Posted inଖେଳ

୧୯୯୯: ଓଡ଼ିଶାର ଦେବାଶିଷଙ୍କ ପାଇଁ ସ୍ମରଣୀୟ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ପୁନର୍ବାର ଇଂଲଣ୍ଡକୁ ଫେରିଥିଲା। ଷ୍ଟିଭ୍‌ ଓ୍ବଙ୍କ ବଳିଷ୍ଠ ନେତୃତ୍ୱରେ ଅଷ୍ଟ୍ରେଲିଆ ଏହାର ଦ୍ୱିତୀୟ ଟାଇଟଲ କରାୟତ୍ତ କରିଥିଲା। ତେବେ ଏହି ବିଶ୍ୱକପ୍‌ରେ ପ୍ରଥମ ଥର ଦେଖିବାକୁ ମିଳିଥିଲା ଓଡ଼ିଶା କନେକ୍ସନ୍‌। ଓଡ଼ିଶାର ପ୍ରଥମ ଖେଳାଳି ଭାବରେ ଏକ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ଦ୍ରୁତ ବୋଲର ଦେବାଶିଷ ମହାନ୍ତି। ୬ ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇଥିବା ଦେବାଶିଷ ଭାରତର ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ରହିଥିଲେ। ସେ ନିଜ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରିବା ସହିତ ୬ ମ୍ୟାଚ୍‌ରୁ ନେଇଥିଲେ ୧୦ ଉଇକେଟ। ବ୍ରିଷ୍ଟଲରେ କେନିଆ ବିପକ୍ଷରେ ୪/୫୬ର ବୋଲିଂ ଫିଗର ସହିତ ମହାନ୍ତି ହାସଲ କରିଥିଲେ ନିଜ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ପକ୍ଷରୁ ୪୫ ଦିନିକିଆ ଖେଳି ୫୭ ଉଇକେଟ ନେଇଥିବା ଦେବାଶିଷ ଏକମାତ୍ର ଓଡ଼ିଆ ଭାବରେ ବିଶ୍ୱକପ୍‌ ଇତିହାସରେ ରଚିଥିଲେ ଇତିହାସ।

ବିଶ୍ୱକପ୍‌ର ପ୍ରଥମ ୩ ସଂସ୍କରଣ ଇଂଲଣ୍ଡରେ ଆୟୋଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ ସଂସ୍କରଣ ଭିନ୍ନ ଭିନ୍ନ ଦେଶରେ ହୋଇଥିଲା। ସପ୍ତମ ସଂସ୍କରଣ ପୁନର୍ବାର ଇଂଲଣ୍ଡକୁ ଫେରିଥିବା ବେଳେ ସ୍କଟ୍‌ଲାଣ୍ଡ, ନେଦରଲାଣ୍ଡ୍ସ, ଆୟର୍ଲାଣ୍ଡ ଓ ଓ୍ବେଲ୍ସ ସହଆୟୋଜକ ରହିଥିଲେ। ୧୨ଦଳ ଟୁର୍ନାମେଣ୍ଟରେ ଭାଗ ନେଇଥିବା ବେଳେ ସମୁଦାୟ ୪୨ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ସୁପର-୬ ଫର୍ମାଟରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ୧୨ ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୩ ଦଳ ସୁପର ସିକ୍ସକୁ ଉନ୍ନୀତ ହୋଇଥିଲେ। ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ ଓ ଭାରତ ସୁପର ସିକ୍ସକୁ ଉନ୍ନୀତ ହୋଇଥିଲେ। ଭାରତ ଓ ଜିମ୍ବାଓ୍ବେ ସୁପର ସିକ୍ସରୁ ବାଦ୍‌ ପଡିଥିବା ବେଳେ ଅନ୍ୟ ୪ ଦଳ ସେମିଫାଇନାଲ ଖେଳିଥିଲେ।

