ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ଗତ ମଙ୍ଗଳବାର ପାଳ କୁଡ଼ିଆ ଜଳି ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏ ନେଇ ବିଭିନ୍ନ ଗଣାମାଧ୍ୟମରେ ଖବର ପ୍ରସାରଣ ପରେ ମୃତ ଶିଶୁଙ୍କ ମା’ବାପାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା। ଏହାପରେ ଗାଁରେ ପ୍ରଶାସନ ପହଞ୍ଚତ୍ ଘଟଣାର ତଦନ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ର ବିଶିଷ୍ଟ ସାମାଜିକ କର୍ମୀ ତଥା ବରିଷ୍ଠ ବିଜେଡି ନେତା ଶ୍ରୀଧର ପେସନିଆ ଓ ବାଲି ନାଏକ ଗାଁରେ ପହଞ୍ଚତ୍ ମୃତକଙ୍କ ମା’ବାପାଙ୍କୁ ସାକ୍ଷାତକରି ସମବେଦନା ଜଣାଇବା ସହ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।


