୨ ଦିନ ବିତିଲା, ମରାମତି ନୋହିଲା: ସର୍କସ ଭଳି ନଦୀ ପାର ହେଉଛନ୍ତି ବାଇକ ଆରୋହୀ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଚ୍ଛିନ୍ନ ଘଟଣାର ପାଖାପାଖି ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର ଗୁମାଠାରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ତେଣୁ ଉକ୍ତ ରାସ୍ତାରେ ଯାତ୍ରୀଙ୍କୁ ଯାତାୟାତ ପାଇଁ ବାରଣ କରିବା ସହ ସେଠାରେ ଏନେଇ ବୋର୍ଡ ଲଗାଇ ସଚେତନ କରାଇଛି। ତଥାପି ଯାତ୍ରୀଙ୍କ ପାଇଁ ଲାଇଫଲାଇନ କୁହାଯାଉଥିବା ଉକ୍ତ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ ଚାଲିଛି। ବାଇକ ଆରୋହୀମାନେ ଉକ୍ତ ଡାଇଭର୍ଶନ ରାସ୍ତାରେ ୨ ଖଣ୍ଡ କାଠ ଓ ତାହାରି ଉପରେ ବାଲି ବସ୍ତା ପକାଇ ଯାତାୟାତ କରୁଛନ୍ତି। ଫଳରେ କେଉଁ ସମୟରେ ମଧ୍ୟ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବିଭାଗ କେବଳ ବୋର୍ଡ ଲଗାଇ କୌଣସି ପଦକ୍ଷେପ ନେଉନାହାନ୍ତି କି ସେଠାରେ କେହି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ଦାୟିତ୍ୱରେ ଥିବା ସୁପରଭାଇଜର କହିଛନ୍ତି, ବର୍ଷା ଜଳ ବୋହିବା କମିଲେ ହୋମ ପାଇପ ପକାଯାଇ ମରାମତି କରାଯିବ। କିନ୍ତୁ ଜଳ କମିବାରେ ନାମ ଧରୁନି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri