ବୋଲି ବାସନ୍ତୀ କହିଛନ୍ତି। ଉମେଶଙ୍କ ବାପା ଗୁହାଲୁ ପାଣ୍ଡେ ଜଣେ ଦିନ ମଜୁରିଆ। ମା’ ବାସନ୍ତୀ ବିଭିନ୍ନ ଲୋକଙ୍କ ଘରେ କାମ କରନ୍ତି। ଗୁହାଲୁଙ୍କ ଜଣେ ଝିଅ ଜ୍ୟୋତ୍ସ୍ନା ଓ ୨ ପୁଅ ଉମେଶ ଓ ବନମାଳୀ। ଜ୍ୟୋତ୍ସ୍ନା ବିବାହ କରିସାରିଛନ୍ତି। ଉମେଶଙ୍କ ରୋଜଗାରରେ ସରକାରୀ ଜାଗାରେ ଘର ଖଣ୍ଡେ କରି ରହୁଥିଲେ। ଏବେ ରୋଜଗାରିଆ ପୁଅକୁ ହରାଇ ଏହି ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ କୁନୁ ପ୍ରଥମକରି ଉମେଶଙ୍କ ସାଙ୍ଗରେ ଚେନ୍ନାଇ ଦାଦନ ଖଟିବାକୁ ଯାଇଥିଲେ। ତାଙ୍କ ବାପା ଶତ୍ରୁଘ୍ନ ବନ୍‌ଛୋର ଜଣେ ଦିନ ମଜୁରିଆ। ମା’ ଗୋଲାପୀ ବିଭିନ୍ନ ଲୋକଙ୍କ ଘର କାମ କରି ପରିବାର ଚଳାନ୍ତି। ତାଙ୍କର ୩ ପୁଅ। ସେମାନଙ୍କ ମଧ୍ୟରେ କୁନୁ ବଡ଼। ସେ ଛେଳି ଚରାଉଥିଲେ। ଛେଳି ବିକି ଚେନ୍ନାଇ ଯାଇଥିବା ପରିବାର ଲୋକେ କହିଛନ୍ତି। ତାଙ୍କ ରୋଜଗାରିଆ ପୁଅର ମୃତ୍ୟୁ ଖବରରେ ଏହି ପରିବାର ମଧ୍ୟ ଭାଙ୍ଗିପଡିଛନ୍ତି। ୨ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ଦେଇଛନ୍ତି। ଏହି ୨ ପରିବାରରୁ ୪ ଜଣ ବ୍ୟକ୍ତି ସେମାନଙ୍କ ଉଦ୍ୟମରେ ମୃତଦେହ ଆଣିବାକୁ ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଜିଲା ଶ୍ରମ ବିଭାଗ ଏବଂ ଜିଲା ପ୍ରଶାସନର କୌଣସି ଅଧିକାରୀ ପୀଡ଼ିତ ପରିବାର ପାଖରେ ପହଞ୍ଚତ୍ ନ ଥିବା ଜଣାପଡ଼ିଛି। ଜିଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା ଜଣାଇ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି। କେଉଁ ପରିସ୍ଥିତିରେ ୨ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଲା ଏବଂ ସେମାନଙ୍କ ମୃତଦେହ ରେଳଧାରଣା କଡ଼ରେ କିପରି ପଡ଼ିଲା ସେନେଇ ସ୍ପଷ୍ଟ ହୋଇନାହିଁ। ବଲାଙ୍ଗୀର ଟାଉନ ଥାନା ଅଧିକାରୀ ଅବନୀ ସାହୁ ପୀଡ଼ିତ ପରିବାର ପାଖକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ଚେନ୍ନାଇ ପୋଲିସ ସହିତ ଯୋଗାଯୋଗ କରାଯାଉଛି ବୋଲି କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପେରାମ୍ବୁର ଷ୍ଟେଶନ ନିକଟରୁ ୨ ଯୁବକଙ୍କ ମୃତଦେହ ମିଳିବା ପରେ ନିକଟସ୍ଥ ଏକ ହସ୍ପିଟାଲ ଶବାଗାରରେ ରଖାଯାଇଛି। ପରିବାର ଲୋକେ ପହଞ୍ଚତ୍ଲେ ବ୍ୟବଚ୍ଛେଦ କରାଯିବ। ମୃତକଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହ କିଭଳି ଘରକୁ ଆଣିବେ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri