Categories: କୋରାପୁଟ

ପୋଲିସକୁ ଦୁର୍ବ୍ୟବହାର କରି ୨ ଗିରଫ

କୋରାପୁଟ,୨୮ା୧୨(ଅମିତାଭ ବେହେରା): ପୋଲିସକୁ ଦୁର୍ବ୍ୟବହାର ସହ କାମରେ ବାଧା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି କୋରାପୁଟ ଜିଲାର ଲକ୍ଷ୍ମୀପୁର ପୋଲିସ। ଏପରି ଘଟଣା ସ୍ଥାନୀୟ ବ୍ଲକ ଚମ୍ପି ଗ୍ରାମଠାରେ ଦେଖିବାକୁ ମିଳିଛି। ସେମାନେ ହେଲେ ବନମାଳୀ ସାହୁ ଓ ଡମ୍ବରୁଧର ସାହୁ।

ମିଳିଥିବା ସୂଚନାନୁଯାୟୀ, ଲକ୍ଷ୍ମୀପୁର ଥାନା ଅଧୀନରେ ଥିବା ଚମ୍ପି ଗ୍ରାମରେ ବ୍ୟାପକ ଭାବେ ମଦବେପାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇ ଜଣେ ମଦ ବ୍ୟବସାୟୀଙ୍କ ଘର ଉପରେ ବୁଧବାର ଲକ୍ଷ୍ମୀପୁର ଥାନାର ସାତ ଜଣିଆ ଏକ ପୋଲିସ ଟିମ ସଦଳ ବଳେ ଚଢାଉ କରିବା ସମୟରେ ଉକ୍ତ ମଦ ବ୍ୟବସାୟୀଙ୍କ ଦୁଇ ଭାଇ ପୋଲିସର କାମରେ ବାଧା ସୃଷ୍ଟି କରିବା ସହ ପୋଲିସଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ମଦ ବ୍ୟବସାୟୀ ସତର୍କ ହୋଇ ଲୁଚି ଯାଇଥିବା ବେଳେ ପୋଲିସର କାର୍ଯ୍ୟରେ ବାଧା ଦେଇଥିବା ବନମାଳୀ ଓ ଡମ୍ବରୁଧରଙ୍କୁ ପୋଲିସ ଗିରଫ କରିଥିଲା। ଏନେଇ ୧୬୮/୨୩ରେ ଏକ ମାମଲା ରୁଜୁ କରି ଗୁରୁବାର ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।