Posted inଜାତୀୟ

୧୯୮୧ ବୋଇଙ୍ଗ୍‌ ୭୩୭ ବିମାନ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ, ୭।୯ : ଇଣ୍ଡିଆ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନକୁ ୧୯୮୧ରେ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନୀ ଲିଙ୍କ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହି ଆତଙ୍କବାଦୀ ଜଣଙ୍କ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ପାକିସ୍ତାନରେ ରହିଥିବାର ପ୍ରମାଣ ଦେଇଛନ୍ତି। ଆତଙ୍କବାଦୀ ଗଜିନ୍ଦର ସିଂ ହେଉଛନ୍ତି ଦଲ ଖାଲସା ନାମକ ଏକ ମୌଳବାଦୀ ସଂଗଠନର ସହ-ପ୍ରତିଷ୍ଠାତା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗଜିନ୍ଦର ସିଂ ସୋମବାର ତାଙ୍କର ଫେସବୁକ ପ୍ରୋଫାଇଲରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ହାସନ ଅବଦାଲରେ ଥିବା ଗୁରୁଦ୍ୱାର ପାନିଆ ସାହେବ ବାହାରେ ଠିଆ ହୋଇଥିବାର ନଜର ଆସିଛନ୍ତି। ଜାନୁଆରୀ ୨୦୦୨ରେ ଭାରତ ଗଜିନ୍ଦର ସିଂଙ୍କ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତାଲିକାରେ ରଖିଥିଲା। ଭାରତ ତାଙ୍କୁ ପାକିସ୍ତାନରୁ ପ୍ରତ୍ୟର୍ପଣ କରିବାକୁ ଲଗାତାର ଚେଷ୍ଟା କରୁଛି।

୧୯୮୧ ସେପ୍ଟେମ୍ବର ୨୯ରେ, ଗଜିନ୍ଦର ସିଂଙ୍କ ସମେତ ପାଞ୍ଚ ଜଣ ଖାଲସା ଆତଙ୍କବାଦୀ ଦିଲ୍ଲୀର ପାଲମ ବିମାନ ବନ୍ଦରରୁ ଅମୃତସରର ରାଜା ସାନସି ବିମାନବନ୍ଦରକୁ ଉଡାଣ କରୁଥିବା ଇଣ୍ଡିଆନ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନକୁ ଅପହରଣ କରି ନେଇଥିଲେ। ପାକିସ୍ତାନର ଲାହୋରକୁ ନିଆଯାଇଥିବା ବିମାନରେ ୧୧୧ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ଗଜିନ୍ଦର ସିଂ ତାଙ୍କ ଦାବି ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରଦୂତ ନଟୱର ସିଂଙ୍କ ଆଗରେ ରଖିଥିଲେ। ଯେଉଁଥିରେ ପୃଥକ ଶିଖ ହୋମଲାଣ୍ଡ, ଜର୍ନେଲ ସିଂ ଭିନ୍ଦରନୱାଲେ ଏବଂ ଅନ୍ୟ ଖାଲିସ୍ତାନ ଆନ୍ଦୋଳନର ସମର୍ଥକଙ୍କୁ ମୁକ୍ତ କରିବା ଏବଂ ୫୦ ଲକ୍ଷ ଡଲାର ଦାବି କରାଯାଇଥିଲା।

ବିମାନକୁ ଅପହରଣ କରିଥିବା ଉଗ୍ରବାଦୀଙ୍କର ପାକିସ୍ତାନରେ ବିଚାର କରାଯାଇଥିଲା ଏବଂ ଅପହରଣକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧୪ବର୍ଷ କାରାଦଣ୍ଡ ଭୋଗିବା ପରେ ଅକ୍ଟୋବର ୧୯୯୪ ରେ ଗଜିନ୍ଦର ସିଂଙ୍କୁ ମୁକ୍ତ କରାଯାଇଥିଲା। ଭାରତ ସରକାର ତାଙ୍କୁ ପାକିସ୍ତାନରୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଥିଲେ। ପରେ ୨୦୦୨ ରେ, ଗଜିନ୍ଦର ସିଂଙ୍କ ନାମ ଭାରତର ୨୦ ଜଣ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri