ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ପଦବୀ: ଶିକ୍ଷା, ସ୍ୱାସ୍ଥ୍ୟରେ ସର୍ବାଧିକ

ଭୁବନେଶ୍ୱର,୨।୯: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ ପ୍ରାୟ ଏହାର ଅଧା ସଂଖ୍ୟକ ପଦବୀ ଖାଲି ରହିଛି।

ରାଜ୍ୟରେ କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଏବଂ କେଉଁ ବିଭାଗରୁ କେତେ ସଂଖ୍ୟକ ପଦବୀ ଖାଲି ରହିଛି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫ ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଖାଲି ରହିଛି।

ସେହିଭଳି ଗୃହ ବିଭାଗରେ ୧୯,୮୮୯, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗରେ ୧,୩୫୬୭, ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗରେ ୧୧,୮୧୦, ଆଇନ ବିଭାଗରେ ୨,୯୭୩, ଅର୍ଥ ବିଭାଗରେ ୩,୧୦୧, ବାଣିଜ୍ୟ ଏବଂ ପରିବହନ(ବ୍ୟାପାର) ବିଭାଗରେ ୧୩୯୧, ପୂର୍ତ୍ତ ବିଭାଗରେ ୪୪୦୫, ଓଡ଼ିଶା ବିଧାନସଭାରେ ୨୬୩, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗରେ ୧୦୯୩, ଏସସି ଏବଂ ଏସଟି ବିକାଶ, ଦଳିତ ଏବଂ ପଛୁଆ ବର୍ଗରେ ୩୨୮୧, ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ୧୦୭୯, ଶ୍ରମିକ ଏବଂ ଇଏସଆଇ ବିଭାଗରେ ୧୭୬୮, ଖେଳ ଏବଂ ଯୁବ ବ୍ୟାପାର ବିଭାଗରେ ୯୬, ଯୋଜନା ଏବଂ ସଂଯୋଜନା ବିଭାଗରେ ୧୩୮୯, ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗରେ ୭୪୬୫, ବାଣିଜ୍ୟ ଏବଂ ପରିବହନ(ପରିବହନ) ବିଭାଗରେ ୬୦୦, ବନ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗରେ ୪୨୯୪, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ୭୨୯୫, ଇସ୍ପାତ ଏବଂ ଖଣି ବିଭାଗରେ ୭୨୦, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ୫୦୧, ଅବକାରୀ ବିଭାଗରେ ୨୪, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ୩୫, ଗ୍ରାମାଞ୍ଚଳ ଉନ୍ନତିକରଣ ବିଭାଗରେ ୧୫୨୪, ପାର୍ଲିଆମେଣ୍ଟାରୀ ବିଭାଗରେ ୧୪୨, ଶକ୍ତି ବିଭାଗରେ ୩୯୩, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗରେ ୯୫୨, ପର୍ୟ୍ୟଟନ ବିଭାଗରେ ୧୫୧, ମତ୍ସ୍ୟ ଓ ପଶୁ ସମ୍ପଦରେ ୬୦୭୨, କୋଅପରେସନରେ ୧୮୨୧, ପବ୍ଲିକ ଏଣ୍ଟରପ୍ରାଇଜରେ ୨୫, ମହିଳା ଶିଶୁ କଲ୍ୟାଣ ବିଭାଗରେ ୨୦୧୭, ଇଲେକ୍ଟ୍ରୋନିକ ଏବଂ ଆଇଟି ରେ ୧୯, ଉଚ୍ଚ ଶିକ୍ଷାରେ ୩୭୬୧, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ୩୧୦, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିରେ ୩୬୨ ଏବଂ ମିଶନ ଶକ୍ତି ବିଭାଗର ୪୯ ଟି ପଦବୀକୁ ମିଶାଇ ମୋଟ ୨୦୫୨୨୮ ପଦବୀ ଖାଲି ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri