ରାସ୍ତା ମଝିରେ ଗର୍ଭବତୀ ୨ ଘଣ୍ଟା ଛଟପଟ

କାଳିଆପାଣି,୩୧ା୧୦(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଟ୍ରକଗୁଡ଼ିକ ବେଆଇନ ଧାଡ଼ି ଲଗାଇବା ଯୋଗୁ ଏକ ଆମ୍ବୁଲାନ୍ସ ରବିବାର ସକାଳ ୮ରୁ ପୂର୍ବାହ୍ନ ୧୦ଟା ଯାଏ ଫସି ରହିଥିଲା। କାଳିଆପାଣି ଥାନା ପୋଲିସକୁ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ୨ ଘଣ୍ଟା ଲାଗିଥିଲା। ଫଳରେ ଜଣେ ଗର୍ଭବତୀ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଖଣି ଅଞ୍ଚଳକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମରେ ରାସ୍ତାକଡରେ ଧାଡ଼ି କରି ଠିଆ ହୋଇ ନିଜ ସିରିୟଲ ନମ୍ବର ପାଇବାକୁ ଅପେକ୍ଷା କରି ରହୁଛନ୍ତି। ସେହିପରି ସମାନ ଦିଗକୁ ମୁହଁ କରି ଅପରପାର୍ଶ୍ୱ ରାସ୍ତାରେ ମଧ୍ୟ ଟ୍ରକଗୁଡ଼ିକ ୫୦ ମିଟର ଯାଏ ଠିଆ ହୋଇ ନମ୍ବର ପାଇବାକୁ ଜଗି ରହୁଛନ୍ତି। ଏଭଳି ବେଆଇନ କାର୍ଯ୍ୟ ହେଉଥିଲେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜୁଛି। ଏଥିପାଇଁ ପୋଲିସ ଲାଭବାନ ହେଉଥିବାବେଳେ ସାଧାରଣ ଲୋକ ରାସ୍ତାମଝିରେ ଫସି ରହି ଦହଗଞ୍ଜ ହେଉଛନ୍ତି।
ପୋଲିସ ଉପସ୍ଥିତିରେ କମ୍ପାନୀ ସିକ୍ୟୁରିଟି ଗାର୍ଡ ଟ୍ରକଗୁଡ଼ିକୁ ସିରିୟଲ ନମ୍ବର ଦେଇଥାନ୍ତି। ଏହି ସମୟରେ ଟ୍ରକଗୁଡ଼ିକ ଧସେଇ ପଶି ଆସିଥାନ୍ତି। ଏଥିଯୋଗୁ ଟମକା -ମଙ୍ଗଳପୁର ରାସ୍ତାର କମର୍ଦ୍ଦାଠାରୁ କଲରଙ୍ଗୀ ଛକ ପର୍ଯ୍ୟନ୍ତ ନାହିଁ ନ ଥିବା ଜାମ୍‌ ଦେଖିବାକୁ ମିଳୁଛି। ଶନିବାର ସରୁଆବିଲ ଖଣିରୁ କ୍ରୋମାଇଟ ଲୋଡିଂ କରିବାକୁ ଠିଆ ହୋଇଥିବା ଟ୍ରକଗୁଡିକ ଜାମ କରିବାରୁ ସ୍ଥାନୀୟ ମହିଳାମାନେ ଠେଙ୍ଗା ଧରି ଟ୍ରକଗୁଡ଼ିକୁ ଗୋଡ଼ାଇଥିଲେ। ହେଲେ ରବିବାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିଲା। ଫେକର ବେଦାନ୍ତ ଖଣିରୁ କ୍ରୋମାଇଟ ଲୋଡିଂ କରିବାକୁ ଆସି ଠିଆ ହୋଇଥିବା ଟ୍ରକଗୁଡ଼ିକ ମଝିରେ ଅନ୍ୟ ଟ୍ରକଗୁଡ଼ିକୁ ଭର୍ତ୍ତି କରାଯାଉଥିଲା। ଏହାଦ୍ବାରା ଅନ୍ୟ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକ ଫସି ରହିଥିଲା। ସେଥିମଧ୍ୟରେ କାଳିଆପାଣି ଅଞ୍ଚଳରୁ ଜଣେ ଗର୍ଭବତୀଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ଆମ୍ବୁଲାନ୍ସ ଅଟକି ଯାଇଥିଲା। ପ୍ରତିଦିନ ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏସ୍‌ପି, ଜିଲାପାଳ ତୁରନ୍ତ ଏହାର ସ୍ଥାୟୀ ସମାଧାନ ନ କଲେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri