୨ ଇଞ୍ଜିନିୟର, ଜଣେ ଟେକ୍ନିସିଆନ ଗିରଫ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ ବାଲେଶ୍ୱର, ୮ା୭ (ମାନସ ବିଶ୍ୱାଳ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ଶୁକ୍ରବାର ବଡ଼ ପଦକ୍ଷେପ ନେଇଛି। ତଦନ୍ତ ଭାର ନେବାର ମାସକ ପରେ ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାହାନଗା ବଜାର ଷ୍ଟେଶନର ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍‌ ଓ ଟେକ୍ନିସିଆନ ପପୁ କୁମାର। ଦୁର୍ଘଟଣା ପାଇଁ ଦାୟୀ କରି ସିବିଆଇ ଏମାନଙ୍କ ନାଁରେ ଆଇପିସି ଧାରା ୩୦୪(ଜାଣିଶୁଣି ମୃତ୍ୟୁମୁହଁକୁ ଠେଲିଦେବା) ଓ ୨୦୧ (ପ୍ରମାଣ ନଷ୍ଟ କରିବା) ଲଗାଇଛି। ଗିରଫ ପରେ ପ୍ରଥମେ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରୁ କଡା ସୁରକ୍ଷା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସମସ୍ତ ୩ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଟିମ୍‌ ଆବେଦନ କରିଥିଲା। ହେଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେବା ସହ ଆସନ୍ତା ୧୧ ତାରିଖରେ ପୁଣି ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିମାଣ୍ଡ ସମୟରେ ଏମାନଙ୍କଠାରୁ ସିବିଆଇ ଟିମ୍‌ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ। ଏଥିସହ ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ହୋଇଥିବା ପ୍ରମାଣ ମିଳିଲେ ଅଭିଯୁକ୍ତଙ୍କ ନାମରେ ହତ୍ୟା ମାମଲା ରୁଜୁ ହେବ। କିଛିଦିନ ପୂର୍ବେ ରେଲୱେ ସେଫ୍‌ଟି କମିଶନର (ସିଆର୍‌ଏସ୍‌)ଙ୍କ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଥିଲା। ଉକ୍ତ ରିପୋର୍ଟରେ ଉଭୟ ମନୁଷ୍ୟକୃତ ଅବହେଳା ଓ ଯାନ୍ତ୍ରିକ ତ୍ରୁଟିରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଉଲ୍ଲେଖ ରହିଥିଲା। ତେବେ ସିବିଆଇ ମଧ୍ୟ ସମାନ ଦୃଷ୍ଟିଭଙ୍ଗୀରେ ଅବହେଳାକୁ ଦାୟୀ କରି ୩ କର୍ମଚାରୀଙ୍କୁ ଗିରଫ କରିଛି। ତଦନ୍ତ ଜାରି ରହିଥିବାବେଳେ ଗିରଫ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।