ଭାରତ ସୁପର ସିକ୍ସରେ ୫ ମ୍ୟାଚ୍‌ରୁ ୪ଟିରେ ପରାଜୟ ବରଣ କରି ବିଦାୟ ନେଇଥିଲା। ତେବେ ଇଂଲଣ୍ଡର ବୋଲିଂ ସହାୟକ ପିଚ୍‌ରେ ଭାରତୀୟ ପେସ୍‌ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜଭାଗଲ ଶ୍ରୀନାଥ ସର୍ବାଧିକ ୧୨ ଓ ଦେବାଶିଷ ମହାନ୍ତି ୧୦ ଉଇକେଟ ନେଇଥିଲେ। ବ୍ୟାଟିଂରେ ରାହୁଲ ଡ୍ରାଭିଡ ୪୬୧ ରନ୍‌ ସହିତ ଟୁର୍ନାମେଣ୍ଟର ହାଇଏଷ୍ଟ ସ୍କୋରର ରହିଥିଲେ। ୮ ମ୍ୟାଚରୁ ସେ ୨ ଶତକ ଓ ୩ ଅର୍ଦ୍ଧଶତକ ହାସଲ କରିଥିଲେ। ସୌରଭ ଗାଙ୍ଗୁଲି ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସହିତ ୩୭୯ ରନ୍‌ କରିଥିଲେ। ରବିନ୍‌ ସିଂ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ସହିତ ୧୫୭ ରନ କରି ୮ ଉଇକେଟ ଅକ୍ତିଆର କରିଥିଲେ।

ପିତାଙ୍କ ମୃତ୍ୟୁ ପରେ ଶତକ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପିତା ରମେଶ ତେନ୍ଦୁଲକରଙ୍କ ମେ’ ୧୯, ୧୯୯୯ରେ ମୃତ୍ୟୁ ଘଟିଥିଲା। ଏହାପରେ ତେନ୍ଦୁଲକର ଭାରତ ପ୍ରତ୍ୟାବର୍ତ୍ତନ କରି ପରିବାର ସହ ୪ ଦିନ ବିତାଇଥିଲେ। ତେବେ ପୁନର୍ବାର ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିବା ସହିତ ବ୍ରିଷ୍ଟଲରେ କେନିଆ ବିପକ୍ଷରେ ଅପରାଜିତ ୧୪୦ ରନ୍‌ର ଇନିଂସ ଖେଳିଥିଲେ। ଏହି ବିଜୟ ସହ ଭାରତ ସୁପରସିକ୍ସରେ ପ୍ରବେଶ କରିଥିଲା।

ଚୋକର୍‌: ଏହି ବିଶ୍ୱକପ୍‌ର ସେମିଫାଇନାଲରେ ପରାଜିତ ହେବା ସହିତ ଦକ୍ଷିଣ ଆଫ୍ରିକା ଟିମ୍‌ ସହିତ ଚୋକର୍‌ ଟ୍ୟାଗ ଯୋଡି ହୋଇ ଯାଇଥିଲା। ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୩ ରନ୍‌ରେ ଅଲଆଉଟ ହୋଇଥିଲା। ବଡ ମ୍ୟାଚର ଚାପ ଆଗରେ ମୁଣ୍ଡ ନୁଆଁଇବା ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ସ୍କୋରରେ ଅଲଆଉଟ ହୋଇଥିଲା। ସୁପର ସିକ୍ସରେ ଉନ୍ନତ ରନ୍‌ ରେଟ୍‌ ଆଧାରରେ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିଲା।

ଓ୍ବାର୍ନଙ୍କ ମ୍ୟାଜିକ୍‌: ଉଭୟ ସେମିଫାଇନାଲ ଓ ଫାଇନାଲରେ ଦେଖିବାକୁ ମିଳିଥିଲା ଦିବଂଗତ ସ୍ପିନର ସେନ୍‌ ଓ୍ବାର୍ନଙ୍କ ସ୍ପିନ୍‌ ଯାଦୁକରି। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମି ଓ ପାକିସ୍ତାନ ବିପକ୍ଷ ଫାଇନାଲରେ ସେ ୪ଟି ଲେଖାଏ ଉଇକେଟ ନେଇଥିଲେ। ପାକିସ୍ତାନ ମାତ୍ର ୧୩୨ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୦.୧ ଓଭରରେ ୨ ଉଇକେଟରେ ୧୩୩ ରନ୍‌ କରିଥିଲା। ଓ୍ବାର୍ନ ପ୍ଲେୟର ଅଫ୍‌ ଦ ଫାଇନାଲ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଲୁଜନର(୨୮୧ ରନ୍‌ ଓ ୧୭ ଉଇକେଟ)ଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri