ଟ୍ରକ ମଡ଼ାଇ ୨ ଭାଜପା ନେତାଙ୍କୁ କରାଯାଇଥିଲା ହତ୍ୟା: ଅଭିଯୁକ୍ତଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ସମ୍ବଲପୁର,୭।୨: ଟ୍ରକ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ ଶୁକ୍ରବାର ୨ ଦିନିଆ ରିମାଣ୍ଡରେ ଆଣି ପଲିଗ୍ରାଫ ଟେଷ୍ଟ କରାଯାଇଛି। ପଲିଗ୍ରାଫ ଟେଷ୍ଟରେ ପୋଲିସ କ’ଣ ସବୁ ତଥ୍ୟ ପାଇଛି ତାହା କହି ନ ଥିବା ବେଳେ ଖୁବ ଶୀଘ୍ର ସମ୍ବଲପୁର ଡବଲ ମର୍ଡରର ଗୁମର ଖୋଲିବ ବୋଲି ଜଣାପଡିଛି।

ପୂର୍ବରୁ ମଧ୍ୟ ପୋଲିସ ପ୍ରସନ୍ନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ସେତିକିବେଳେ ହାଇୱା ଚାଳକ ଭାଜପା ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲେ ବୋଲି କହିଛନ୍ତି। ଏପରିକି କୋର୍ଟ ଚାଲାଣ ବେଳେ ଜିଲା ପୋଲିସ ମୁଖ୍ୟାଳୟ ନିକଟରେ ଗଣମାଧ୍ୟମକୁ ହାଇୱା ଚାଳକ ଦେଇଥିବା ପ୍ରତିକ୍ରିୟାରେ କୌଣସି ତାଳମେଳ ରହି ନ ଥିଲା। ସେ ପ୍ରଥମେ କହିଥିଲେ ଯେ, ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଲା। ପୁଣି ମତ ବଦଳାଇ କହିଥିଲେ ହାଇୱାରେ ମଣିଷ ମାରି ମୁଁ ପାପ କରିଛି। ପ୍ରଥମ ଥର ଭୁଲରେ ତାଙ୍କ ହାଇୱା ଉକ୍ତ କାର୍‌ରେ ବାଜି ଯାଇଥିଲା। ଦ୍ୱିତୀୟ ଥର ଆଖି ଲାଗିଯିବାରୁ ଓ ତୃତୀୟ ଥର ଜାଣିଶୁଣି କାରକୁ ଧକ୍କା ଦେଇଥିଲେ ବୋଲି ସେ କହିଛନ୍ତି। ମାତ୍ର କାହିଁକି ବୋଲି ପଚାରିବାରେ ଭୁଲ୍ବଶତଃ ଅନ୍ୟ ଏକ କାର୍‌ ଭାବି ଏହି କାର୍କୁ ଧକ୍କା ଦେଇଥିଲେ ବୋଲି କହିଥିଲେ। ଏଭଳି ବୟାନକୁ ନେଇ ଘଟଣା ଅଧିକ ରହସ୍ୟାବୃତ ରହିଥିଲା। ଅନ୍ୟପକ୍ଷେ ପୋଲିସ ସଠିକ୍‌ ପ୍ରମାଣ ତଥ୍ୟ ଯୋଗାଡ ପାଇଁ ପୁଣି ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାରଙ୍କୁ ରିଆଣ୍ଡରେ ଆଣି ପଚରାଉଚରା କରିବା ସହ ପଲିଗ୍ରାଫ ଟେଷ୍ଟ କରାଇଛି।

ସୂଚନାଯୋଗ୍ୟ, ୫୩ନଂ. ଜାତୀୟ ରାଜପଥର ଆ. କଟାପାଲିଠାରେ ହାଇୱା ଚାପାରେ ୬ଜଣ କାର୍‌ ଆରୋହୀଙ୍କ ମଧ୍ୟରୁ ଗୋଶାଳା ଭାଜପା ମଣ୍ଡଳ ସଭାପତି କରଡୋଲା ଗ୍ରାମର ଦେବେନ୍ଦ୍ର ନାୟକ ଓ କରଡୋଲାର ପୂର୍ବତନ ସରପଞ୍ଚ ଚାରପାଲି ଗ୍ରାମର ମୁରଲୀ ଛୁରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବରିଷ୍ଠ ଭାଜପା କର୍ମୀ କରଡୋଲା ପାଣି ପଞ୍ଚାୟତ ସଭାପତି ରାମନାରାୟଣ ପଣ୍ଡା(କୁନା), ବସନ୍ତପୁର ଗ୍ରାମର ସମାଜସେବୀ ସୁରେଶ ଛନ୍ଦ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri