Categories: ବାଣିଜ୍ୟ

୨ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ

ଭାରତରେ ଶେଷ ଥର ପାଇଁ ହୋଇଥିବା ଘରୋଇକରଣର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ୨ ବୃହତ୍‌ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ ଚଳିତ ବର୍ଷ ଶେଷ ସୁଦ୍ଧା ସମୂର୍ଣ୍ଣ ହେବାକୁ ଯାଉଛି। ଏହି ୨ କମ୍ପାନୀ ହେଲେ କ୍ଷତିରେ ଚାଲୁଥିବା ଜାତୀୟ ବିମାନ ସେବା ପ୍ରଦାନ ସଂସ୍ଥା ‘ଏୟାର ଇଣ୍ଡିଆ’ ଓ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ପ୍ରମୁଖ। ନିକଟରେ ଟାଟା ଏୟାର ଇଣ୍ଡିଆକୁ କିଣି ନେଇଥିବା ବେଳେ ବିପିସିଏଲର ବିକ୍ରି ପ୍ରକ୍ରିୟା ସରକାରୀ ସ୍ତରରେ ଆରମ୍ଭ ହୋଇଛି। ଦେଶର ଏହି ତୈଳ କମ୍ପାନୀକୁ କ୍ରୟ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ୩ଟି କମ୍ପାନୀ ଆଗ୍ରହୀ ଥିବା ସୂଚନା ମିଳିଛି।

Share