Posted inଜାତୀୟ

ମଣିପୁର, ୟୁପିରେ ୨ଜଣଙ୍କୁ ମୁଣ୍ଡକାଟି ହତ୍ୟା

ଇମ୍ଫାଲ/ଲକ୍ଷ୍ନୌ,୨୧ା୭: ଭାଜପା ଶାସିତ ମଣିପୁରରେ ୨ କୁକି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିବା ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଦେଶବ୍ୟାପୀ ବିକ୍ଷୋଭ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପୁଣି ମଣିପୁରରେ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ମୁଣ୍ଡକାଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ମୁଣ୍ଡ କଟାଯାଇଥିବା ବ୍ୟକ୍ତି ଜଣକ ହେଲେ ଡାଭିଡ୍‌ ଥିଏକ୍‌। ବିଷ୍ଣୁପୁର ଜିଲାର ଏକ ଜନବସତି ଅଞ୍ଚଳରେ ତାଙ୍କ କଟାମୁଣ୍ଡକୁ ବାଉଁଶରେ ତିଆରି ଏକ ବାଡ଼ରେ ରଖାଯାଉଛି। ଜୁଲାଇ ୨ ତାରିଖ ରାତି ୧୨ଟାରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ହତ୍ୟା କରିଥିବା ୩ ବ୍ୟକ୍ତିଙ୍କ ମଧ୍ୟରୁ ଡାଭିଡ୍‌ ଅନ୍ୟତମ।

କେବଳ ମଣିପୁର ନୁହେଁ, ଭାଜପା ଶାସିତ ଉତ୍ତର ପ୍ରଦେଶ (ୟୁପି)ରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଶୁକ୍ରବାର ସେଠାରେ ମଧ୍ୟ ଏକ ଅନୁରୂପ ଘଟଣା ଘଟିଛି। ବରାବାଙ୍କି ଜିଲା ମିଠଓ୍ବାରାର ରିୟାଜ(୨୪) ନିଜ ଭଉଣୀଙ୍କ ମୁଣ୍ଡକାଟ୍‌ କରିଛନ୍ତି। ସେ କଟାମୁଣ୍ଡ ଧରି ଫତେପୁର ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଭଉଣୀ ଅସିଫା(୧୮)ଙ୍କ ପ୍ରେମ ସମ୍ପର୍କକୁ ନେଇ ରିୟାଜଙ୍କ ଯୁକ୍ତିତର୍କ ହୋଇଥିଲା। ବଡ଼ଭାଇ ରିୟାଜ ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଭଉଣୀର ମୁଣ୍ଡକାଟି ଦେଇଥିଲେ। ସେ କଟାମୁଣ୍ଡକୁ ଧରି ଥାନାରେ ପହଞ୍ଚି ଥିଲେ।

ଅସିଫା ନିଜ ପୁରୁଷବନ୍ଧୁ ଚାନ୍ଦ ବାବୁଙ୍କୁ ବିବାହ କରିବାକୁ ଚାହୁଁଥିବାବେଳେ ପରିବାର ଲୋକେ ଏହାକୁ ବିରୋଧ କରିଆସୁଥିଲେ। ଗତ ମେ’ ୨୯ରେ ଅସିଫାଙ୍କ ବାପା ଅବ୍‌ଦୁଲ ରଶିଦ୍‌ ଝିଅଙ୍କୁ ବିବାହ ଉଦ୍ଦେଶ୍ୟରେ ଅପହରଣ ଅଭିଯୋଗ ଆଣି ଆଇପିସି ଦଫା ୩୬୬ବଳରେ ଥାନାରେ ଏତଲା ଦେଇଥିଲେ। ଚାନ୍ଦ ବାବୁଙ୍କୁ ଗିରଫ କରି ଜେଲକୁ ପଠାଯାଇଛି। କିନ୍ତୁ ଅସିଫା ତାଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଥିବାରୁ ଏହାକୁ ନେଇ ଘରେ ବିବାଦ ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri