୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା: ଏହି ୪ଦିନ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ ଲୋକେ

ଭୁବନେଶ୍ୱର,୧୮ା୩: ୯ଦଫା ଦାବି ନେଇ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇଛି। ଆସନ୍ତା ୨୩ ତାରିଖ ମଧ୍ୟରାତ୍ରିରୁ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୮ ଘଣ୍ଟା ଧରି ଏହି ଧର୍ମଘଟ ଚାଲିବ। ଏଥିରେ ୬ହଜାର ବ୍ୟାଙ୍କ ଶାଖାର ୩୭ ହଜାର କର୍ମଚାରୀ ଏଥିରେ ସାମିଲ ହେଉଥିବାରୁ ୨୪ ତାରିଖ ସୋମବାର ଓ ୨୫ ତାରିଖ ମଙ୍ଗଳବାର ବ୍ୟାଙ୍କ୍‌ କାର୍ଯ୍ୟ ଅଚଳ ହୋଇପଡିବ। ସେହିପରି ୨୨ ତାରିଖ ଚତୁର୍ଥ ଶନିବାର ଓ ୨୩ ତାରିଖ ରବିବାର ଛୁଟିଦିନ ହୋଇଥିବାରୁ ଲୋକେ ୪ଦିନ ବ୍ୟାଙ୍କ୍‌ ସେବା ପାଇବାରୁ ବଞ୍ଚିତ ହେବେ। ଫୋରମ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଆବାହକ ଅରୁଣ କୁମାର ବିଶୋଇ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ଆନ୍ଦୋଳନକୁ ଦେଶର ବହୁ ବ୍ୟାଙ୍କ କର୍ମଚାରୀ ସଂଘ ଏଆଇବିଇଏ, ଏଆଇବିଓସି,ଏନ୍‌ସିବିଇ,ବିଇଏଫ୍‌ଆଇ,ଏଆଇବିଓଏ,ଆଇଏନ୍‌ବିଓସି, ଆଇଏନ୍‌ବିଇଏଫ୍‌, ଏନ୍‌ଓବିଡବ୍ଲ୍ୟୁ, ଏନ୍‌ଓବିଓ ଆଦି ସମର୍ଥନ କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ ଅବସର ଗ୍ରହଣ, ସ୍ବେଚ୍ଛାକୃତ ଇସ୍ତଫା ଏବଂ ଅପର୍ଯ୍ୟାପ୍ତ ନିଯୁକ୍ତି ପଦକ୍ଷେପ ଯୋଗୁ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରେ କାର୍ଯ୍ୟବଳ କ୍ରମାଗତ ହ୍ରାସ ପାଇଛି।

କିନ୍ତୁ ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ କାର୍ଯ୍ୟବଳକୁ ଆକ୍ରମଣାତ୍ମକ ଭାବେ ବୃଦ୍ଧି କରିବା ସହ ପରିଚାଳନା ଦକ୍ଷତା ଏବଂ ଗ୍ରାହକ ସେବାରେ ଉନ୍ନତି ଆଣୁଛନ୍ତି। ଫଳରେ ଘରୋଇ ବ୍ୟାଙ୍କରେ ଗ୍ରାହକ ଓ କର୍ମଚାରୀଙ୍କ ହାରାହାରି ଅନୁପାତ ୩୦୦:୧ ଥିବାବେଳେ ଏବେ ଏହା ରାଷ୍ଟ୍ରାୟତ ବ୍ୟାଙ୍କ୍‌(ପିଏସ୍‌ବି)ରେ ୨୦୦୦:୧କୁ ବୃଦ୍ଧି ପାଇଛି। ଏହି ଅସନ୍ତୁଳନତା ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ସୃଷ୍ଟି କରୁଛି।

ସେମାନଙ୍କ ମାନସିକ ତଥା ଶାରୀରିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ। ସୀମିତ କାର୍ଯ୍ୟବଳ ଯୋଗୁ ପିଏମ୍‌ଜେଡିୱାଇ, ମୁଦ୍ରାଋଣ ଏବଂ ପିଏମ୍‌କିଷାନ ସମ୍ମାନ ନିଧି ସମେତ ୮୦%ରୁ ଅଧିକ ଆର୍ଥିକ ଅନ୍ତର୍ଭୂକ୍ତୀକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଅନେକ ବ୍ୟାଙ୍କ ଶାଖା ଅସ୍ଥାୟୀ କର୍ମଚାରୀଙ୍କ ଉପରେ ନିର୍ଭର କରନ୍ତି। ସ୍ଥିରତା ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରାଯିବା ଆବଶ୍ୟକ।

ସେହିପରି ବ୍ୟାଙ୍କିଂ ଶିଳ୍ପରେ ୫ ଦିନର କାର୍ଯ୍ୟ ସପ୍ତାହ ପ୍ରବର୍ତ୍ତନ, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ ଉପରେ ସାମ୍ପ୍ରତିକ ଡିଏଫ୍‌ଏସ ନିର୍ଦ୍ଦେଶାବଳୀ ତୁରନ୍ତ ପ୍ରତ୍ୟାହାର, ଜନସାଧାରଣଙ୍କ ଦ୍ୱାରା ଆକ୍ରମଣ/ଦୁର୍ବ୍ୟବହାର ବିରୋଧରେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ରାୟତ ବ୍ୟାଙ୍କରେ କର୍ମଚାରୀ/ଅଧିକାରୀ ନିର୍ଦ୍ଦେଶକ ପଦବୀ ପୂରଣ ସହ ଆଇବିଏ ନିକଟରେ ବିଚାରାଧୀନ ପ୍ରସଙ୍ଗର ସମାଧାନ ପାଇଁ ଦାବି କରାଯାଇଛି।

ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ ତଥା ସର୍ବାଧିକସୀମା ୨୫ ଲକ୍ଷଟଙ୍କା ବୃଦ୍ଧି ଓ କର୍ମଚାରୀ କଲ୍ୟାଣ ସୁବିଧା ଉପରେ ଆୟ଼କର ଛାଡ଼ ପ୍ରସଙ୍ଗ ମଧ୍ୟ ଦାବିରେ ଅନ୍ତର୍ଭୁକ୍ତ ରହିଛି। ଖବରଦାତା ସମ୍ମିଳନୀରେ କମୋରେଡ୍‌ ସଞ୍ଜୀବ ପତି, ଅମିତାଭ ଦାସ, ତୁଷାରକାନ୍ତ ଦାସ, ପ୍ରକାଶ ରାୟ ଏବଂ ଆର୍‌. ଏନ୍‌. ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୪ରୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା: ଅନୁମତି ପାଇଁ କମିଟି ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ…

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri