ଦୁର୍ଗାପୂଜା ଭସାଣିରେ ୨ ହିନ୍ଦୁଙ୍କୁ ହତ୍ୟା

ଢାକା,୧୬।୧୦: ବାଂଲାଦେଶରେ ପୁଣିଥରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ୬ ଜଣଙ୍କ ଜୀବନ ଗଲାଣି। ଦୁର୍ଗାପୂଜା ଉତ୍ସବ ବେଳେ ଜଣେ ହିନ୍ଦୁ ଦେବତାଙ୍କ ଆଣ୍ଠୁ ଉପରେ କୋରାନ ରଖାଯାଇଥିବାର ଫଟୋ ପ୍ରସାରିତ ହେବା ପରେ ଏହାକୁ ନେଇ ବୁଧବାରଠାରୁ ସେଠାରେ ପ୍ରତିବାଦ ଆରମ୍ଭ ହୋଇଥିଲା। ସଂଖ୍ୟାଗରିଷ୍ଠ ମୁସଲମାନମାନେ କେତେକ ସ୍ଥାନରେ ଦୁର୍ଗାପୂଜା ପେଣ୍ଡାଲ ଭଙ୍ଗାରୁଜା କରିଥିଲେ। ଏହି ହିଂସା ପ୍ରାୟ ୧୨ଟି ଜିଲାକୁ ବ୍ୟାପିଥିଲା। ବୁଧବାର ହାଜିଗଞ୍ଜସ୍ଥିତ ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରୁଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଗୁଳିଚାଳନା କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଦୁର୍ଗାପୂଜାର ଶେଷ ଦିନରେ ବେଗୁମଗଞ୍ଜ ସହରରେ ହିନ୍ଦୁମାନେ ଭସାଣି ଶୋଭାଯାତ୍ରା ବାହାର କରିବା ଲାଗି ପ୍ରସ୍ତୁତ ହେଉଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ମୁସଲମାନ ସେଠାରେ ପହଞ୍ଚତ୍ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ମନ୍ଦିର କମିଟିର ଜଣେ ସଦସ୍ୟଙ୍କୁ ମାଡ଼ ମାରିବା ସହ ଛୁରିଭୁସି ହତ୍ୟା କରିଥିବା ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି। ଶନିବାର ସକାଳେ ଅନ୍ୟ ଜଣେ ହିନ୍ଦୁଙ୍କ ମୃତଦେହ ମନ୍ଦିର ନିକଟସ୍ଥ ପୋଖରୀରୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri