Posted inଜାତୀୟ

୨ କୁକି ମହିଳାଙ୍କୁ ଉଲଗ୍ନ ବୁଲାଇ ଗଣବଳାତ୍କାର

ମେଇତି ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ସାମିଲ ପାଇଁ ମଣିପୁର ହାଇକୋର୍ଟ ରାଜ୍ୟର ଭାଜପା ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ମେ’ ୩ରେ ଜାତିଆଣ ହିଂସା ଆରମ୍ଭ ହୋଇଥିଲା। ଏହାର ଦିନକ ପରେ କୁକି-ଜୁ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଏକ ବିଲକୁ ନେଇ ଗଣବଳାତ୍କାର କରାଯାଇଥିଲା। ଦୁହିଁଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍‌ ମଧ୍ୟ କରାଯାଇଥିଲା, ଯାହାର ଭିଡିଓ ବୁଧବାର ଭାଇରାଲ ହୋଇଛି। ମଣିପୁର ଜାତିଆଣ ହିଂସାରେ ୧୬୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସଦ୍ୟ ସାମ୍ନାକୁ ଆସିଥିବା ବର୍ବରତା ବିରୋଧରେ ଗୁରୁବାର ଇଣ୍ଡିଜେନସ୍‌ ଟ୍ରାଇବାଲ୍‌ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ପକ୍ଷରୁ ଚୂଡ଼ାଚାନ୍ଦପୁରରେ ବିକ୍ଷୋଭ ଶୋଭାଯାତ୍ରା କରାଯିବ। ଗୁରୁବାର ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ।

ଇମ୍ଫାଲ,୨୦ା୭: ଭାଜପା ଶାସିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ଅଢ଼େଇ ମାସ ଧରି ସଂଘର୍ଷ ଲାଗିରହିଥିବାବେଳେ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୨ ପୀଡ଼ିତାଙ୍କୁ ନିକଟସ୍ଥ ଚାଷଜମିରେ ଗଣବଳାତ୍କାର କରାଯାଇଥିବା ନେଇ ଏକ ଆଦିବାସୀ ସଙ୍ଗଠନ ଅଭିଯୋଗ ଆଣିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି। ଇଣ୍ଡିଜେନସ୍‌ ଟ୍ରାଇବାଲ୍‌ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ କୁହାଯାଇଛି ଯେ ରାଜଧାନୀ ଇମ୍ଫାଲଠାରୁ ୩୫ କି.ମି. ଦୂରରେ ଅବସ୍ଥିତ କାଙ୍ଗ୍‌ପୋକ୍‌ପି ଜିଲାରେ ମେ’ ୪ରେ ଏହି ଘଟଣା ଘଟିଥିଲା। ଏହାର ଦିନକ ପୂର୍ବରୁ ଉପତ୍ୟକାର ସଂଖ୍ୟାବହୁଳ ମେଇତି ଓ ପାର୍ବତ୍ୟ ଅଞ୍ଚଳରେ ବସବାସ କରୁଥିବା କୁକି ସମ୍ପ୍ରଦାୟ ମଧ୍ୟରେ କ୍ୟାମେରା ଆଗରେ ସଂଘର୍ଷ ହୋଇଥିଲା। ବଳାତ୍କାରର ଶିକାର ହୋଇଥିବା ୨ ମହିଳା କୁକି-ଜୁ ଜାତିର ବୋଲି କୁକି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଆଇଟିଏଲ୍‌ଏଫ୍‌ କହିଛି। ଭାଇରାଲ ହୋଇଥିବା ଭିଡିଓରେ ମେଇତି ସମ୍ପ୍ରଦାୟର ବହୁସଂଖ୍ୟକ ପୁରୁଷ କୁକି-ଜୁ ଆଦିବାସୀ ମହିଳାଦ୍ୱୟଙ୍କୁ ବିବସ୍ତ୍ର କରି ବଳାତ୍କାର କରିବା ପାଇଁ ବିଲ ଆଡ଼କୁ ଟାଣିନେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଉପସ୍ଥିତ ଜନତା ଦେଖଣାହାରି ସାଜି ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିବା ଦୁଇ ମହିଳାଙ୍କ କଥା ଶୁଣି ନ ଥିଲେ। ଜାତୀୟ ମହିଳା କମିଶନ ଏବଂ ଜାତୀୟ ଏସ୍‌ସି/ଏସ୍‌ଟି କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଆଇଟିଏଲ୍‌ଏଫ୍‌ ଦାବି କରିଛି। ଏନେଇ ପୋଲିସ ଥୋଉବଲ ଜିଲା ନୋଙ୍ଗପୋକ୍‌ ସେକ୍‌ମାଇ ଥାନାରେ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ଅପହରଣ, ଗଣବଳାତ୍କାର ଓ ହତ୍ୟା ମାମଲା ରୁଜୁ କରିଛି। କିନ୍ତୁ ଅଦ୍ୟାବଧି କାହାକୁ ଗିରଫ କରି ପାରିନାହିଁ। ବିରୋଧୀ ଦଳଗୁଡ଼ିକର ନେତାମାନେ ଏହା ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସିର ୫ ଜଣିଆ ପ୍ରତିନିଧି ଟିମ୍‌ ଚୂଡ଼ାଚାନ୍ଦପୁର ରିଲିଫ୍‌ ଶିବିର ଏବଂ ଇମ୍ଫାଲ ଉପତ୍ୟକା ବୁଲି ଦେଖିଛନ୍ତି। ନେତାମାନେ ରାଜଭବନରେ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ଭେଟି ହିଂସା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଅବଗତ କରାଇଛନ୍ତି। ପାର୍ଲାମେଣ୍ଟରେ ଆମେ ଏହି ପ୍ରସଙ୍ଗ ଉଠାଇବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri