ବଉଳା/ ହାଟଡିହୀ,୨୭ା୯(ଦୁର୍ଗା ପ୍ରସାଦ ଆୟଚ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ର ୨ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ନୂଆରମ୍ପାସ ଗ୍ରାମର ବୀତିହୋତ୍ର ନାୟକ ଓ ଶାଲଣୀଆଁ ଗ୍ରାମର ଜଗନ୍ନାଥ ସା ସଫଳତା ଅର୍ଜନ କରିଥିବା ବେଳେ ଅଞ୍ଚଳରେ ଖୁସି ମାହୋଲ ଖେଳିଯାଇଛି। ପ୍ରକାଶ ଯେ, ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ନୂଆରମ୍ପାସ ଗ୍ରାମର ପ୍ରାକ୍ତନ ଇଂରାଜୀ ରିଡର ରବିନ୍ଦ୍ର କୁମାର ନାୟକ ଓ ମାତା କାଦମ୍ବିନୀ ଜେନାଙ୍କ କନିଷ୍ଠ ପୁତ୍ର ବୀତିହୋତ୍ର ନାୟକ ୧୬୩ ତମ ର଼୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଏନ୍ସି ହାଇସ୍କୁଲ କେନ୍ଦୁଝର, ଧରଣୀଧର ମହାବିଦ୍ୟାଳୟ ଓ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲାରୁ ଶିକ୍ଷା ସମାପ୍ତ କରି ଓଡ଼ିଶା ସରକାରଙ୍କ ଭୂତଳ ଜଳସମ୍ପଦ ବିଭାଗରେ ୨୦୨୩ରୁ କନିଷ୍ଠ ବୈଜ୍ଞାନିକ ଭାବରେ ଯୋଗଦେଇ ଏବେ ଡେପୁଟି ଡିରେକ୍ଟର ଦାୟିତ୍ୱରେ ଅଛନ୍ତି ା ସେହିପରି ଶାଳଣିଆଁ ଗ୍ରାମର କେଶବ ଚନ୍ଦ୍ର ସା ଓ ମାତା ବୈଜୟନ୍ତୀ ବେହେରାଙ୍କ ପୁତ୍ର ଜଗନ୍ନାଥ ସା ୨୪୩ ନମ୍ବର ର଼୍ୟାଙ୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାୟକ ଅଭିମନ୍ୟୁ ସେଠୀ, ବରିଷ୍ଠ ନାଗରିକ ମଞ୍ଚ ସୋସୋର ସଭାପତି ପର୍ଶୁରାମ ପେଡ଼ା, ଏମ୍ପିଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର, ବରିଷ୍ଠ ଶିକ୍ଷାବିତ୍ ମଧୁସୂଦନ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଦୁଇଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