ଜୁନ୍‌ ୨ରେ ଘଟିଥିବା ଏହି ଟ୍ରେନ୍‌ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଓ ଚିକିତ୍ସାଧୀନ ଅବସ୍ଥାରେ ୫ଜଣଙ୍କୁ ମିଶାଇ ମୋଟ ୨୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଏବେ ବି ଅନେକ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାର ୨୪ ଘଣ୍ଟା ପରେ ସିବିଆଇ ତଦନ୍ତ ଭାର ନେଇଥିଲା। ପ୍ରଥମେ ବାହାନଗା ଷ୍ଟେଶନର ରିଲେ ରୁମ୍‌, ପ୍ୟାନେଲ ବକ୍ସ ଓ ଡାଟା ଲକର ରୁମ୍‌କୁ ସିଲ୍‌ କରିଥିଲା। ଏଥିସହ ହାର୍ଡ ଡିସ୍କ ସମେତ ବହୁ ଯନ୍ତ୍ରାଂଶ ଓ କାଗଜପତ୍ର ନିଜ ହେପାଜତକୁ ନେଇ ତଦନ୍ତକୁ ଆଗକୁ ବଢ଼ାଇଥିଲା। ପରବର୍ତ୍ତୀ ସମୟରେ ଷ୍ଟେଶନ୍‌ ମ୍ୟାନେଜରଙ୍କ ସମେତ ୧୨ଜଣ ରେଳ କର୍ମଚାରୀଙ୍କୁ ହେପାଜତକୁ ନେଇ ଏକାଧିକଥର ପଚରାଉଚରା କରିବା ସହ ସମସ୍ତଙ୍କର ପୃଥକ୍‌ ବୟାନ ରେକର୍ଡ କରିଥିଲା। ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ, ତାହାର ନିଷ୍କର୍ଷରେ ପହଞ୍ଚତ୍ବା ପାଇଁ ବାରମ୍ବାର ଘଟଣାସ୍ଥଳ, ରିଲେ ରୁମ୍‌ ଓ ବାହାନଗା ରେଳଷ୍ଟେଶନ ଅଞ୍ଚଳରେ ଯାଞ୍ଚ ଚଳାଇଥିଲା ସିବିଆଇ ଟିମ୍‌। ଏଥିପାଇଁ କେନ୍ଦ୍ରୀୟ ସାଇଣ୍ଟିଫିକ ଟିମ୍‌ର ମଧ୍ୟ ସହାୟତା ନିଆଯାଇଥିଲା। ତଦନ୍ତରେ ସ୍ପଷ୍ଟତା ଆସିବା ଯାଏ ବାହାନଗା ବଜାର ରେଳ ଷ୍ଟେଶନରେ ଟ୍ରେନ ରହଣିକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷରେ ରେଳ ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତର ଅଂଶ ଭାବେ ଗ୍ରହଣ କରିଥିଲା ସିବିଆଇ। ନିରାପଦ ଟ୍ରେନ ଚଳାଚଳ କାର୍ଯ୍ୟର ସୁନିଶ୍ଚିତତା ପାଇଁ ସିଗନାଲ୍‌ ବିଭାଗ ସେକ୍ସନ ଇଞ୍ଜିନିୟର ଓ ଟେକ୍ନିସିଆନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସିଗ୍‌ନାଲ, ଟ୍ରାକ୍‌ସର୍କିଟ, ପଏଣ୍ଟ ମେଶିନ୍‌ ଓ ଇଣ୍ଟରଲକିଂ ସିଷ୍ଟମ ସହିତ ସିଗ୍‌ନାଲ ଉପକରଣର ସ୍ଥାପନ, ରକ୍ଷଣାବେକ୍ଷଣ ଏବଂ ମରାମତି ଦାୟିତ୍ୱ ସେମାନଙ୍କର। ତେବେ ଦୁର୍ଘଟଣା ପରେ ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଓ ଟାମ୍ପରିଂ ହୋଇଥିବା ଅଭିଯୋଗ ଉଠିଥିଲା। ରେଳ ରୁଟ୍‌ରେ ସବୁକିଛି ଠିକ୍‌ଠାକ୍‌ ଥିବା ପୂର୍ବ ସର୍ତ୍ତ ପୂରଣ ପରେ ହିଁ ଟ୍ରାକ୍‌ରେ ସବୁଜ ସଙ୍କେତ ମିଳିଥାଏ। ଯଦିବା କୌଣସି ମୁହୂର୍ତ୍ତରେ ଛୋଟ ସମସ୍ୟା ଦେଖାଦିଏ, କୌଣସି ପରିସ୍ଥିତିରେ ସିଗ୍‌ନାଲ ସବୁଜ ସଙ୍କେତ ହୋଇପାରିବ ନାହିଁ, ଏହା ଲାଲ୍‌ ହୋଇରହିବ। ଯଦି କୌଣସି ବ୍ୟକ୍ତି ସିଗ୍‌ନାଲିଂ ସିଷ୍ଟମରେ ଶାରୀରିକ ଭାବେ ଟାମ୍ପରିଂ କରନ୍ତି, ତା’ହେଲେ ଭୁଲ୍‌ ହୋଇଥିଲେ ବି ଏହା ସବୁଜ ହୋଇପାରିବ ବୋଲି ରେଳ ଅଧିକାରୀମାନେ ବିଭିନ୍ନ ଗଣମାଧ୍ୟମରେ କହିଥିଲେ। ସେହି ଆଧାରରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମର ଟାମ୍ପରିଂ ଅଭିଯୋଗକୁ ନେଇ ସିବିଆଇ ତା’ର ତଦନ୍ତରେ ଗୁରୁତ୍ୱ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri