Categories: ବାଣିଜ୍ୟ

ଆଜିଠାରୁ ୨ଦିନିଆ କନକଲତା ଶାଢ଼ି ପ୍ରଦର୍ଶନୀ

ଭୁବନେଶ୍ୱର,୧୦ା୧୨: ଦେଶର ପ୍ରମୁଖ ଶାଢ଼ି ବ୍ରାଣ୍ଡ୍‌ କନକଲତା ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨ଦିନିଆ କନକତଲା ଶାଢ଼ି ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷକରି ଉକ୍ତ ବ୍ରାଣ୍ଡ୍‌ର ସ୍ବତନ୍ତ୍ର ହସ୍ତତନ୍ତ ଶାଢ଼ିର ଏକ ବିଶାଳ ସମ୍ଭାର ଶନିବାରଠାରୁ ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର ଲାଗୁନ୍‌ (ଲିଲି ହଲ୍‌) ଠାରେ ଆରମ୍ଭ ହେଉଛି। ଏ ସମ୍ପର୍କରେ କନକତଲାର ପରିଚାଳନା ନିର୍ଦ୍ଦେଶକ ମଲ୍ଲିକାର୍ଜୁନ ରାଓ କହିଛନ୍ତି, ପ୍ରତ୍ୟେକ ଋତୁରେ ଆମେ ଭାରତର ପ୍ରମୁଖ ସ୍ଥାନଗୁଡିକରେ ଏଭଳି ପ୍ରଦର୍ଶନୀର ଆୟୋଜନ କରିଥାଉ। ଏପରିକି କନକତଲା ପକ୍ଷରୁ ଆୟୋଜିତ ଏହି ୨ଦିନିଆ ବିଶେଷ ବିକ୍ରୟ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଡିସେମ୍ବର ୧୦ ଓ ୧୧ ତାରିଖ ସକାଳ ୧୦ଘଟିକାରୁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଖୋଲା ରହିଛି ବୋଲି କନକଲତା ପକ୍ଷରୁ କୁହାଯାଇଛି।

Share