୫ ଦିନରେ ୨ ଚାଷୀଙ୍କ ଧାନ କ୍ରୟ

ଭବାନୀପାଟଣା,୪।୧୨(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଥିଲା। ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରୁ ଏହାର ଶୁଭାରମ୍ଭ ହୋଇଥିବାବେଳେ ମିଲର୍ସ ନ ଆସିବାରୁ ଚାଷୀଙ୍କ ବସ୍ତାଏ ବି ଧାନ ଉଠିପାରି ନ ଥିଲା। ତେବେ ମଙ୍ଗଳବାର ଜିଲାର ଜୟପାଟଣା ବ୍ଲକ ବାନେର ପ୍ୟାକ୍ସ ଅନ୍ତର୍ଗତ ବିମଳା ମଣ୍ଡିରୁ ୨ ଜଣ ଚାଷୀଙ୍କ ୧୫୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ହେଲେ ବୁଧବାର ଜିଲାର କୌଣସି ମଣ୍ଡିରେ ଧାନ କ୍ରୟ କରାଯାଇନାହିଁ। ଫଳରେ ମଣ୍ଡି ଉଦ୍‌ଘାଟନ ଦିନରୁ ୫ ଦିନ ବିତିଯାଇଥିବାବେଳେ କେବଳ ୨ ଜଣ ଚାଷୀଙ୍କ ଧାନ କ୍ରୟ କରାଯାଇଛି। ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୫୬ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଆସିଛି। ଧାନକିଣା ଆରମ୍ଭ ପରେ ପର୍ଯ୍ୟାୟକ୍ରମେ ଅଧିକ ଟାର୍ଗେଟ ଆସିବ ବୋଲି ସୂଚନା ମିଳିଛି। ଆହୁରି ୪-୫ ଦିନ ମଧ୍ୟରେ ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ ପରେ ମିଲର୍ସ ଟ୍ୟାଗିଂ କରାଯାଇ ଧାନକିଣା ସ୍ବଭାବିକ ହେବ ବୋଲି ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକୁଥିଲେ ଗୋ-ମାଂସ, ଗୁପ୍ତ ସୂଚନା ପାଇ ମାଡ଼ି ବସିଲା ପୋଲିସ

ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ…

ସଫଳତାର ସହ ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉଦଯାପିତ

ଭଞ୍ଜନଗର, ୧୦/୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଶିକ୍ଷଣ ସାମଗ୍ରୀ…

ଶିକ୍ଷକ ଅଭାବରୁ ଭୁଶୁଡ଼ିଛି ଶିକ୍ଷା ବ୍ୟବସ୍ଥା: ପରୀକ୍ଷା ବର୍ଜନ କରି ବିରିକୋଟ ବିଦ୍ୟାଳୟରେ ତାଲା ପକାଇଲେ ଶତାଧିକ ଅଭିଭାବକ

ଥୁଆମୂଳ ରାମପୁର, ୧୦ା୩ (ଦୁର୍ଗା କୀର୍ତ୍ତି): ସରକାରଙ୍କ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଏବେ କଳାହାଣ୍ଡି ଜିଲାରେ ପ୍ରହସନ ପାଲଟିଛି। ଶିକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ…

ଧରିତ୍ରୀ ପ୍ରଭାବ: ଓ୍ବାର୍ଡ ମେମ୍ବର ଉଆଁସୀଙ୍କ ଘରେ ପହଞ୍ଚିଲା ବ୍ଲକ ପ୍ରଶାସନ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ…

ଥୁଆମୂଳ ରାମପୁର, ୧୦।୩ (ଦୁର୍ଗା କୀର୍ତ୍ତି): ଗଣମାଧ୍ୟମର ଶକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ’ଧରିତ୍ରୀ’ ସମେତ ବିଭିନ୍ନ ଦୈନିକ…

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା: ଗୁଣାତ୍ମକ ଶିକ୍ଷାଦାନର ଅଭିବୃଦ୍ଧି…                

ଦିଗପହଣ୍ଡି,୧୦। ୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ମଙ୍ଗଳବାର ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘ…

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

ବାଇକ୍‌ରେ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ଚାଲିଗଲା ସାଗରଙ୍କ ଜୀବନ, ଉତ୍ତେଜନା ପରେ…

ଭଞ୍ଜନଗର, ୧୦।୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାହାଣପଲ୍ଲୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି…

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri