ନନ୍ଦନକାନନକୁ ଆସିଲେ ୨ ଜିରାଫ, ବଢ଼ିଲା ସଂଖ୍ୟା

ଭୁବନେଶ୍ୱର,୨ା୯: ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ରହିଛି। ଏହି ଦୁଇ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଦୀର୍ଘ ୧୨ ବର୍ଷ ପରେ ନନ୍ଦନକାନନରେ ଏକାକୀ ରହୁଥିବା ଜିରାଫ ଖୁସିକୁ ତା’ର ସାଥୀ ମିଳିଯାଇଛି। ଦୁହିଁଙ୍କୁ ଆଣିବାକୁ ଏକ ସ୍ବତନ୍ତ୍ର ଦଳ ଓଡ଼ିଶାରୁ ଅଲିପୁର ଯାଇଥିଲେ। ଏହି ଦୁହିଁଙ୍କୁ ଆଣିବା ପାଇଁ ୧୬.୫ ଫୁଟ ଉଚ୍ଚ ଏକ ବକ୍ସର ବ୍ୟବସ୍ଥା କରାଯାଇଥିଲା। ସେଠାରୁ ଅଗଷ୍ଟ ୩୧ରେ ବାହାରି ଦୀର୍ଘ ୨୫ ଘଣ୍ଟା ପରେ ନନ୍ଦନକାନନରେ ପହଞ୍ଚିଛନ୍ତି ଏହି ଦୁଇ ଜିରାଫ। ବର୍ତ୍ତମାନ ଦୁଇ ଜିରାଫଙ୍କୁ ସ୍ବତନ୍ତ୍ର ଟିମ୍‌ ଖାଦ୍ୟ, ରହଣି, ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରୁଛନ୍ତି। ନନ୍ଦନକାନନରେ ଥିବା ଜିରାଫ ଖୁସିକୁ ୨୦୧୨ରେ ପାଟନାରୁ ଅଣାଯାଇଥିଲା।

ଏହା ପୂର୍ବରୁ ୨୦୦୮ରେ ଅଲିପୁରରୁ ଗୋଟେ ଜିରାଫକୁ ଅଣାଯିବା ବେଳେ ବାଟରେ ଇଲେକ୍ଟ୍ରି ତାର ଲାଗି ତା’ର ମୃତ୍ୟୁ ହେଇଥିଲା। ପୁଣି ୨୦୧୬ ଆଉ ଗୋଟେ ପୁରୁଷ ଜିରାଫକୁ ନନ୍ଦନକାନନ ଅଣାଯାଇଥିଲା। କିନ୍ତୁ ସେ ଛଅ ଦିନ ଭିତରେ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲା। ସେହିଦିନ ଠାରୁ ଖୁସି ଜିରାଫ ନିଃସଙ୍ଗ ଜୀବନ ବିତାଉଥିଲା। ଏବେ ନୂଆ ଅତିଥି ପାଇ ଖୁସି ବେଶ୍‌ ଖୁସି ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri