ଚାକିରି କରାଇଦେବା ନେଇ ଲୁଟି ନେଲେ ୧୮.୭୦ ଲକ୍ଷ ଟଙ୍କା, ୨ ଦମ୍ପତି ଗିରଫ

ହିଞ୍ଜିଳିକାଟୁ, ୧୪ା୧(ଦ୍ବିତୀକୃଷ୍ଣ ପଣ୍ଡା): ଚାକିରି କରାଇଦେବା ନା’ରେ ଲୋକଙ୍କୁ ଠକିଥିବା ୨ ଦମ୍ପତିଙ୍କୁ ଉତ୍ୟକ୍ତ ଲୋକମାନେ ହିଞ୍ଜିଳି ଥାନାରେ ଦେବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ହିଞ୍ଜିଳିକାଟୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରକାଶ ଯେ , ହିଞ୍ଜିଳିଥାନା କାଞ୍ଜିଆମା ଗ୍ରାମର ବୁଲୁ ଜେନା ଭୁବନେଶ୍ୱର ସାଲିଆ ସାହିରେ ଏକ ତେଜରାତି ଦୋକାନ କରିଥିଲେ । ସେହି ସମୟରେ ଭୁବନେଶ୍ୱର ସହିଦନଗର ଥାନା ପଥରବନ୍ଧ ଅଞ୍ଚଳର ବିପିନି ପାତ୍ର ବୁଲୁଙ୍କ ସହ ଭାବ ବିନିମୟ କରିଥିଲେ । କିଛି ଦିନ ପରେ ବୁଲୁଙ୍କ ତେଜରାତି ଦୋକାନରୁ ବିଭିନ୍ନ ସମୟରେ ପ୍ରାୟ ୨ଲକ୍ଷ ଟଙ୍କାର ସଉଦା କିଣିଥିଲେ । ବୁଲୁ ବକେୟା ଟଙ୍କା ମାଗିବାରୁ ବିପିନି ଓ ତାଙ୍କର ଜଣେ ସହଯୋଗୀ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଗଣେଷ ନାୟକଙ୍କ ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳରେ ଏକ ଘରବାରି ଜମି ରହିଥିବା ଓ ତାକୁ ବିକ୍ରୟ କରି ବକେୟା ଟଙ୍କା ଦେବାକୁ ପ୍ରତଶ୍ରୁତି ଦେଇଥିଲେ । ପରେ ଗଣେଶ, ବିପିନି ପରିବାର ସହ ଭୁବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଏକ ଭଡ଼ା ଘରେ ରହିଥିଲେ। କୌଶଳକ୍ରମେ ଉଭୟ ଦମ୍ପତି ସ୍ଥାନୀୟ ଅଞ୍ଚଳରେ ଚାକିରି କରାଇ ଦେବା ନାରେ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ଲକ୍ଷ ଟଙ୍କା ଠକି ନେଇଥିଲେ । ଦୀର୍ଘ ଦିନ ଧରି ଚାକିରି ନ ମିଳିବାରୁ ସଂପୃକ୍ତ ଲୋକେ ଉଭୟ ଦମ୍ପତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ଚାକିରି ଦେବାକୁ କହି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ରଶ୍ମିତା ସ୍ବାଇଁଙ୍କ ଠାରୁ ୨ ଲକ୍ଷ, ବନିତା ସ୍ବାଇଁଙ୍କ ଠାରୁ ୮୦ ହଜାର, ରୀତା ଜେନାଙ୍କ ଠାରୁ ୧ଲକ୍ଷ, ମଙ୍ଗୁଳୁ ବିଷୋୟୀଙ୍କ ଠାରୁ ୩ ଲକ୍ଷ ୫୯ ହଜାର, ସଂଗ୍ରାମ ରାଉତଙ୍କ ଠାରୁ ୨ଲକ୍ଷ ୫୦ ହଜାର, ବିଦ୍ୟାଦର ରାଉତଙ୍କ ଠାରୁ ୪୬ ହଜାର, ରୋହି ଜେନାଙ୍କ ଠାରୁ ୧ଲକ୍ଷ ୯୦ ହଜାର, ଦାଶରଥି ବେହେରାଙ୍କ ଠାରୁ ୮୦ ହଜାର ନେଇଛନ୍ତି। ସେହିପରି ଆମ୍ବିଳାପଲ୍ଲୀ ଗ୍ରାମର ପଞ୍ଚାନନ ବେହେରାଙ୍କ ଠାରୁ ୧ଲକ୍ଷ ୨୦ ହଜାର, ଜୀବନ ବେହେରାଙ୍କ ଠାରୁ ୨ ଲକ୍ଷ, ସନ୍ତୋଷ ଡାକୁଆଙ୍କ ଠାରୁ ୪୫ ହଜାର ଟଙ୍କା ସମୁଦାୟ ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ନେଇ ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ମାନେ ହିଞ୍ଜିଳି ଥାନାରେ ରବିବାର ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୫/୨୫ରେ ଏକ ମାମଲା ରୁଜୁ କରି ୨ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି । ଗିରଫମାନେ ହେଲେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଗୋପାଳ ନାୟକ, ତାଙ୍କରି ସ୍ତ୍ରୀ ତପସ୍ବିନୀ ସିଂ, ଭୁବନେଶ୍ୱର ଶହୀଦନଗର ଥାନା ପଥରବନ୍ଧ ଗ୍ରାମର ବିପିନି ପାତ୍ର ଓ ତାଙ୍କ ସ୍ତ୍ରୀ ବିଜୁଳି ପାତ୍ର । ଗିରଫ ଉଭୟ ଦମ୍ପତିଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନାଙ୍କ ସୂତ୍ରରୁ ପ୍ରକାଶ । ଗିରଫ ଗଣେଷ ନାୟକଙ୍କ ନାମରେ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri