ରେଲଓ୍ବେ ପାଇଁ ୨.୪ ଲକ୍ଷ କୋଟି ବ୍ୟୟବରାଦ

ନୂଆଦିଲ୍ଲୀ,୨।୨ : ୨୦୨୩-୨୪ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରେଲଓ୍ବେ ପାଇଁ ସର୍ବାଧିକ ୨.୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ୨୦୧୩-୧୪ ଆର୍ଥତ୍କ ବର୍ଷର ବ୍ୟୟବରାଦ ତୁଳନାରେ ଏହା ୯ ଗୁଣ ଅଧିକ ବୋଲି ଲୋକ ସଭାରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଥିଲେ। କୋଇଲା, ସାର ଏବଂ ଖାଦ୍ୟଶସ୍ୟ ସେକ୍ଟରଗୁଡ଼ିକ ପାଇଁ ଆରମ୍ଭ ଓ ଶେଷ ମାଇଲ୍‌ ସଂଯୋଗ ନିମନ୍ତେ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ପରିବହନ ଭିତ୍ତିଭୂମି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି। ୭୫,୦୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିକଶିତ କରାଯିବ। ଏଥିରେ ଘରୋଇ ସୂତ୍ରରୁ ୧୫,୦୦୦ କୋଟି ଟଙ୍କା ବିନିଯୋଗ ହେବ। ବଜେଟ ଆକଳନ ଅନୁଯାୟୀ ୨୦୨୩-୨୪ ବର୍ଷରେ ରେଲଓ୍ବେର ମୋଟ ରାଜସ୍ବ ବ୍ୟୟ ପରିମାଣ ୨,୬୫,୦୦୦ କୋଟି ଟଙ୍କା ହେବ। ୨୦୨୨-୨୩ ବର୍ଷରେ ସଂଶୋଧିତ ବ୍ୟୟ ଆକଳନ ୨,୪୨,୮୯୨.୭୭ କୋଟି ଟଙ୍କା ଥିଲା। ଆସନ୍ତା ଆର୍ଥିକ ବର୍ଷରେ ଷ୍ଟ୍ରାଟେଜିକ୍‌ ଲାଇନଗୁଡ଼ିକର କାର୍ଯ୍ୟକାରିତାରେ ହେବାକୁ ଥିବା କ୍ଷତି ଭରଣା ପାଇଁ ୪୮୭.୫୧ କୋଟି ଟଙ୍କା ରଖାଯାଇଛି, ଯାହାକି ୨୦୨୨-୨୩ ବର୍ଷରେ ୨,୪୬୧.୯୦ କୋଟି ଟଙ୍କା ଥିଲା। ଜାତୀୟ ପ୍ରକଳ୍ପଗୁଡ଼ିକ ନିମନ୍ତେ ବଜାର ଋଣର ସୁଧ ଇତ୍ୟାଦି ପରିଶୋଧ ବାବଦକୁ ୭୮୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି।
ରେଲଓ୍ବେ ପାଇଁ ବଜେଟରେ ମୋଟ ପୁଞ୍ଜି ବ୍ୟୟ ଆକଳନ ୨,୬୦,୨୦୦ କୋଟି ଟଙ୍କା ହୋଇଥିବାବେଳେ ସେଥିରୁ ୨,୪୦,୦୦୦ କୋଟି ସାଧାରଣ ରାଜସ୍ବରୁ, ୨୦୦ କୋଟି ନିର୍ଭୟା ପାଣ୍ଠିରୁ, ୩,୦୦୦ କୋଟି ଆଭ୍ୟନ୍ତରୀଣ ସମ୍ବଳରୁ ଏବଂ ୧୭ ହଜାର କୋଟି ଆଭ୍ୟନ୍ତରୀଣ ଏବଂ ଅତିରିକ୍ତ ବଜେଟାରି ସମ୍ବଳରୁ ଭରଣା କରାଯିବ। ୨୦୨୩-୨୪ ବର୍ଷରେ ରେଲଓ୍ବେର ମୋଟ ଆୟ ୨,୬୫,୦୦୦ କୋଟି ଟଙ୍କା ହେବ, ଯାହାକି ବିଦାୟୀ ଆର୍ଥତ୍କ ବର୍ଷରେ ୨,୪୨,୮୯୨.୭୭ କୋଟି ଟଙ୍କା ଥିଲା। ଯାତ୍ରୀମାନଙ୍କ ଆଶା ଆକାଂକ୍ଷା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରେଲଓ୍ବେ ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ହମ୍‌ସଫର ଏବଂ ତେଜସ ଭଳି ପ୍ରିମିୟର ଟ୍ରେନ୍‌ଗୁଡ଼ିକର ଆଉ ୧,୦୦୦ରୁ ଊର୍ଦ୍ଧ୍ୱ କୋଚ୍‌କୁ ନବୀକରଣ କରିବା ଲାଗି ଯୋଜନା କରିଛି। ସେଗୁଡ଼ିକର ଇଣ୍ଟେରିୟରକୁ ଆଧୁନିକ ଲୁକ୍‌ ଦିଆଯିବା ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରିବ। ସେହିପରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଆଉ ୧୦୦ଟି ଭିଷ୍ଟାଡୋମ୍‌ କୋଚ୍‌ ନିର୍ମାଣ ଲାଗି ରେଲଓ୍ବେ ଯୋଜନା କରିଛି। ୩୫ଟି ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌, ୪,୫୦୦ଟି ନୂଆ ଡିଜାଇନର ଅଟୋମୋବାଇଲ କ୍ୟାରିୟର କୋଚ୍‌, ୫,୦୦୦ ଏଲ୍‌ଏଚ୍‌ବି କୋଚ ଏବଂ ୫୮ ହଜାର ଓ୍ବାଗନ ନିର୍ମାଣ ଲାଗି ବଜେଟରେ ପ୍ରସ୍ତାବ ରହିଛି। ବନ୍ଦେ ଭାରତ ହାଇସ୍ପିଡ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିବାରୁ ଟ୍ରାକ୍‌ ନବୀକରଣ ବାବଦରେ ଚଳିତ ବର୍ଷ ୧୭,୨୯୬.୮୪ କୋଟି ଟଙ୍କା ବ୍ୟୟ ହେବ, ଯାହାକି ୨୦୨୨-୨୩ ବର୍ଷରେ ୧୫,୩୮୮.୦୫ କୋଟି ଟଙ୍କା ଥିଲା। ପୂର୍ବ ବଜେଟରେ ରେଲଓ୍ବେ ପାଇଁ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri