ଚାକିରି କରାଇଦେବା ନେଇ ଲୁଟି ନେଲେ ୧୮.୭୦ ଲକ୍ଷ ଟଙ୍କା, ୨ ଦମ୍ପତି ଗିରଫ

ହିଞ୍ଜିଳିକାଟୁ, ୧୪ା୧(ଦ୍ବିତୀକୃଷ୍ଣ ପଣ୍ଡା): ଚାକିରି କରାଇଦେବା ନା’ରେ ଲୋକଙ୍କୁ ଠକିଥିବା ୨ ଦମ୍ପତିଙ୍କୁ ଉତ୍ୟକ୍ତ ଲୋକମାନେ ହିଞ୍ଜିଳି ଥାନାରେ ଦେବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ହିଞ୍ଜିଳିକାଟୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରକାଶ ଯେ , ହିଞ୍ଜିଳିଥାନା କାଞ୍ଜିଆମା ଗ୍ରାମର ବୁଲୁ ଜେନା ଭୁବନେଶ୍ୱର ସାଲିଆ ସାହିରେ ଏକ ତେଜରାତି ଦୋକାନ କରିଥିଲେ । ସେହି ସମୟରେ ଭୁବନେଶ୍ୱର ସହିଦନଗର ଥାନା ପଥରବନ୍ଧ ଅଞ୍ଚଳର ବିପିନି ପାତ୍ର ବୁଲୁଙ୍କ ସହ ଭାବ ବିନିମୟ କରିଥିଲେ । କିଛି ଦିନ ପରେ ବୁଲୁଙ୍କ ତେଜରାତି ଦୋକାନରୁ ବିଭିନ୍ନ ସମୟରେ ପ୍ରାୟ ୨ଲକ୍ଷ ଟଙ୍କାର ସଉଦା କିଣିଥିଲେ । ବୁଲୁ ବକେୟା ଟଙ୍କା ମାଗିବାରୁ ବିପିନି ଓ ତାଙ୍କର ଜଣେ ସହଯୋଗୀ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଗଣେଷ ନାୟକଙ୍କ ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳରେ ଏକ ଘରବାରି ଜମି ରହିଥିବା ଓ ତାକୁ ବିକ୍ରୟ କରି ବକେୟା ଟଙ୍କା ଦେବାକୁ ପ୍ରତଶ୍ରୁତି ଦେଇଥିଲେ । ପରେ ଗଣେଶ, ବିପିନି ପରିବାର ସହ ଭୁବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଏକ ଭଡ଼ା ଘରେ ରହିଥିଲେ। କୌଶଳକ୍ରମେ ଉଭୟ ଦମ୍ପତି ସ୍ଥାନୀୟ ଅଞ୍ଚଳରେ ଚାକିରି କରାଇ ଦେବା ନାରେ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ଲକ୍ଷ ଟଙ୍କା ଠକି ନେଇଥିଲେ । ଦୀର୍ଘ ଦିନ ଧରି ଚାକିରି ନ ମିଳିବାରୁ ସଂପୃକ୍ତ ଲୋକେ ଉଭୟ ଦମ୍ପତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ଚାକିରି ଦେବାକୁ କହି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ରଶ୍ମିତା ସ୍ବାଇଁଙ୍କ ଠାରୁ ୨ ଲକ୍ଷ, ବନିତା ସ୍ବାଇଁଙ୍କ ଠାରୁ ୮୦ ହଜାର, ରୀତା ଜେନାଙ୍କ ଠାରୁ ୧ଲକ୍ଷ, ମଙ୍ଗୁଳୁ ବିଷୋୟୀଙ୍କ ଠାରୁ ୩ ଲକ୍ଷ ୫୯ ହଜାର, ସଂଗ୍ରାମ ରାଉତଙ୍କ ଠାରୁ ୨ଲକ୍ଷ ୫୦ ହଜାର, ବିଦ୍ୟାଦର ରାଉତଙ୍କ ଠାରୁ ୪୬ ହଜାର, ରୋହି ଜେନାଙ୍କ ଠାରୁ ୧ଲକ୍ଷ ୯୦ ହଜାର, ଦାଶରଥି ବେହେରାଙ୍କ ଠାରୁ ୮୦ ହଜାର ନେଇଛନ୍ତି। ସେହିପରି ଆମ୍ବିଳାପଲ୍ଲୀ ଗ୍ରାମର ପଞ୍ଚାନନ ବେହେରାଙ୍କ ଠାରୁ ୧ଲକ୍ଷ ୨୦ ହଜାର, ଜୀବନ ବେହେରାଙ୍କ ଠାରୁ ୨ ଲକ୍ଷ, ସନ୍ତୋଷ ଡାକୁଆଙ୍କ ଠାରୁ ୪୫ ହଜାର ଟଙ୍କା ସମୁଦାୟ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ନେଇ ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ମାନେ ହିଞ୍ଜିଳି ଥାନାରେ ରବିବାର ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୫/୨୫ରେ ଏକ ମାମଲା ରୁଜୁ କରି ୨ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି । ଗିରଫମାନେ ହେଲେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଗୋପାଳ ନାୟକ, ତାଙ୍କରି ସ୍ତ୍ରୀ ତପସ୍ବିନୀ ସିଂ, ଭୁବନେଶ୍ୱର ଶହୀଦନଗର ଥାନା ପଥରବନ୍ଧ ଗ୍ରାମର ବିପିନି ପାତ୍ର ଓ ତାଙ୍କ ସ୍ତ୍ରୀ ବିଜୁଳି ପାତ୍ର । ଗିରଫ ଉଭୟ ଦମ୍ପତିଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନାଙ୍କ ସୂତ୍ରରୁ ପ୍ରକାଶ । ଗିରଫ ଗଣେଷ ନାୟକଙ୍କ ନାମରେ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri