୨.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ: ପୁଷ୍କର

ଭୁବନେଶ୍ୱର,୧୫।୯ (ଅଭୟ ଦାଶ):ଚଳିତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ହେବାକୁ ଥିବା ଡେଷ୍ଟିନେସନ୍‌ ଉତ୍ତରାଖଣ୍ଡ-ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ରେ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଦିନରେ ପ୍ରାୟ ୮୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ନେଇ ରାଜ୍ୟ ସରକାର ବିଭିନ୍ନ ଅଗ୍ରଣୀ ନିବେଶକ କମ୍ପାନୀଙ୍କ ମଧ୍ୟରେ ସହଭାଗିତା କରିଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମତପ୍ରକାଶ କରିଛନ୍ତି। ଗୁରୁବାର ଏ ନେଇ ନୂଆଦିଲ୍ଲୀର ହୋଟେଲ ତାଜମହଲରେ ‘ଉତ୍ତରାଖଣ୍ଡ ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମିଟ୍‌: କର୍ଟନ ରେଜର’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଧାମି ଅଂଶ ଗ୍ରହଣ କରି ଡେଷ୍ଟିନେସନ୍‌ ଉତ୍ତରାଖଣ୍ଡ-ଗ୍ଲୋବାଲ୍‌ ଇନଭେଷ୍ଟର୍ସ ସମ୍ମିଳନୀ-୨୦୨୩ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେହିଭଳି ଧାମି କହିଛନ୍ତି , ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ସହଜ ବ୍ୟବସାୟ ପରିବେଶ ସୃଷ୍ଟି କରିବାର ଦୃଷ୍ଟିକୋଣ ସହିତ ସରକାର କାର୍ଯ୍ୟ କରୁଛନ୍ତି। ଏପରିକି ରାଜ୍ୟରେ ସ୍ବତନ୍ତ୍ର ନୀତି କାର୍ଯ୍ୟକାରୀ କରିବା ସହ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆକର୍ଷଣୀୟ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ଏହି ନୀତିଗୁଡିକ ମୁଖ୍ୟତଃ ୨୩-ପର୍ଯ୍ୟଟନ ନୀତି, ଏମ୍‌ଏସ୍‌ଏମ୍‌ଇ ନୀତି, ଷ୍ଟାର୍ଟଅପ୍‌ ପଲିସି, ଲଜିଷ୍ଟିକ୍‌ ପଲିସି ଏବଂ ବେସରକାରୀ ଶିଳ୍ପ ଇଷ୍ଟେଟ୍‌ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ନୀତି ଅନ୍ତର୍ଭୁକ୍ତ ରହିଛି। ସେହିପରି ରାଜ୍ୟରେ ରେଳ, ସଡ଼କ ଏବଂ ଏୟାର (ବିମାନପଥ) ସଂଯୋଗ କ୍ଷେତ୍ରରେ ମଧ୍ୟ କ୍ରମାଗତ ଉନ୍ନତି ଘଟିଛି। ଡେରାଡୁନ୍‌ ବିମାନବନ୍ଦରରୁ ବିଭିନ୍ନ ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହୋଇଛି। ଡେରାଡୁନ୍‌ ଏବଂ ପନ୍ତନଗର ବିମାନବନ୍ଦର ମଧ୍ୟ ସମ୍ପ୍ରସାରିତ ହେଉଛି। ରେଳ ନେଟ୍‌ୱାର୍କର ବିକାଶ ଏବଂ ନବୀକରଣର ଏକ ଅଂଶ ଭାବେ ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳଲାଇନର ନିର୍ମାଣ କାର୍ଯ୍ୟ ଚାଲିଛି। ବିଶେଷକରି ରାଜ୍ୟରେ ୪ଧାମ (ଚାର୍‌ଧାମ) ଯାତ୍ରାକୁ ସୁଗମ କରିବା ପାଇଁ ସମସ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ରାଜ୍ୟର ଉଦ୍ୟୋଗୀମାନେ ଆମର ବ୍ରାଣ୍ଡ୍‌ ଆମ୍ବାସାଡର ଏବଂ ରାଜ୍ୟରେ ପୁଞ୍ଜି ବିନିଯୋଗରେ ସେମାନଙ୍କର ସର୍ବାଧିକ ଅଂଶଗ୍ରହଣ ରହିଛି। ଆମ ସରକାର ସରଳୀକରଣ, ସମାଧାନ ଏବଂ ସନ୍ତୋଷ ଆଧାରରେ କାର୍ଯ୍ୟ କରୁଛି ଏବଂ ଶିଳ୍ପ ସଙ୍ଗଠନଗୁଡ଼ିକ ସହ ନିରନ୍ତର ଯୋଗାଯୋଗ କରି ସେମାନଙ୍କ ସମସ୍ୟାର ସମାଧାନ ହେଲେ ହିଁ ଏହା ସମ୍ଭବ ହେବ। ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡ ସିଏସ୍‌ ଡ. ଏସ୍‌.ଏସ୍‌.ସାନ୍ଧୁ କହିଛନ୍ତି, ପୁଞ୍ଜି ବିନିଯୋଗ କରିବା ପାଇଁ ଉତ୍ତରାଖଣ୍ଡ ଏକ ଉତ୍ତମ ଗନ୍ତବ୍ୟସ୍ଥଳ ହୋଇଛି। ସେହିଭଳି ହରିଦ୍ୱାର, କୋଟଦ୍ୱାର, ରୁଦ୍ରପୁର, କାଶୀପୁର, ତାନକପୁରରେ ସଡକ ଭିତ୍ତିଭୂମିର ନବୀକରଣ ହେତୁ ଏଠାରେ ଦୂରତା ମଧ୍ୟ କମ୍‌ ସମୟ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ। ସେହିପରି ଏସିଏସ୍‌ ରାଧା ରାତୁରୀ କହିଛନ୍ତି, ଅଧିକରୁ ଅଧିକ ଉଦ୍ୟୋଗୀଙ୍କୁ ରାଜ୍ୟକୁ ଆକର୍ଷିତ କରିବା ପାଇଁ ଶିଳ୍ପ ଅନୁକୂଳ ନୀତି ତଥା ସୁବିଧା ବିକାଶ ଉପରେ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri