Categories: ବାଣିଜ୍ୟ

ଭୁବନେଶ୍ୱରରେ ଲାଟ୍‌ ଲିଭ୍‌ର ୧ମ ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୯।୨: ବର୍ତ୍ତମାନର ଜଟିଳ ସମୟ ମଧ୍ୟରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟ ନେଇ କମ୍ପାନୀ ଭୁବନେଶ୍ୱରରେ ତା’ର ପ୍ରଥମ ‘ଲାଟ୍‌ ଲିଭ୍‌’ ଏକ୍ସକ୍ଲୁସିଭ୍‌ ଷ୍ଟୋରର ଶୁଭାରମ୍ଭ କରିଛି। ଗୁରୁବାର ସ୍ଥାନୀୟ କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ପରିସରରେ ଏହାର ନୂତନ ଷ୍ଟୋର ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଷ୍ଟୋରରେ ୪ହଜାରରୁ ଊର୍ଦ୍ଧ୍ୱ ଫ୍ୟାଶନ ଲାଇଫ୍‌ ଷ୍ଟାଇଲ୍‌ର ସାମଗ୍ରୀ ଉପଲବ୍ଧ ରହିଛି। ଯେଉଁଥିରେ ଫ୍ୟାଶନ, ବିୟୁଟି, ଷ୍ଟେଶନେରି, ଡିଜିଟାଲ, କିଚେନ୍‌, ଗିଫ୍ଟି୍ଟ, ପିଲାଙ୍କ ଆନୁଷଙ୍ଗିକ ସହ ଘର ଉପକରଣ ସାମଗ୍ରୀ ରହିଛି। ସେହିପରି ୨ଶହରୁ ଊର୍ଦ୍ଧ୍ୱ କ୍ଲାସିକ ସାମଗ୍ରୀ ମଧ୍ୟ ଏଠାରେ ଉପଲବ୍ଧ । ଏହି ଅବସରରେ ଷ୍ଟୋରର ନିର୍ଦ୍ଦେଶକ ସିଲ୍ଲା ରାମାରାଓ ଓ ନିର୍ଦ୍ଦେଶିକା ସିଲ୍ଲା ସରୋଜା କହିଛନ୍ତି, ସାରା ଦେଶରେ ‘ଲାଟ୍‌ ଲିଭ୍‌’ର ୩୦ରୁ ଊର୍ଦ୍ଧ୍ୱ ଶାଖା ରହିଥିବାବେଳେ ଭୁବନେଶ୍ୱରରେ ଏହା ପ୍ରଥମ ଷ୍ଟୋର ଭାବେ ଗ୍ୟାଲେରିଆ ପରିସରରେ ଆରମ୍ଭ କରାଯାଇଛି। ଏଠାରେ ସମସ୍ତ ପ୍ରକାର ସାମଗ୍ରୀ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଯୋଗାଇଦିଆଯିବ ବୋଲି ସରୋଜା କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଏହାର ଶାଖା ଖୋଲିବା ଯୋଜନା ରହିଛି। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ବ୍ରାଣ୍ଡ ମୁଖ୍ୟ ଛାୟା ଠାକେରଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share