Posted inଜାତୀୟ

୨.୨ ଫୁଟ୍‌ ଦବିବ ଜୋଷୀମଠ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଡେରାଡୁନ୍‌,୧୬।୧: ଜୋଷୀମଠର କେତେକ ଅଞ୍ଚଳ ପାଖାପାଖି ୨.୨ ଫୁଟ୍‌ ଦବିପାରେ ବୋଲି ଏକ ଗ୍ରାଉଣ୍ଡ ସର୍ଭେରୁ ଜଣାପଡ଼ିଛି। ଜାନୁୟାରୀ ଆରମ୍ଭରୁ ଜୋଷୀମଠ ସହରର ଭୂମି ଦବିବା ଆରମ୍ଭ ହୋଇଥିଲା। ୧୨ ଦିନରେ ଜୋଷୀମଠ ୫.୪ ସେଣ୍ଟିମିଟର ଦବିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସାଟେଲାଇଟ୍‌ ଡେଟା ସର୍ଭେରୁ ଜଣାପଡ଼ିଥିଲା। ବିଶେଷଜ୍ଞମାନଙ୍କର ଏକ ଟିମ୍‌ ଉକ୍ତ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ବେଳେ ଜେପି କଲୋନି ମଧ୍ୟରେ ରହିଥିବା ବ୍ୟାଡମିଣ୍ଟନ କୋର୍ଟ ଓ ଏହାର ଚତୁଃପାର୍ଶ୍ୱ ୭୦ ସେଣ୍ଟିମିଟର ଦବିଥିବା ଦେଖିବାକୁ ମିଳିଥିଲା। ସେହିପରି ମନୋହର ବାଗ୍‌ର କିଛି ଅଞ୍ଚଳ ୭ରୁ ୧୦ ସେଣ୍ଟିମିଟର ଦବିଥିବା ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ବାସିନ୍ଦା ଦୁର୍ଗାପ୍ରସାଦଙ୍କ ଘର ୧ଫୁଟ୍‌ ଏବଂ ବାରଣ୍ଡା ୨ ଫୁଟ୍‌ ଦବିଥିବା ସେ କହିଛନ୍ତି। ୧୫ ଦିନରେ ଏକ ହୋଟେଲ ୬ ଇଞ୍ଚ୍‌ ଦବିଥିବାବେଳେ ଏହା ପଛପଟେ ଥିବା ଅନ୍ୟ ଏକ ବିଲ୍ଡିଂ ହୋଟେଲ ଉପରକୁ ଢଳିପଡ଼ିଲାଣି ବୋଲି ଏହାର କେୟାର ଟେକର କହିଛନ୍ତି। ଜୋଷୀମଠର କେତେକ ଅଞ୍ଚଳ ୨.୨ ଫୁଟ୍‌ ପର୍ଯ୍ୟନ୍ତ ଦବିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଜୋଷୀମଠ ଦବିବା ଫଳରେ ବହୁ ଘରଦ୍ୱାର ଓ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ହଜାର ହଜାର ଲୋକ ବିପଦସଙ୍କୁଳ ଘରେ ବାସ କରୁଥିବାବେଳେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବା ଲାଗି ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୋମବାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ପି.ଏସ୍‌. ନରସିଂହା ଏବଂ ଜେ.ବି. ପର୍ଡିଓ୍ବାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ।
ମାଟି ଦବୁଥିବାରୁ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଦ୍ରିନାଥ, ହେମକୁଣ୍ଡ ସାହିବ ଏବଂ ଔଲିର ଦ୍ୱାର କୁହାଯାଉଥିବା ଜୋଷୀମଠ ସହର ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ଫାଟ ସୃଷ୍ଟି ହୋଇ ଅନେକ ଘର ଢଳିବା ସହ ଦବିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri