ଗ୍ରାମାଞ୍ଚଳରେ ଏଯାଏଁ ୨-ଜି,୩-ଜି ସେବା ପହଞ୍ଚତ୍ନି: ବିଜେଡି

ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ୫-ଜି ସେବା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ସେବା କେବଳ ପ୍ରଚାର ସର୍ବସ୍ବ ନ ହୋଇଯାଉ ବୋଲି ବିଜେଡି କହିଥିବା ବେଳେ ଭାଜପା ଶାସକ ଦଳ ଅଯଥା ରାଜନୀତି ନ କରୁ ବୋଲି କହିଛି।
ବିଜେଡି ପକ୍ଷରୁ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ୨ ସହର କଟକ ଓ ଭୁବନେଶ୍ୱରରେ ବର୍ତ୍ତମାନ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି ଏହା ସ୍ବାଗତଯୋଗ୍ୟ। କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଏ ପର୍ଯ୍ୟନ୍ତ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ। ଫଳରେ ଲୋକେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଏହି ୫-ଜି ସେବା କେବଳ ପ୍ରଚାର ସର୍ବସ୍ବ ହୋଇ ନ ଯାଉ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଓଡ଼ିଶାର ସମସ୍ତ ଅଞ୍ଚଳକୁ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ତୁରନ୍ତ ଯୋଗାଯାଉ। ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ସବୁଠାରୁ ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ୨୦୨୨ ଜୁଲାଇରେ ‘ଟ୍ରାଇ’ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟର ତଥ୍ୟ ଅନୁଯାୟୀ ଦେଶର ହାରାହାରି ଟେଲି ଘନତ୍ୱ ୮୫% ରହିଥିବା ବେଳେ ଓଡ଼ିଶାରେ ଏହି ହାରାହାରି ୭୫% ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ମାତ୍ର ୬୭% ରହିଛି। ଏପରିକି ଦେଶର ସର୍ବାଧିକ ପଛୁଆ ଅଞ୍ଚଳ ଭାବେ ବିବେଚିତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଟେଲି ଘନତ୍ୱ ଓଡ଼ିଶାଠାରୁ ଅଧିକ ୭୮% ଏବଂ ଜମ୍ମୁ-କଶ୍ମୀରରେ ୮୦% ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଓଡ଼ିଶାର ୬୨୭୮ ଗଁାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ପହଞ୍ଚିପାରୁ ନାହିଁ। ଏହି ସେବା ପହଞ୍ଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ରହିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୪୮୮ଟାୱାର ମଞ୍ଜୁର ହୋଇଛି। ନେଟ୍‌ୱର୍କ ନ ଥିବାରୁ କୋଭିଡ୍‌ ସମୟରେ ପିଲାମାନେ ଅନ୍‌ଲାଇନରେ ପାଠପଢ଼ା ପାଇଁ କେମିତି ହଇରାଣ ହେଉଥିଲେ ତାହା ସମସ୍ତେ ଜାଣିଛନ୍ତି। ତେଣୁ କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ନ ଦେଖାଇ ଲୋକଙ୍କ ହକ୍‌ ଏବଂ ସେବା ଯୋଗାଇ ଦିଅନ୍ତୁ ବୋଲି ଅମର କହିଛନ୍ତି।
ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶା ପାଇଁ ଏହା ଏକ ଐତିହାସିକ ଦିନ। ଓଡ଼ିଶାରେ ବର୍ତ୍ତମାନ ନିର୍ଦ୍ଧାରିତ ସମୟଠାରୁ ଆଗୁଆ ୫-ଜି ସେବା ଶୁଭାରମ୍ଭ କରାଯାଇଛି। ଓଡ଼ିଶାରେ ଟେଲି ସେବା ଯୋଗାଇବା ନେଇ ମୋଦି ସରକାରଙ୍କ ଅବଦାନ ଐତିହାସିକ। ବିଜେଡି ୫-ଜି ସେବାକୁ ନେଇ ଆଦୌ ବିବ୍ରତ ନ ହେଉ। ଯେପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଅଛି ସେତେବେଳ ପର୍ଯ୍ୟନ୍ତ ଓଡ଼ିଶାର ଜନତାଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ରହିଛି। ୨୨ ବର୍ଷ ଶାସନରେ ରହିବା ପରେ ମଧ୍ୟ ପାଖାପାଖି ୧୦ ହଜାର ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଥିବା ବିଜେଡି ଏବେ ଟେଲି ଡେନ୍‌ସିଟ କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସବୁବେଳେ କେନ୍ଦ୍ର ଅବହେଳାର ମିଛ ବୟାନବାଜି କରୁଥିବା ବିଜେଡି ତଥ୍ୟ ଉପରେ ବିତର୍କ କରୁ। ଏବେ କେନ୍ଦ୍ର ସରକାର ପୁଣି ଓଡ଼ିଶାରେ ଆଉ ୫ ହଜାର ଟେଲିକମ୍‌ ଟାଓ୍ବାର ପାଇଁ ୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ତେଣୁ ଓଡ଼ିଶାରେ ଟେଲିକମ୍‌ ସେବାର ବିକାଶ ନେଇ କେନ୍ଦ୍ରରେ ଥିବା ଭାଜପା ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସିଛି ବୋଲି ମହାଲିଙ୍ଗ କହିଛନ୍ତି। ବିଜେଡି ପାଖରେ ଏବେ କେନ୍ଦ୍ର ଅବହେଳାର କୁମ୍ଭୀର କାନ୍ଦଣା କାନ୍ଦିବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ରାଜନୈତିକ ପ୍ରସଙ୍ଗ ନାହିଁ। ଓଡ଼ିଶାରେ ପ୍ରତି ଗାଁକୁ ଅପ୍ଟିକାଲ ଫାଇବାର ସଂଯୋଗ ପାଇଁ କେନ୍ଦ୍ର ସରକାର ୧୦୮୦ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇଛନ୍ତି। ସେହି କାମ କେତେବାଟ ଗଲା ବିଜେଡି ଜବାବ ରଖୁ ବୋଲି ମହାଲିଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri